Khurda: ଖୋର୍ଦ୍ଧା ତହସିଲରେ ଚାଲିଥିବା ବେଆଇନ ପଥର ଖଣିରେ କେବେ ଲାଗିବ ଅଂକୁଶ?
Advertisement
Article Detail0/zeeodisha/odisha1979368

Khurda: ଖୋର୍ଦ୍ଧା ତହସିଲରେ ଚାଲିଥିବା ବେଆଇନ ପଥର ଖଣିରେ କେବେ ଲାଗିବ ଅଂକୁଶ?

Khurda News: ଖୋର୍ଦ୍ଧା ତହସିଲ ଅର୍ନ୍ତଗତ ପ୍ରାୟ ୧୦/୧୫ଟି ମୌଜାରେ ବେଆଇନ ଭାବେ ସରକାରୀ ଜମିରୁ ଅବାଧରେ ପଥର କଟା ଜାରି ରହିଛି । ପାୱାର ଟିଲର ସାହାଯ୍ୟରେ ଏହି ପଥର କଟା ଚାଲିଥିବା ବେଳେ, ଖଣି ଗୁଡ଼ିକ ମୁଖ୍ୟ ରାସ୍ତା ପାର୍ଶ୍ବ ପର୍ଯ୍ୟନ୍ତ ମାଡ଼ି ଆସିଲାଣି । ବେଆଇନ ଭାବେ ଏଭଳି ପଥର କଟା ଯାଉଛି। 

Khurda: ଖୋର୍ଦ୍ଧା ତହସିଲରେ ଚାଲିଥିବା ବେଆଇନ ପଥର ଖଣିରେ କେବେ ଲାଗିବ ଅଂକୁଶ?

Khurda News: ଖୋର୍ଦ୍ଧା ତହସିଲ ଅର୍ନ୍ତଗତ ପ୍ରାୟ ୧୦/୧୫ଟି ମୌଜାରେ ବେଆଇନ ଭାବେ ସରକାରୀ ଜମିରୁ ଅବାଧରେ ପଥର କଟା ଜାରି ରହିଛି । ପାୱାର ଟିଲର ସାହାଯ୍ୟରେ ଏହି ପଥର କଟା ଚାଲିଥିବା ବେଳେ, ଖଣି ଗୁଡ଼ିକ ମୁଖ୍ୟ ରାସ୍ତା ପାର୍ଶ୍ବ ପର୍ଯ୍ୟନ୍ତ ମାଡ଼ି ଆସିଲାଣି । ବେଆଇନ ଭାବେ ଏଭଳି ପଥର କଟା ଯାଉଛି। ଏହିସବୁ ଖଣିରେ ଶହେରୁ ୨ ଶହ ଫୁଟ ଖାଲ ହୋଇପଡ଼ିଥିବା ବେଳେ, ବର୍ଷା ଦିନେ ଏହା ପୋଖରୀର ଭ୍ରମ ସୃଷ୍ଟି କରୁଛି । ଫଳରେ ଏହିସବୁ ଖଣିମାନଙ୍କରେ ଗୋରୁ ଗାଈ ଏପରିକି, ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀମାନେ ବୁଡ଼ି ମରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ୨୪ ହଜାର ୧୮୫ ଏକର ସରକାରୀ ଜମି ରହିଛି । ତନ୍ମଧ୍ୟରୁ ୫ ଏକରରୁ ଉର୍ଦ୍ଧ ସରକାରୀ ଜମିରେ ପଥର କଟାଯାଇ ଖାଲ ବା ପୋଖରୀ ସଦୃଶ୍ୟ ହୋଇପଡ଼ିଲାଣି ।

