Similipal: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ, ପ୍ରବେଶ ପୂର୍ବରୁ ଜାଣନ୍ତୁ କ'ଣ ରହିଛି କଟକଣା?
Advertisement
Article Detail0/zeeodisha/odisha1914478

Similipal: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ, ପ୍ରବେଶ ପୂର୍ବରୁ ଜାଣନ୍ତୁ କ'ଣ ରହିଛି କଟକଣା?

Similipal: ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ (Similipal National Park) ।  ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ୍ କାଉଣ୍ଟର ଖେଲା ରହିବ । ପର୍ଯ୍ୟଟକମାନେ (Tourist) ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିପାରିବେ । 

ସୌ(ସୋସିଆଲ ମିଡିଆ)

Similipal National Park: ରାଜ୍ୟରେ ଶୀତ ନ ଆସୁଣୁ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସିର ଖବର । ପ୍ରକୃତି ପ୍ରେମୀଙ୍କ ପାଇଁ ଆଜିଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ (Similipal National Park) । ସକାଳ ୬ଟାରୁ ୯ଟା ଯାଏଁ ପର୍ଯ୍ୟଟକଙ୍କୁ ପ୍ରବେଶ ନେଇ ଅନୁମତି ରହିଛି । ଯଶିପୁର ନିକଟ କାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଓ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ିକୁ ପ୍ରବେଶ ନେଇ ଅନୁମତି ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ (Similipal National Park) ।  ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ୍ କାଉଣ୍ଟର ଖେଲା ରହିବ । ପର୍ଯ୍ୟଟକମାନେ (Tourist) ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିପାରିବେ । ପ୍ରତିଦିନ ୨୫ରୁ ୩୫ଟି ଗାଡି଼କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ସେହିପରି ପର୍ଯ୍ୟଟକମାନଙ୍କ ରାତ୍ରୀ ରହଣି ନେଇ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ରେ ଲଗ୍ ଇନ୍ କରି ପୂର୍ବରୁ ବୁକିଂ କରିପାରିବେ । ଏନେଇ ରାମତୀର୍ଥ, ଗୁଡ଼ଗୁଡ଼ିଆ, କୁମାରୀ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସରେ ବ୍ୟବସ୍ଥା କରାଯାଇଛି। ଖାଲି ଏତିକି ନୁହେଁ, ଗୁଡ଼ଗୁଡ଼ିଆଠାରେ ନେଚର କ୍ୟାମ୍ପର ମଜା ଉଠାଇପାରିବେ ପର୍ଯ୍ୟଟକ । ଏହି ନେଚର କ୍ୟାମ୍ପର (Nature Camp) ପାଇଁ ପର୍ଯ୍ୟଟକ ମାନଙ୍କୁ ପୂର୍ବରୁ ବୁକିଂ (Pre Booking)  କରିବାକୁ ପଡ଼ିବ । ସେହପରି ଚଳିତ ବର୍ଷ ଅଭୟାରଣ୍ୟକୁ ପଲିଥିନ୍, ପ୍ଲାଷ୍ଟିକ୍, ଓ ମାଦକ ଦ୍ରବ୍ୟ ନେବା ଉପରେ କଟକଣା ଜାରି କରାଯାଇଛି । ଏହାସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସୁଲଭ ଦରରେ ଗାଇଡ (Guide) ବ୍ୟବସ୍ଥା କରାଯାଇଥିବା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି ।

Also Read-Mahalaya 2023: ଆଜି ମହାଳୟା ଶ୍ରାଦ୍ଧ, ଜାଣନ୍ତୁ କ’ଣ ରହିଛି ଏହି ଦିନର ମାହାତ୍ମ୍ୟ

Also Read-Weather Update: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଆଉ ୫ ଦିନ କଲବଲ କରିବ ତାତି!

ଅନ୍ୟପଟେ, ଅପରାହ୍ନ ୩ଟାରେ ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣୀ ଜଳ ପ୍ରପାତ ଓ ଅପରାହ୍ନ ୪ଟାରେ ପୂର୍ବରୁ ଚହଲା ଛାଡ଼ିବାକୁ ନିୟମ କରାଯାଇଛି । ତେବେ ପ୍ରତିବର୍ଷ ନଭେମ୍ବର ପହିଲାରୁ ଶିମିଳିପାଳ ଖୋଲୁଥିବା ବେଳେ ଚଳିତ ବର୍ଷ ମାସେ ଆଗୁଆ ଖୋଲିଛି ଅଭୟାରଣ୍ୟ । ଆଗକୁ ଆସୁଥିବା ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟ ଖୋଲଯାଉଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମତ ଦେଇଛନ୍ତି ।