Angul News: ଶୌଚ ହେବାକୁ ଯାଇଥିଲେ କିନ୍ତୁ ପଡି଼ଗଲେ ହାତୀ ହାବୁଡରେ, ଆଉ ତା'ପରେ
Advertisement
Article Detail0/zeeodisha/odisha1839197

Angul News: ଶୌଚ ହେବାକୁ ଯାଇଥିଲେ କିନ୍ତୁ ପଡି଼ଗଲେ ହାତୀ ହାବୁଡରେ, ଆଉ ତା'ପରେ

Angul News: ଥମୁନି ହାତୀ ଉପଦ୍ରବ। କେତେବେଳେ ମଣିଷ ହାତୀ ଲଢେଇରେ ମଣିଷର ଜୀବନ ଯାଉଛି ତ ଆଉ କେତେ ବେଳେ ହାତୀ ମଣିଷ ଲଢେଇରେ ମିଣିଷର ମୃତ୍ୟୁ ଘଟୁଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ (Angul)। ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ।  

ସୌଜନ୍ୟ- ସୋସିଆଲ ମିଡି଼ଆ

Angul News: ଥମୁନି ହାତୀ ଉପଦ୍ରବ(Elephant)। ଖାଦ୍ୟ ନ ପାଇଁ ଜଙ୍ଗଲ ଛାଡି଼ ଜନବସତି ମୁହାଁ ହେଉଛନ୍ତି ହାତୀ ପଲ। କେତେବେଳେ ମଣିଷ ହାତୀ ଲଢେଇରେ ମଣିଷର ଜୀବନ ଯାଉଛି ତ ଆଉ କେତେ ବେଳେ ହାତୀ ମଣିଷ ଲଢେଇରେ ମିଣିଷର ମୃତ୍ୟୁ ଘଟୁଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ (Angul)। ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି ( Two Killed In Elephant Attack In Angul)। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଦୁଇ ଜଣ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ । ତେବେ,ସେହି ଅଞ୍ଚଳରେ ହାତୀର ଉତ୍ପାତ ବୃଦ୍ଧି ପାଉଥିବାରୁ ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକେ। 

Also Read: Vigilance Raid: ରାୟଗଡ଼ାର କୁବେର ଡିଏଫଓ! ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼

Also Read: Horoscope Today Aug 24 2023: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ୍ ହେବା ସହ ଶୁଭଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ସୂଚନା ଅନୁସାରେ, ଆଜି ଭୋର ,ସମୟରେ ଶଙ୍କର ଓ ଝିଲି ଶୌଚ ହେବାକୁ ସ୍ଥାନୀୟ ନାଳ ନିକଟକୁ ଯାଇଥିଲେ। ହେଲେ ହଠାତ୍ ଏହି ସମୟରେ ସେମାନେ ହାତୀ ହାବୁଡରେ ପଡି ଯାଇଥିଲେ। ହାତୀ ଆକ୍ରମଣ କରିବାକୁ ସେମାନେ ଜୀବନ ବଞ୍ଚାଇବା ପାଇଁ ଡାକ ପକାଇଥିଲେ । ହେଲେ ଭୋର ସମୟ ହୋଇଥିବାରୁ କେହି ସାହାର୍ଯ୍ୟ କରିବାକୁ ପହଞ୍ଚି ନଥିଲେ। ଫଳରେ ସେମାନଙ୍କୁ ହାତୀ ସେଠାରେ ଦଳି ଦେଇଥିଲା। ପରେ ଖବର ପାଇଁ ଘଟଣାସ୍ଥଳରେ ଗାଁ ଲୋକେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ, ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।