Similipal National Park: ପର୍ଯ୍ୟଟକଙ୍କ ପାଇଁ ଏହିଦିନ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
Advertisement
Article Detail0/zeeodisha/odisha1906080

Similipal National Park: ପର୍ଯ୍ୟଟକଙ୍କ ପାଇଁ ଏହିଦିନ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Similipal National Park: ପର୍ଯ୍ୟଟକମାନେ ପାଇଁ ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିପାରିବେ । ପ୍ରତିଦିନ ୨୫ରୁ ୩୫ଟି ଗାଡି଼କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଉଭୟ ରାସ୍ତାର ଗେଟ୍ ପାଖରେ ଅନୁମତି ପତ୍ର ମିଳିବ । ସେହିପରି ପର୍ଯ୍ୟଟକମାନଙ୍କ ରାତ୍ରୀଯାପନ ପାଇଁ ରାମତୀର୍ଥ, ଗୁଡ଼ଗୁଡ଼ିଆ, କୁମାରୀ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସରେ ବ୍ୟବସ୍ଥା କରାଯାଇଛି। 

ସୌ(ସୋସିଆଲ ମିଡିଆ)

Similipal National Park: ଆଗକୁ ଆସୁଛି ଶୀତ ଋତୁ । ତେବେ ଶୀତ ଋତୁ ନଆସୁଣୁ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । କାରଣ ଖୁବଶୀଘ୍ର ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ । ଚଳିତ ମାସ ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ (Similipal National Park) । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ପର୍ଯ୍ୟଟକମାନେ (Tourist) ପାଇଁ ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିପାରିବେ । ପ୍ରତିଦିନ ୨୫ରୁ ୩୫ଟି ଗାଡି଼କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଉଭୟ ରାସ୍ତାର ଗେଟ୍ ପାଖରେ ଅନୁମତି ପତ୍ର ମିଳିବ । ସେହିପରି ପର୍ଯ୍ୟଟକମାନଙ୍କ ରାତ୍ରୀଯାପନ ପାଇଁ ରାମତୀର୍ଥ, ଗୁଡ଼ଗୁଡ଼ିଆ, କୁମାରୀ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସରେ ବ୍ୟବସ୍ଥା କରାଯାଇଛି। ଖାଲି ଏତିକି ନୁହେଁ, ଗୁଡ଼ଗୁଡ଼ିଆଠାରେ ନେଚର କ୍ୟାମ୍ପର ମଜା ଉଠାଇପାରିବେ ପର୍ଯ୍ୟଟକ । ଏହି ନେଚର କ୍ୟାମ୍ପର (Nature Camp) ପାଇଁ ପର୍ଯ୍ୟଟକ ମାନଙ୍କୁ ପୂର୍ବରୁ ବୁକିଂ (Pre Booking)  କରିବାକୁ ପଡ଼ିବ । ସେହପରି ଅଭୟାରଣ୍ୟ ମଧ୍ୟକୁ ପଲିଥିନ୍, ପ୍ଲାଷ୍ଟିକ୍, ଓ ମାଦକ ଦ୍ରବ୍ୟ ନେବା ଉପରେ କଟକଣା ଜାରି କରାଯାଇଛି । ଏହାସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସୁଲଭ ଦରରେ ଗାଇଡ (Guide) ବ୍ୟବସ୍ଥା କରାଯାଇଥିବା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୁପକ୍ଷଙ୍କ ସୂଚନା ଦେଇଛନ୍ତି ।

Also Read-Bahanaga Train Tragedy: ନେଲେନି ପରିବାର ଲୋକେ! ୨୮ ଅଚିହ୍ନା ମୃତଦେହର ସତ୍କାର କରିବ BMC

Also Read-ସାର୍ବଜନୀନ ପୂଜା ଉତ୍ସବ ପାଇଁ କଟକରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ମନା

ଅନ୍ୟପଟେ, ଅପରାହ୍ନ ୩ଟାରେ ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣୀ ଜଳ ପ୍ରପାତ ଓ ଅପରାହ୍ନ ୪ଟାରେ ପୂର୍ବରୁ ଚହଲା ଛାଡ଼ିବାକୁ ନିୟମ କରାଯାଇଛି । ତେବେ ପ୍ରତିବର୍ଷ ନଭେମ୍ବର ୧ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଖୋଲୁଥିବା ବେଳେ ଚଳିତ ବର୍ଷ ଆଗୁଆ ଅଭୟାରଣ୍ୟ ଖୋଲୁବାକୁ ଯାଇଛି । ଆଗକୁ ପାର୍ବଣ ଋତୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟ ଖୋଲଯାଉଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମତ ଦେଇଛନ୍ତି ।