Eid 2024: ଆସନ୍ତାକାଲି ରାଜ୍ୟରେ ପାଳନ ହେବ ଇଦ୍
Advertisement
Article Detail0/zeeodisha/odisha2197247

Eid 2024: ଆସନ୍ତାକାଲି ରାଜ୍ୟରେ ପାଳନ ହେବ ଇଦ୍

Eid 2024: ଇସଲାମ ଧର୍ମର ସବୁଠାରୁ ପବିତ୍ର ମାସ ହେଉଛି ରମଜାନ୍ । ରମଜାନ୍ ମାସ ମାସର ଆଜି ହେଉଛି ଶେଷ ଦିନ। ଆସନ୍ତାକାଲି ରାଜ୍ୟର ମୁସଲମାନ ସମ୍ରଦାୟର ଲୋକେ ଇଦ୍ ପର୍ବ ବା ଇଦ୍‌-ଉଲ-ଫିତର (Eid-ul-Fitr)ପାଳନ କରିବେ। 

ସୌଜନ୍ୟ-ସୋସିଆଲ୍ ମିଡିଆ

Eid 2024: ଚଳିତ ବର୍ଷ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମ ଧର୍ମର ସବୁଠାରୁ ପବିତ୍ର ମାସ ହେଉଛି ରମଜାନ୍ ବୋଲି ବିବେଚନା କରାଯାଏ। ରମଜାନ୍ ମାସ ମାସର ଆଜି ହେଉଛି ଶେଷ ଦିନ। ଆସନ୍ତାକାଲି ରାଜ୍ୟର ମୁସଲମାନ ସମ୍ରଦାୟର ଲୋକେ ଇଦ୍ ପର୍ବ ବା ଇଦ୍‌-ଉଲ-ଫିତର (Eid-ul-Fitr)ପାଳନ କରିବେ। ଏନେଇ କଟକ ସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି (Anjuman Islamia Chand Committee) ପକ୍ଷରୁ ଘୋଷଣା କରାଯାଇଛି। 

ALSO READ: Petrol Diesel Price Today: ଆଜି ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡିଜେଲ ଦର

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଦିନ ଚାନ୍ଦ ଦୃଶ୍ୟମାନ ନ ହେବା ପରେ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି (Anjuman Islamia Chand Committee)ଏକ ବୈଠକ କରିଥିଲା।  ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ମୁଖ୍ୟ କହିଥିଲେ ଯେ, ମଙ୍ଗଳବାର ଦିନ ଆକାଶରେ ଚାନ୍ଦ୍ ଦେଖା ନଯିବା କାରଣରୁ ଚଳିତ ସପ୍ତାହର ଗୁରୁବାର ଦିନ ଇଦ୍ ପାଳନ ପାଇଁ ଦିନ ଧାର୍ଯ୍ୟ ହୋଇଛି।  
ଇସଲାମିକ୍ ଧର୍ମଶାସ୍ତ୍ର ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଆକାଶରେ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ।  ଯଦି ପବିତ୍ର ରମଜାନ୍ ମାସରେ ୨୯ ତମ ଦିନରେ ଚାନ୍ଦ ଦୃଶ୍ୟମାନ ନ ହୁଏ । ତେବେ, ୩୦ ତମ ଦିନରେ ଉପବାସ ବା ରୋଜା ରଖାଯାଏ। ଏବଂ ତା ପରଦିନ  ଇଦ୍ ପର୍ବ ବା ଇଦ ଉଲ ଫିତର ପାଳନ କରାଯାଏ।  ଆଉ ସବୁଠୁ ବଡ଼ କଥା ହେଉଛି ଯେ, ସାଉଦି ଆରବରେ ଆଜି ଇଦ୍ ପର୍ବ ପାଳନ କରାଯାଇଛି। 

କାହିଁକି ପାଳିତ ହୋଇଥାଏ ଇଦ?
ଇସଲାମ ଧର୍ମର ନବମ ମାସ ରମଜାନ (9th Month of Islamic Calendar Ramadan) ସମାପ୍ତ ହେବା ପରେ ଇଦ୍-ଉଲ୍-ଫିତର ପର୍ବ ଦଶମ ଶବ୍ବାଲ ମାସର (10th Sabbal Month of Islamic Calendar) ପ୍ରଥମ ଦିନରେ ପାଳନ କରାଯାଏ। ଇସଲାମୀୟ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଇସଲାମ ଧର୍ମର ଶେଷ ଭବିଷ୍ୟ‌ଦ୍‌ବକ୍ତା (Last Prophet of Islam) ମହମ୍ମଦ (Prophet Muhammad) ବଦର ଯୁଦ୍ଧରେ (Battle of Badr) ବିଜୟୀ ହୋଇଥିଲେ। ଯେତେବେଳେ ଏହି ଯୁଦ୍ଧ ହୋଇଥିଲା, ସେତବେଳେ ରମଜାନ ମାସ (Ramadan Month in Islamic Calendar) ଚାଲିଥିଲା​। 

ବଦର ଯୁଦ୍ଧରେ ମିଳିଥିବା ବିଜୟ ପରେ ଲୋକଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା। ଯାହା ପରେ ଏହି ଦିନ ମିଠି ଇଦ୍ କିମ୍ବା ଇଦ୍-ଉଲ୍-ଫିତର ଭାବରେ ପାଳନ କରାଯାଏ। ଏହା ବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଇସଲାମ ଧର୍ମଗ୍ରନ୍ଥ ପବିତ୍ର କୁରାନ (The Holy Quran) ପ୍ରଥମ ଥର ପାଇଁ ରମଜାନ ମାସ (Ramadan Month in Islam) ଶେଷରେ ପୃଥିବୀ ପୃଷ୍ଠକୁ ଆସିଥିଲା।