Odisha politics: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା
Advertisement

Odisha politics: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା

Odisha Politics: ପୂର୍ବରୁ ମନ୍ତ୍ରୀ ଥିବା ପ୍ରେମାନନ୍ଦ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପଠାଇଛନ୍ତି । ଏଥିସହ ସେ ଅଭିଯୋଗ ଆଣିଛନ୍ତି ଯେ, ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ ।

Odisha politics: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା

Odisha Politics: ବିଜୁ ଜନତା ଦଳ (BJD)ରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ପୂର୍ବରୁ ମନ୍ତ୍ରୀ ଥିବା ପ୍ରେମାନନ୍ଦ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପଠାଇଛନ୍ତି । ଏଥିସହ ସେ ଅଭିଯୋଗ ଆଣିଛନ୍ତି ଯେ, ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ ।

ସୂଚନା ମୁତାବକ, ସୁତ୍ରରୁ ଜଣାପଡିଛି ଯେ, ପୂର୍ବରୁ କିଛି ଦଳୀୟ ସଦସ୍ୟ ପ୍ରେମାନନ୍ଦଙ୍କ ବିରୁଦ୍ଧରେ ଲାଗିଥିଲେ । ଏହା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀକୁ ଭେଟି ଆଲୋଚନା କରିବା ପାଇଁ ଚାହୁଁଥିଲେ । କିନ୍ତୁ ବାରମ୍ୱାର ଚେଷ୍ଟା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରିନଥିଲେ । ଅକ୍ଟୋବର ୧୨, ୨୦୨୩ରୁ ପ୍ରେମାନନ୍ଦ ଇସ୍ତଫା ଦେଇଥିବା ପ୍ରେସ୍ ରିଲିଜରେ ଦେଖିବାକୁ ମିଳିଛି ।

ପ୍ରେମାନନ୍ଦଙ୍କ ଇସ୍ତଫା ପରେ ତେଲକୋଇ ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଆଗକୁ ନିର୍ବାଚନ ଆସୁଥିବା ସମୟରେ ଦଳର ନେତା ଦଳ ଛାଡିବା ପରି ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ନିକଟରେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ମଧ୍ୟ ଦଳର ସଦସ୍ୟ ପଦରୁ ବିଜେଡିରୁ ଇସ୍ତପା ଦେଇଥିଲେ । ଏହାକୁ ମିଶାଇ ସମୁଦାୟ ୪ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ଘଟଣା ଆଲୋଚନାର ବିଷୟ ପାଲଟିଛି ।

Also Read- ଗଞ୍ଜେଇ ପାଇଁ ପୋଲିସକୁ ନାକେଦମ କଲେ ଆଦିବାସୀ

Also Read- Agniveer Recruitment 2024: ଅଗ୍ନିବୀର ନିଯୁକ୍ତି ପାଇଁ ତୁରନ୍ତ କରନ୍ତୁ ଆବେଦନ, ପଢ଼ନ୍ତୁ ପୂରା ଖବର