Odisha News: ଓଡି଼ଶା ଆସିବେ ୫ ମହାବଳ, ଜାଣନ୍ତୁ କେବେ?
Advertisement
Article Detail0/zeeodisha/odisha2323927

Odisha News: ଓଡି଼ଶା ଆସିବେ ୫ ମହାବଳ, ଜାଣନ୍ତୁ କେବେ?

Odisha News: ଓଡି଼ଶାକୁ ଆସିବେ ୫ ମହାବଳ ବାଘ।  ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଏହି ବାଘ ଆଣାଯିବ ବୋଲି ଜଣାପଡିଛି।  

Odisha News: ଓଡି଼ଶା ଆସିବେ ୫ ମହାବଳ, ଜାଣନ୍ତୁ କେବେ?

Odisha News: ଓଡି଼ଶାକୁ ଆସିବେ ୫ ମହାବଳ ବାଘ।  ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଏହି ବାଘ ଆଣାଯିବ ବୋଲି ଜଣାପଡିଛି।  ସମ୍ବଲପୁର ହୀରାକୁଦ ଅଞ୍ଚଳର ଡେବ୍ରିଗଡ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ୨ଟି ବାଘ ଅଣାଯିବ।  ଆସନ୍ତା ଅଗଷ୍ଟ ଶେଷ ସୁଧା  ଏହି ୫ ମହାବଳ ବାଘ ସରକାର ଆଣିବାକୁ ଯୋଜନା ରଖିଛନ୍ତି।  ଡେବ୍ରିଗଡ଼ ଲାଗି  ଗୋଟିଏ ବାଘ  ଓ ୨ଟି ବାଘୁଣୀ ଅଣାଯିବାକୁ ଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ପାଇଁ ୨ଟି ବାଘୁଣୀ ଅଣାଯିବ। ସୂଚନାଯୋଗ୍ୟ ଓଡି଼ଶାରେ ମୋଟ୍ ଏବେ ସୁଧା ୩୦ଟି ବାଘ ଅଛନ୍ତି। ସେଥିମଧ୍ୟରୁ ୧୩ଟି ବାଘ ଶିମିଳିପାଳରେ ଥିବା ବେଳେ ସେଥିରେ ୩ଟି ବାଘୁଣି ଅଛନ୍ତି। ୨୦୨୨ ଗଣନାରେ ୨୨ଟି ବାଘ ଥିଲେ। 

ସୂଚନା ଅନୁସାରେ, ସରକାର ରାଜ୍ୟର ବିଭିନ୍ନ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ବନ୍ୟଜନ୍ତୁ ଅଦଳବଦଳ ନିୟମ ଅନୁଯାୟୀ , ରାଜ୍ୟ ସରକାର ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଏହି ୫ଟି ମହାବଳ ବାଘ ଆଣିବେ ବୋଲି ଲକ୍ଷ ରଖିଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ଅଭୟାରଣ୍ୟ  ସଂରକ୍ଷିତ ଜଙ୍ଗଲ ଓ ଚିଡ଼ିଆଖାନାରେ ଥିବା ଜନ୍ତୁଙ୍କୁ ଅଦଳବଦଳ କରାଯାଉଛି। ଏହା କରିବା ଦ୍ବାରା ବନ୍ୟଜନ୍ତୁ ବଂଶ ବୃଦ୍ଧି ହେବା ସହିତ ପରିବେଶ ସନ୍ତୁଳନ ରକ୍ଷା ଦିଗରେ ମଧ୍ୟ ଏହା ସହାୟକ ହେବ।