Two Drunken man Eat Dead Girl Flesh: ନିଶାରେ ମଣିଷ ମାଂସ ଖାଇଗଲା ମଦ୍ୟପ
Advertisement

Two Drunken man Eat Dead Girl Flesh: ନିଶାରେ ମଣିଷ ମାଂସ ଖାଇଗଲା ମଦ୍ୟପ

Two Drunken man Eat Dead Girl Fleshମୟୂରଭଞ୍ଜ ଜିଲ୍ଲାର ବନ୍ଧସାହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବଡ଼ସାହି ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ତଦନ୍ତ। 

 

Two Drunken man Eat Dead Girl Flesh: ନିଶାରେ ମଣିଷ ମାଂସ ଖାଇଗଲା ମଦ୍ୟପ

Mayurbhanj Bizzare Incidnt: ସଦ୍ୟ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅଧିନସ୍ଥ ବନ୍ଧସାହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଚମକାଇବା ଭଳି ଘଟଣା। ନିଶାସକ୍ତ ଅବସ୍ଥାରେ ଦୁଇ ଜଣ ମଦ୍ୟପ ଜଣେ ମୃତକ ଯୁବତୀଙ୍କ ମାଂସ ଖାଇ ଦେଇଥିବା ଜଣାପଡ଼ିଛି। ଏଭଳି ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଦାନ୍ତୁଣୀ ଗ୍ରାମର ସୁନ୍ଦର ମୋହନ ସିଂହ (୨୮) ଏବଂ ନରେନ୍ଦ୍ର ସିଂହଙ୍କୁ (୨୫) ଅଟକ ରଖିଛି। ଥାନାରେ ଅଟକ ରଖିବା ପୋଲିସ ସେମାନଙ୍କୁ ଏହି ଘଟଣା ସମ୍ପର୍କରେ ଜେରା କରୁଛି। 

ଏନେଇ ମିଳିଥିବା ଖବର ମୁତାବକ ଗ୍ରାମରେ ଜଣେ ୨୫ ବର୍ଷିୟ ଝିଅର ଶବଦାହ ଭୂମିରେ ଚାଲିଥିଲା। ଥାନାରେ ଅଟକ ରହିଥିବା ଏହି ଦୁଇ ଜଣ ଅଭିଯୁକ୍ତ ଅଧା ଜଳି ଯାଇଥିବା ମୃତ ଦେହର କିଛି ଅଂଶ ନେଇ ଯାଇଥିଲେ। ପରେ, ସେମାନେ ଏହାକୁ ଖାଇବା ଆରମ୍ଭ କରି ଦେଇଥିଲେ। ଏହି ଘଟଣାକୁ ତାତି ଉଠିଥିବା ମୃତକଙ୍କ ସମ୍ପର୍କୀୟ ଦୁଇ ଜଣଙ୍କୁ ଅଟକ ରଖି ଥାନକୁ ହସ୍ତାନ୍ତର କରିଥିଲେ।

ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ସେମାନେ ନିଶାସକ୍ତ ଅବସ୍ଥାରେ ଏଭଳି କାର୍ଯ୍ୟ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ସୁନ୍ଦର ମୋହନ ସିଂହ ଜଣେ ଗୁଣିଆ। ମଦ ପ୍ରଭାବରେ ସେ ଏପରି କାମ କରିଥିଲେ। ନିଜେ କରିଥିବା ଏଭଳି କାର୍ଯ୍ୟକୁ ସେ ସ୍ୱୀକାର କରିଛନ୍ତି। ମୃତ ଦେହରୁ ମାଂସ ଖାଇଦେବା ଘଟଣାରେ ତଦନ୍ତ ଚାଲିଥିବା କହିଛନ୍ତି ବଡ଼ସାହି ଥାନା (Badasahi Police Station) ଆଇଆଇସି ସଞ୍ଜୟ କୁମାର ପରିଡା। 

ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅଧିନସ୍ଥ ବନ୍ଧସାହି ଗ୍ରାମରେ ଦେଖିବାକୁ ମିଳିଥିଲା ଏଭଳି ଛାତି ଥରାଇଦେବା ଭଳି ଘଟଣା। ନିଶାଶକ୍ତ ଅବସ୍ଥାରେ ଦୁଇ  ବ୍ୟକ୍ତି ପାଲଟି ଯାଇଥିଲେ ନରଭକ୍ଷୀ। ବନ୍ଧସାହି ଗ୍ରାମରେ ଜଣେ ଯୁବତୀଙ୍କ ଶବଦାହ ଚାଲିଥିବା ବେଳେ ପୋଡ଼ା ମାଂସ ଖାଇ ଯାଇଥିଲ ଦୁଇ ଜଣ ମଦ୍ୟପ। ଏହି ଘଟଣା ସମ୍ପର୍କରେ ପରେ ଗ୍ରାମବାସୀ ସେହି ୨ ଜଣଙ୍କୁ ଅଟକ ରଖି ଥାନକୁ ହସ୍ତାନ୍ତର କରିଥିଲେ।  ପରେ ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଖାଇବାକୁ ନେଇ ଗ୍ରାମରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ମୃତଦେହରୁ ମାଂସ ଖାଉଥିବା ଦୁଇ ଜଣ ମଦ୍ୟପକୁ ଅଟକ ରଖିଥିଲେ ଗାଁ ଲୋକେ। ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଟକ ଥିବା ସେହି ୨ ଜଣଙ୍କୁ ଥାନାକୁ ଆଣି ଜେରା କରିଥିଲା।

ଗତ ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା ପଠାଯାଇଥିଲା। ବାରିପଦାରୁ ଡାକ୍ତରଖାନାରୁ ଶବ ବ୍ୟବଚ୍ଛେଦ ହୋଇସାରିବା ପରେ ମୃତହେହକୁ ଘରକୁ ଅଣାଯାଇଥିଲା। ପରେ ଶବ ସତ୍କାର ପାଇଁ ମୃତହେହକୁ ଗାଁ ମଶାଣୀକୁ ନିଆଯାଇଥିଲା। ଶବଦାହ ଚାଲିଥିବା ବେଳେ ଦୁଇ ଜଣ ଲୋକ ପୋଡା ମାଂସ ଆଣି ଖାଇବାରେ ଲାଗିଥିଲେ।

ଏହି ଘଟଣା ଦେଖିବା ପରେ ମୃତକଙ୍କ ପରିବାର ଲୋକେ ଦୁଇ ଜଣକୁ ଗ୍ରାମରେ ଅଟକ ରଖିଥିଲେ। ଏହି ଘଟଣାକୁ ନେଇ ତାତି ଉଠିଥିବା ଉଭୟଙ୍କୁ ମାଡ ମାରିବା ସହ ଅଟକ ରଖିଥିଲେ। ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲ। ଗାଁ ଲୋକଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ସେହି ଦୁଇ ଜଣଙ୍କୁ ଥାନାକୁ ନେଇ ଯାଇଥିଲା।