Crime News: କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍, ATM ତାଡି ୧୦ଲକ୍ଷ ଲୁଟିନେଲେ
Advertisement
Article Detail0/zeeodisha/odisha2005971

Crime News: କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍, ATM ତାଡି ୧୦ଲକ୍ଷ ଲୁଟିନେଲେ

Crime News: ରାଜଧାନୀରେ ଲୁଟେରା ରାଜ୍ । ଲିଙ୍ଗରାଜ ଥାନା ହାଟସାହି ଏସବିଆଇ ଏଟିଏମକୁ ତାଡି ୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

Crime News: କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍, ATM ତାଡି ୧୦ଲକ୍ଷ ଲୁଟିନେଲେ

Crime News: ରାଜଧାନୀରେ ବଢିଚାଲିଛି ଚୋରି, ଲୁଟ ପରି ଅପରାଧ । ମିଳିଥିବା ସୂଚନା ମୁତାବକ ୧୦ ଡିସେମ୍ୱର ରାତିରେ ଭୁବନେଶ୍ୱର ଲିଙ୍ଗରାଜ ଥାନା (Lingaraj police station) ହାଟସାହି ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । କଟର ସାହାଯ୍ୟରେ କାଟି ଏଟିଏମରୁ ସମସ୍ତ ଟଙ୍କା ଲୁଟ କରିଥିବା କୁହାଯାଉଛି । ଏଟିଏମରେ ଲାଗିଥିବା ସିସିଟିଭି ଉପରେ କିଛି ପଦାର୍ଥ ଫିଙ୍ଗି ତାହାକୁ ଅଚଳ କରିବା ପରେ ଏଟିଏମରୁ ସମୁଦାୟ ୧୦ଲକ୍ଷ ୫୯ ହଜାର ଟଙ୍କା ଲୁଟ୍ କରିନେଇଛନ୍ତି ।

ଅନ୍ୟପଟେ, ଲୁଟ୍ ସମ୍ପର୍କରେ ଜଣା ପଡିବା ପରେ ପୋଲିସ ଡିସିପି ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୁଟେରାଙ୍କୁ କାବୁ କରିବା ପାଇଁ ବର୍ତ୍ତମାନ ଆଖ ପାଖରେ ଲାଗିଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରାଯିବା ସହ ତଦନ୍ତ ଆରମ୍ଭ କରାଯାଇଛି । ଲୁଟ୍ ହୋଇଥିବା ଏଟିଏମଟି ଲିଙ୍ଗରାଜ ମନ୍ଦିରଠାରୁ ଅଳ୍ପ ଦୂରରେ ଥିବାବେଳେ ଜନଗହଳୀପୂର୍ଣ୍ଣ ସ୍ଥାନରୁ କିପରି ଲୁଟ୍ ହେଲା ସେନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Also Read- Unique love story: ସ୍ୱାମୀଙ୍କୁ ତଲାକ ଦେଇ ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ମହିଳା

Also Read- Ollywood News: ରାତି ଅଧରେ ଲାଇଭ୍ ଆସି ନିଜ ରୋଗ ବିଷୟରେ କହିଲେ ସୁପରଷ୍ଟାର ଅନୁଭବ