PM Modi Odisha Visit: ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୯,୬୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2141203

PM Modi Odisha Visit: ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୯,୬୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

Modi Odisha Visit: ଦିନିକିଆ ଗସ୍ତରେ ଆସି ରାଜ୍ୟକୁ ୧୯,୬୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏଥିରେ ପରିବହନ ଓ ରାଜପଥ, ସଡ଼କ, ତୈଳ, ଗ୍ୟାସ, ରେଳ ଓ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ମେଗା ପ୍ରକଳ୍ପ ସବୁ ସାମିଲ ରହିଛି ।

PM Modi Odisha Visit: ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୯,୬୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

PM Modi Odisha Visit: ମଙ୍ଗଳବାର ଦିନିକିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) । ଦିନିକିଆ ଗସ୍ତରେ ଆସି ରାଜ୍ୟକୁ ୧୯,୬୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏଥିରେ ପରିବହନ ଓ ରାଜପଥ, ସଡ଼କ, ତୈଳ, ଗ୍ୟାସ, ରେଳ ଓ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ମେଗା ପ୍ରକଳ୍ପ ସବୁ ସାମିଲ ରହିଛି ।

ଅପରାହ୍ନ ୨ଟା ୪୦ ମିନିଟ୍ ରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିବେ । ସେଠାରୁ ଏମଆଇ- ୧୭ ହେଲିକପ୍ଟର ଯୋଗେ ଚଣ୍ତିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ ମିନିଟ୍ ରେ ଲୋକାପର୍ଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାର ପରେ ସାଢେ ୩ଟାରେ ନିକଟସ୍ଥ ପଡ଼ିଆରେ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି’ ବିଶାଳ ସଭାରେ ‘ବିକଶିତ ଓଡ଼ିଶା- ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି ।

ଅପରାହ୍ନ ୫ଟା ଯାଏଁ ଏହି ଜନସଭାରେ ଉପସ୍ଥିତ ରହିବେ ମୋଦି । ଏଥିରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ବିଜେପି ଆକଳନ କରିଛି । ଆଗକୁ ନିର୍ବାଚନ ଥିବାରୁ ମୋଦିଙ୍କ ଏହି ଓଡ଼ିଶା ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ଏହି ସଭାରୁ ହିଁ ମୋଦି ଓଡ଼ିଶାରେ ନିର୍ବାଚନ ପ୍ରଚାରର ଶୁଭ ପକାଇବେ ବୋଲି କୁହାଯାଉଛି ।  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏନେଇ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଶ ଆଇଜି ଆଶିଷ ସିଂହ ସୁରକ୍ଷା ବ୍ୟବସ୍ଥାକୁ ତଖାରଖ କରୁଛନ୍ତି । କେନ୍ଦ୍ରପଡ଼ା, ଯାଜପୁର, ନୟାଗଡ଼ ଓ କଟକ ଏସପି ମଧ୍ଯ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ୩ ହଜାରରୁ ଅଧିକ ପୋଲିସ ଫୋର୍ସ, ୫ଟି ବୋମା ନିଷ୍କ୍ରିୟକାରୀ ଦଳ, ମେଡ଼ିକାଲ ଟିମ୍ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି ।  ପ୍ରକାଶ ଥାଉ କି, ଗତ ଫେବୃୟାରୀ ୩ ତାରିଖରେ ମୋଦି ସମ୍ବଲପୁର ଗସ୍ତରେ ଆସି ଅନେକ ପ୍ରକଳ୍ପର ଲୋକର୍ପଣ କରିଥିଲେ । ପରେ ରେମେଡ଼ ପଡ଼ିଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ।