Advertisement
Photo Details/zeeodisha/odisha2537555
photoDetails0hindi

Navy Day 2024: ଡିସେମ୍ବର ୪ ନୌସେନା ଦିବସ...ପୁରୀ ବେଳାଭୂମିରେ ଚାଲିଛି ଜୋରଦାର ପ୍ରାକ୍ଟିସ, ଦେଖନ୍ତୁ ଫଟୋରେ କିଛି ଝଲକ୍

Navy Day 2024: ଡିସେମ୍ବର ୪ ରେ ନୌସେନା ଦିବସ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।  ପ୍ରଥମଥର ପାଇଁ ପୁରୀରେ ନୌସେନା ଦିବସ ପାଳନ ହେବାକୁ ଯାଉଛି । ଏନେଇ ଉତ୍ସବ ମୁଖର ପୂରା ଜଗନ୍ନାଥ ଧାମ। ଏନେଇ ପୁରୀ ବେଳାଭୂମିରେ ପହଞ୍ଚିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଓ ଯୁଦ୍ଧ ଟ୍ୟାଙ୍କ । ଦେଖନ୍ତୁ ଫଟୋରେ କିଛି ଝଲକ୍...

 

1/10

 

 ଡ଼ିସେମ୍ବର ୪ରେ ପୁରୀ ସମୁଦ୍ର -କୂଳରେ ଭାରତୀୟ ନୌସେନା ପାଳନ କରିବ ନୌସେନା ଦିବସ । ଏହି ଅବସରରେ ନୌସେନା ନିଜର ପରାକ୍ରମ ପ୍ରଦର୍ଶନ କରିବ । 

ALSO READ: Weekly Special Horoscope: କେମିତି ରହିବ ଡିସେମ୍ବରର ପ୍ରଥମ ସପ୍ତାହ ? ଚମକିବ ୭ ରାଶିଙ୍କ ଭାଗ୍ୟ, ହେବ ଟଙ୍କା ବର୍ଷା!

ALSO READ: Gold Rate Today: ସପ୍ତାହ ଶେଷରେ ସୁନା ଦର ହ୍ରାସ, ରାଜ୍ୟରେ ୧୦ ଗ୍ରାମକୁ ରହିଛି ମାତ୍ରା ଏତିକି ଟଙ୍କା

 

 

2/10

ଯୁଦ୍ଧ ବିମାନ, ଯୁଦ୍ଧ ଜାହାଜ,  ବିଭିନ୍ନ କମାଣ୍ଡ ବିଭିନ୍ନ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । 

 

3/10

୨୫ଟି ନୌସେନାର ଜାହାଜ, ୪୦ଟି ଯୁଦ୍ଧ ବିମାନ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ । ଏନେଇ ଗତକାଲି ଠାରୁ ବିଧିବଦ୍ଧ ଭାବେ ସମରାଭ୍ଯାସ ଆରମ୍ଭ ହୋଇଛି।।

 

4/10

ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ସ୍ବତନ୍ତ୍ର ଏନ୍ କ୍ଲୋଜର ପ୍ରସ୍ତୁତ ରହିଛି। ଏହାସହ ୭୫୦୦ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। 

 

5/10

ତିନିସେନା ମୁଖ୍ୟ ମହାମହିମଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି ।ଡିସେମ୍ବର ୪ ନୌସେନା ଦିବସ ଦିନ ବ୍ଲୁ ଫ୍ଲାଗ ବିଚ୍ ହେବ ନୋ ମ୍ୟାନସ ଲ୍ୟାଣ୍ଡ। ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ କଣ୍ଟ୍ରୋଲ ୟୁନିଟ ମଧ୍ୟ ପ୍ରସ୍ତୁତ ରହିଛି । ମହାହାହିମଙ୍କ ପାଇଁ ସ୍ଵତନ୍ତ୍ର ମଞ୍ଚ ପ୍ରସ୍ତୁତ ରହିଛି ।

 

6/10

ଦର୍ଶକ ମାନେ ପେଣ୍ଠକଟା ଠାରୁ ସ୍ଟର୍ଲିଂ ପର୍ଯ୍ୟନ୍ତ ବେଳାଭୂମିରେ ଏହି ଅପରେଶନାଲ ଡେମୋ ଶୋ ଦେଖିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଏହି ନୌସେନା ଦିବସରେ ସାମିଲ ହେବ ୨୫ଟି ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ। 

 

7/10

ଏୟାର ଶୋ ଦେଖିବା ପାଇଁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ପୁରୀବାସୀ। 

 

8/10

ମହାମହୀମ ରାଷ୍ଟ୍ରପତିଙ୍କ ସହ ବହୁ ଅତିଥି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। 

 

9/10

ଧିରେଧିରେ ପୁରୀ କୂଳରେ ଲଙ୍ଗର ପକାଇବା ଆରମ୍ଭ କରିଛନ୍ତି ବଡବଡ ଜାହାଜ। ଏନେଇ ପୁରୀ ବେଳାଭୂମିରେ ଗଡିବା ଆରମ୍ଭ କରିଛି ଟ୍ଯାଙ୍କ। 

 

10/10

ଏହି ଶୋ ପାଇଁ ସଜେଇ ହେଉଛି ବ୍ଲୁଫ୍ଲାଗ ବିଚ୍। କଡା ସୁରକ୍ଷା ବଳୟ ମଧ୍ୟରେ ରହିବ ପୁରୀ ସହର। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୮୦ପ୍ଲାଟୁନ ଫୋର୍ସ ସହ ୩ ଶହରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀ । ତେବେ, ସ୍ବତନ୍ତ୍ର କମାଣ୍ଡୋ ବାହିନୀ ‘ମାର୍କୋସ୍‌ ନୌସେନା ଦିବସର ମୁଖ୍ୟ ଆକର୍ଷଣ । ନୌସେନା ଦିବସରେ ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ଦେଖିବାକୁ ମିଳିବ ନୌସେନାର ଘମାଘୋଟ ଯୁଦ୍ଧର ଅବତାରଣା।