Bhadrak News: ସ୍ତ୍ରୀ ସହ ଝଗଡ଼ା କରି ଜୀବନ ହାରିଲେ କନେଷ୍ଟବଳ
Advertisement
Article Detail0/zeeodisha/odisha1843264

Bhadrak News: ସ୍ତ୍ରୀ ସହ ଝଗଡ଼ା କରି ଜୀବନ ହାରିଲେ କନେଷ୍ଟବଳ

Bhadrak News: ପାରିବାରିକ କଳହର କରୁଣ ପରିଣତି। ସାମାନ୍ୟ ଝଗଡାରୁ ଜୀବନ ହାରିଲେ କନେଷ୍ଟବଳ (Police constable) ।  ଜୀବନ ହାରିଥିବା କନେଷ୍ଟବଳ ଜଣକ ହେଲେ ତୋଫାନ ପାତ୍ର ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Bhadrak News: ପାରିବାରିକ କଳହର କରୁଣ ପରିଣତି। ସାମାନ୍ୟ ଝଗଡାରୁ ଜୀବନ ହାରିଲେ କନେଷ୍ଟବଳ (Police constable) । ଆତ୍ମହତ୍ୟା ଭଳି ନେଲେ ଚରମ ନିସ୍ପତି । ବେକରେ ଶାଢୀ ଲଗାଇ ଝୁଲି ପଡିଲେ ତିହିଡି ଥାନାର କନେଷ୍ଟବଳ । ଜୀବନ ହାରିଥିବା କନେଷ୍ଟବଳ ଜଣକ ହେଲେ ତୋଫାନ ପାତ୍ର । ସେ ତାଙ୍କ ସରକାରୀ କ୍ବାଟରରେ(Govt Quarter) ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତୋଫାନଙ୍କ ଘର ଆନନ୍ଦପୁରରେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସେ ପାରିବାରିକ କଳହ କାରଣରୁ ଚିନ୍ତାରେ ଥିଲେ। ତିହିଡି ଥାନା ପରିସରରେ ଥିବା ନିଜର ସରକାରୀ କ୍ବାଟରରେ ଵେକ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ତିହିଡି ପୋଲିସ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତୋଫାନ ପାତ୍ର ଦୀର୍ଘଦିନ ଧରି ତିହିଡି ପୋଲିସ ଥାନାରେ କାର୍ଯ୍ୟରତ ଥିଲେ। ଅନ୍ୟ ପକ୍ଷରେ ତାଙ୍କର ପାରିବାରିକ ବିବାଦ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିଲା। ପ୍ରତ୍ୟେକ ଦିନ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଯାହାକୁ ନେଇ ସେ ଅଧିକାଂଶ ସମୟ ଚିନ୍ତାରେ ଥିଲେ। 

ନିକଟରେ, ବଲାଙ୍ଗୀରର ମହିଳା ପୋଲିସ୍ ଏସଆଇ  (woman sub inspector)କାଜଲ୍ ବାଗ୍ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ନିଜ ପ୍ରେମିକ ସହ ଝଗଡା କରି ବିଷ ପିଇ ଦେଇଥିଲେ।  ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର (Bhima Bhoi Medical College and Hospital, Balangir) କରାଯାଇଥିଲା । ଏବଂ ଏଠାରୁ ସେ  ନିଖୋଜ ହୋଇଯାଇଥିଲେ। ତେବେ କାଜଲ ସଇଁତଳା ଥାନାରେ ଏସଆଇ ଭାବେ (woman sub inspector kajal bagh) ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।