କିନ୍ତୁ ଏହି ୫ ଏକର ଜାଗା ମଧ୍ୟରୁ କେବଳ ଗୋଟିଏ ଏକର ଜାଗା ଟେଣ୍ଡର ମାଧ୍ୟମରେ ଟୟାଲିଟି ଦେଇ ପଥର କାଟିବାକୁ ଅନୁମତି ଦିଆଯାଇଥିବା ବେଳେ, ନିଲାମଧାରୀମାନେ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ଜାଗାରେ ପଥର କାଟୁଥିବା ଅଭିଯୋଗ ହେଉଛି । ଏପରିକି ନିଲାମ ନେଉଥିବା ପଥର ଖଣିଠାରୁ ଅଧିକ ୪ ଏକର ଜାଗାରେ ମଧ୍ୟ ପଥର କଟା ଚାଲିଛି । କୌଣସି ନିୟମରେ ପାୱାର ଟିଲର ଦ୍ୱାରା ପଥର କାଟିବା ପାଇଁ ନିର୍ଦ୍ଦେଶ ନଥିବା ବେଳେ, ଏବେ କିନ୍ତୁ ଏହାର ଖୋଲାଖୋଲି ଉଲଙ୍ଘନ କରାଯାଇ ସବୁ ଖଣିରେ ବହୁଳ ଭାବେ ପାୱାର ଟିଲର ବ୍ୟବହାର କରାଯାଇ ପଥର କଟାଯାଉଥିବା ଦେଖିବାକୁ ମିଳିଛି । ବିଶେଷ କରି- ଗୁଡ଼ମ୍‌, ବଙ୍ଗିଦା, ଧଉଳିମୁଁହ, ତାପଙ୍ଗ, ମଳିପଡ଼ା, ରାମଚଣ୍ଡି, ଗୟାବନ୍ଧ, ଜଙ୍କିଆ, ଗୋଳବାଇ, କାଇପଦର, କୁରାଢମଲ୍ଲ, ଟାଙ୍ଗିଆପଡା ଓ ମଲ୍ଲୀପୁର ଅଂଚଳରେ ଏହିସବୁ ବେଆଇନ ଖଣି ପୁରା ଦମ୍‌ରେ ଚାଲିଥିବା ବେଳେ, ଏବେ ଖଣି ମାଫିଆଙ୍କ ନଜର ଅନ୍ୟ ଗ୍ରାମର ସରକାରୀ ଜମି ଉପରେ ନଜର ପଡ଼ିଛି । ଏଠାରେ ମଧ୍ୟ ବେଆଇନ ଭାବେ ପଥର କଟା ଓ ବ୍ୟବସାୟ ଖୁଲମଖୁଲା ଭାବେ ଚାଲିଛି ।

Also Read-Bada Osa 2023: ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ

ଏହି ବେଆଇନ ଖଣି ଓ ପଥର ବୁହାଉଥିବା ଯାନ ଉପରେ ବିଭିନ୍ନ ସମୟରେ ଚଢଉ ହେଉଥିଲେ ହେଁ, ଏମାନେ ଜରିମାନା ଦେଇ ଗାଡ଼ି ମକୁଳାଇ ନେଇ ପୁର୍ନବାର ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଉଦାହରଣ ସ୍ୱରୂପ, ୧୦୦ ଗାଡ଼ି ପଥର ଚାଲାଣ ହେଉଥିବା ବେଳେ, ତନ୍ମଧ୍ୟରୁ ୮/୧୦ଟି ଗାଡ଼ି ନାମକୁ ମାତ୍ର ଚଢଉ ବେଳେ, ଧରା ପଡୁଛନ୍ତି । ଅପରପକ୍ଷରେ, ନିଲାମଧାରୀମାନେ ଖଣି ଖୋଳି ପଥର ବେପାର କରୁଥିଲେ ମଧ୍ୟ ସେଠାରେ ସୃଷ୍ଟି ହେଉଥିବା ଖାଲ ଓ ଗାଡ଼କୁ ପୋତିବା ପାଇଁ ବିଧି ବ୍ୟବସ୍ଥା ରହିଛି । କିନ୍ତୁ ଏହାକୁ ନିଲାମଧାରୀମାନେ ମାନୁ ନଥିବା ବେଳେ, ବିଭାଗ ପକ୍ଷରୁ ମଧ୍ୟ ଏହା ଉପରେ ତଦାରଖ କରାଯାଉନାହିଁ । ତେଣୁ ୧୦୦ ଡ଼ିସିମିଲି ଜାଗାରେ ଟେଣ୍ଡର ନେଇଥିବା ବ୍ୟକ୍ତି ୨୦୦ ଡ଼ିସିମିଲି ଜାଗାରୁ ପଥର କଟା ଚାଲିଛି । ଫଳରେ ମାଙ୍କଡ଼ା ପଥର ବ୍ୟବସାୟ ଏକର କମ୍ ବେଆଇନ ଭାବେ ଚାଲିଥିଲେ ମଧ୍ୟ ଏହା ଉପରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନଥିବାରୁ ଏହା କ୍ରମଶଃ ମାଡ଼ିବାରେ ଲାଗିଛି । ଏଥିପ୍ରତି ବିଭାଗୀୟ ତରଫରୁ ଅଂକୁଶ ନଲଗାଯାଏ, ତେବେ ଭବିଷ୍ୟତରେ ବହୁ ଧନ ଜୀବନ ହାନୀ ହେବା ସହ ଗାଁରେ ଥିବା ସମତୁଲ ସରକାରୀ ଯାଗା ଇଂଚିଏ ରହିବ ନାହିଁ ।