ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ହେଲେ ପ୍ରିୟବ୍ରତ ମାଝି
Advertisement

ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ହେଲେ ପ୍ରିୟବ୍ରତ ମାଝି

BJD New Media Coordinator: ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ଭାବରେ ଆଜିଠାରୁ ପ୍ରିୟବ୍ରତ ମାଝିଙ୍କୁ ନିଯୁକ୍ତ ।

ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ହେଲେ ପ୍ରିୟବ୍ରତ ମାଝି

BJD New Media Coordinator: ଭୁବନେଶ୍ୱର; ବିଜୁ ଜନତା ଦଳ (Biju Janata Dal) ପକ୍ଷରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ପୂର୍ବରୁ ବିଜୁ ଜନତା ଦଳରେ କାର୍ଯ୍ୟରତ ଥିବା ପ୍ରିୟବ୍ରତ ମାଝି (Priyabrata Majhi)ଙ୍କୁ ଦଳ ପକ୍ଷରୁ ଏକ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେଡିର ଗଣମାଧ୍ୟମ ସଂଯୋଜକ ଭାବରେ ଆଜିଠାରୁ ପ୍ରିୟବ୍ରତ ମାଝିଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (Pranab Prakash Das) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ଜଣାଇଛନ୍ତି ।

ପ୍ରିୟବ୍ରତ ମାଝି ପୂର୍ବରୁ ଦଳରେ ରହି ବିଜୁ ଜନତା ଦଳ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ବିଜେଡି ମୁଖପାତ୍ର ଭାବରେ ତାଙ୍କ କାର୍ଯ୍ୟକୁ ଅନେକ ପ୍ରଶଂସା କରାଯାଇଛି । ବର୍ତ୍ତମାନ ନୂଆ ଦାୟିତ୍ୱ ଦିଆଯାଇଥିବାରୁ ପ୍ରିୟବ୍ରତଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି ।

Also Read- Portable Fridge: ପାଣିକୁ ଥଣ୍ଡା କରିବା ପାଇଁ କିଣନ୍ତୁ ଏହି ଉପକରଣ, ଦାମ୍ ଜାଣିଲେ ହେବେ ଖୁସି

Also Read- Success Story: ବାପାଙ୍କ ଦେହାନ୍ତ ପରେ ଛାଡିଲେ ଚାକିରୀ, ମାଛ ଚାଷ କରି ଲାଭ କରୁଛନ୍ତି ଲକ୍ଷ ଲକ୍ଷ