President Draupadi Murmu: ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା କଡ଼ାକଡ଼ି
Advertisement
Article Detail0/zeeodisha/odisha1969279

President Draupadi Murmu: ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା କଡ଼ାକଡ଼ି

 ନୂଆଦିଲ୍ଲୀ: ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଯାଇ ବାରିପଦାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମୁର୍ମୁ ଆଜି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ଣ ପ୍ରାୟ ୧୦.୪୫ ମିନିଟରେ ବାରିପଦାର ସ୍କୁଲ ପଡ଼ିଆ ହେଲିପ୍ୟାଡ଼ରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ର

ଫାଇଲ ଫଟୋ

President Draupadi Murmu: ନୂଆଦିଲ୍ଲୀ: ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଯାଇ ବାରିପଦାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମୁର୍ମୁ ଆଜି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ଣ ପ୍ରାୟ ୧୦.୪୫ ମିନିଟରେ ବାରିପଦାର ସ୍କୁଲ ପଡ଼ିଆ ହେଲିପ୍ୟାଡ଼ରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ପହଞ୍ଚି ତାଙ୍କୁ ପାଛୋଟି ନେଇଥିଲେ। ରାଷ୍ଟ୍ରପତି ହେବା ପରେ ଏହା ଦ୍ୱିତୀୟ ଥର ପାଇଁ ମୟୂରଭଞ୍ଜ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ରାଷ୍ଟ୍ରପତି ସେଠାରେ ପ୍ରଥମେ ବାରିପଦାରେ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ। ଏହାପରେ ସର୍କିଟ୍ ହାଉସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ। ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର।

ତେବେ ଆସନ୍ତାକାଲି ରାଷ୍ଟ୍ରପତି ବାଦାମପାହାଡ଼ରୁ ରାଇରଙ୍ଗପୁର ଅଭିମୁଖେ ଟ୍ରେନରେ ଯାତ୍ରା କରିବେ। ଏହି ଯାତ୍ରା ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡ଼ୁ ପ୍ରମୁଖ ସାମିଲ ହେବେ। ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ପାଇଁ ରାଇରଙ୍ଗପୁର ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠି ବି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ଓ ନିଜ ମହୁଲଡିହା ବାସଭବନରେ ରାତ୍ରୀଯାପନ କରିବେ।