ବାଇକ୍ ଚାଳକ ସାବଧାନ୍ ! ଏଣିକି ବିକଟାଳ ଶବ୍ଦ ସହ ସାପ ପରି ବାଇକ ଚଲାଇଲେ, ସିଧା ଯିବେ...
Advertisement
Article Detail0/zeeodisha/odisha1866191

ବାଇକ୍ ଚାଳକ ସାବଧାନ୍ ! ଏଣିକି ବିକଟାଳ ଶବ୍ଦ ସହ ସାପ ପରି ବାଇକ ଚଲାଇଲେ, ସିଧା ଯିବେ...

Odisha News: ସାବାଡ୍ ହେବେ ରୋମିଓ ବାଇକ୍ ଚାଳକ  (bike riders) ! ଏଣିକି ବିକଟାଳ ଶଦ୍ଧ କି ଠୋ ଠା ଶବ୍ଦ କରି ରାସ୍ତାରେ ଗାଡି଼ ଚଲାଉଥିବା ଚାଳକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ। ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଟ୍ରାଫିକ୍ ପୋଲିସ୍ (Commissionerate Traffic Police)। 

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News: ସାବାଡ୍ ହେବେ ରୋମିଓ ବାଇକ୍ ଚାଳକ  (bike riders) ! ଏଣିକି ବିକଟାଳ ଶଦ୍ଧ କି ଠୋ ଠା ଶବ୍ଦ କରି ରାସ୍ତାରେ ଗାଡି଼ ଚଲାଉଥିବା ଚାଳକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ। ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଟ୍ରାଫିକ୍ ପୋଲିସ୍ (Commissionerate Traffic Police)। ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଇବା (bike riders), ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଇତ୍ୟାଦି ଲଗାଇଥିଲେ ସାବଧାନ। କାହିଁକିନା ଏଭଳି ବାଇକ୍ ଚାଳକ ଏବେ ଟ୍ରାଫିକ୍ ପୋଲିସର ସ୍କାନରରେ। ଯଦି ଆପଣ ଏଭଳି ଗାଡି଼ ଚଳାଉଛନ୍ତି ଆଉ ଏଥର ପାଇଁନ୍ ନୁହେଁ, ସିଧା କୋର୍ଟକୁ ଯିବେ।  

Also Read: Shourin Bhatt: ସରିଲା ଲୁଚାଛପା ଖେଳ, ସୌରିନଙ୍କୁ ଯେଉଁଠି ପାଇବ ପୋଲିସ୍ ସେଇଠି...

ମଡିଫାଏଡ ସାଇଲେନ୍ସର (modified silencers) ଲଗାଇଥିବା ଗାଡ଼ିକୁ ଏବେ ଗୋଡେଇ ଗୋଡେଇ ଧରୁଛି ପୋଲିସ। ପ୍ରଥମ ଦିନରେ ୧୦୦ରୁ  ଅଧିକ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲେଣି ଟ୍ରାଫିକ ପୋଲିସ କର୍ମଚାରୀ। ଏନେଇ କମିସନରେଟ ପୋଲିସ ର ଟ୍ରାଫିକ ୟୁନିଟ ପୂଜା ପୂର୍ବରୁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି ।ମଡିଫାଏଡ ସାଇଲେନ୍ସର ଲଗାଇଥିବା ଗାଡି଼ ଚାଳକଙ୍କୁ ଧରିବା ସହ ଗାଡି଼କୁ ଜବତ କରୁଛି।  ଏନେଇ ଭୁବନେଶ୍ୱର ଟ୍ରାଫିକ ଥାନାରେ ନାହିଁ ନଥିବା ଗହଳି ଦେଖିବାକୁ ମିଳୁଛି । କାହିଁକିନା, ଗାଡି ଭିଡ଼ି ନେଇ ଥାନାକୁ ଆଣିବା ପରେ ଗାଡି ନେବା ପାଇଁ ଗାଡି ମାଲିକମାନେ ଥାନାରେ ନିଜ ଗାଡି଼କୁ ନେବା ପାଇଁ ଭିଡ଼ ଜମାଇଛନ୍ତି। 

ତେବେ ରାସ୍ତାରେ ରୋମିଓ ଷ୍ଟାଇଲରେ ବୁଲୁଥିଲେ,  ହୋଇଯାନ୍ତୁ ସତର୍କ କାରଣ ଆପଣ ଗାଡି କୁ ଟାଣି ନେଇପାରେ ପୋଲିସ। ଯଦି ଆପଣଙ୍କ ଗାଡିରୁ ବିକଟାଳ ଶବ୍ଦ କରି ବାହାରୁଥିବା । (52 mv act penal provision 182 ) ରେ ଏନଫୋର୍ସମେଣ୍ଟ  କରିବା ପାଇଁ ପୋଲିସ ପାଖରେ ନିