Surjya Narayan Patro: ମୃତ୍ୟୁ ପରେ ବି ଅମର ରହିଲେ ସୂର୍ଯ୍ୟ ନାରାୟଣ!
Advertisement

Surjya Narayan Patro: ମୃତ୍ୟୁ ପରେ ବି ଅମର ରହିଲେ ସୂର୍ଯ୍ୟ ନାରାୟଣ!

Surjya Narayan Patro: ୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ଥିଲେ । ୧୯୯୦ ମସିହାରେ ସେ ମୋହନାରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦବୀରେ ସେ ମନ୍ତ୍ରୀ ଭାବେ ମଧ୍ଯ ଦାୟିତ୍ବ ତୁଲାଇଛନ୍ତି ।

ସୌ(ସୋସିଆଲ ମିଡିଆ)

Surjya Narayan Patro: ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର (Surjya Narayan Patro) । ଶନିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଓଡ଼ିଶା ରାଜନୀତିର ଏହି ଭେଟେରାନ୍ ନେତା ଥରେ କି ଦୁଇ ଥର ନୁହେଁ ବରଂ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ଥିଲେ । ୧୯୯୦ ମସିହାରେ ସେ ମୋହନାରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦବୀରେ ସେ ମନ୍ତ୍ରୀ ଭାବେ ମଧ୍ଯ ଦାୟିତ୍ବ ତୁଲାଇଛନ୍ତି ।

ସୂଚନା ଅନୁଯାୟୀ, ମୃତ୍ୟୁ ପରେ ବି ନିଜ ଆଖି ମାଧ୍ୟମରେ ଅମର ରହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । କାରଣ ତାଙ୍କ ଆଖିରେ ଦୁନିଆ ଦେଖିବେ ଆଉ ଦୁଇ ଜଣ । ଶନିବାର ଦିନ ତାଙ୍କ ଆଖି ଦାନ କରାଯାଇଛି । ସୂର୍ଯ୍ୟ ନାରାୟଣଙ୍କ ଶେଷ ଇଚ୍ଛା ଅନୁଯାୟୀ ଓ ପରିବାର ଲୋକଙ୍କ ସହମତିରେ ତାଙ୍କ ଚକ୍ଷୁ ଦାନ କରାଯାଇଛି । ଏକ ଡାକ୍ତରୀ ଟିମ୍ ମାତ୍ର ୧୦ ମିନିଟ୍ ଭିତରେ ତାଙ୍କ ଆଖିକୁ ସୁରକ୍ଷିତ ଭାବେ ବାହାର କରିଥିଲା । ଏହାପରେ ଆଖିର ମାନ ପରୀକ୍ଷା କରାଯିବା ସହ ରକ୍ତ ନମୂନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ । ଏହା ପୂର୍ବରୁ ସୂର୍ଯ୍ୟ ନାରାୟଣଙ୍କ ମାଆଙ୍କ ମୃତ୍ୟୁ ପରେ ଚକ୍ଷୁ ଦାନ କରିଥିଲେ ।

ତେବେ ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଅନେକ ବରିଷ୍ଠି ନେତା ଓ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଶେଷ ଦର୍ଶନ ପାଇଁ ସୂର୍ଯ୍ୟଙ୍କୁ ମର ଶରୀରକୁ ତାଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯ ଟା ୩୦ ମିନିଟ୍ ସମୟରେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବା ନେଇ ସୂଚନା ରହିଛି । ଏହା ପରେ ମରଶରୀରକୁ ପ୍ରଥମେ ବିଧାନସଭା, ଲୋକସେବା ଭବନ ଓ ପରେ ଶଙ୍ଖ ଭବନ ନିଆଯିବ । ଶେଷରେ ତାଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ନିଆଯାଇ ସେଠାରେ ଶେଷକୃତ୍ୟ କରାଯିବ । ତେବେ ସୂର୍ଯ୍ୟ ନାରାୟଣ ବିୟୋଗ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

Also Read-Odisha News: ହାଇକୋର୍ଟରେ ୨ ନୂଆ ବିଚାରପତି, ଶିବଶଙ୍କରଙ୍କୁ ନେଇ କୋରାପୁଟ ଉତ୍‍ଫୁଲ୍ଲିତ

Also Read-Job Vacancy:ଅଗ୍ନିଶମ ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ, ୧୦ ଓ +୨ ପାସ୍ ପିଲା କରି ପାରିବେ ଆବେଦନ..