Odisha News: ମହାପ୍ରଭୁଙ୍କ ଦର୍ଶନ କଲେ ଭିକେ ପାଣ୍ଡିଆନ୍
Advertisement
Article Detail0/zeeodisha/odisha2199149

Odisha News: ମହାପ୍ରଭୁଙ୍କ ଦର୍ଶନ କଲେ ଭିକେ ପାଣ୍ଡିଆନ୍

Odisha News:ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ପୂର୍ବରୁ ପ୍ରତି ଶନିବାର ପୁରୀ ଆସି ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରିଥାନ୍ତି। ହେଲେ ଦଳର କିମ୍ବା ସରକାରଙ୍କର ବିଶେଷ ଘୋଷଣା କି କୌଣସି କାର୍ଯ୍ୟ ପାଇଁ ଆଜି ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । 

Odisha News: ମହାପ୍ରଭୁଙ୍କ ଦର୍ଶନ କଲେ ଭିକେ ପାଣ୍ଡିଆନ୍

Odisha News:ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ପୂର୍ବରୁ ପ୍ରତି ଶନିବାର ପୁରୀ ଆସି ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରିଥାନ୍ତି। ହେଲେ ଦଳର କିମ୍ବା ସରକାରଙ୍କର ବିଶେଷ ଘୋଷଣା କି କୌଣସି କାର୍ଯ୍ୟ ପାଇଁ ଆଜି ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏଣୁ ଆଜି ପାଣ୍ତିଆନଙ୍କ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରିବା ପରେ କିଛି ବଡ଼ ଘୋଷଣା କରିପାରନ୍ତି। ଆଗାମୀ ନିର୍ବାଚନ ପାଇଁ ଦଳ ପ୍ରାୟ ଦୁଇଟି ପର୍ଯ୍ଯାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି। ଆଜି ତୃତୀୟ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କରି ପାରନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ଭିକେ ପାଣ୍ଡିଆନ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେଇଥିବା ଆଲୋଚନା ହେଉଛି। ଭିକେ ପାଣ୍ଡିଆନଙ୍କ ଗସ୍ତ ସମୟରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଥିଲେ ।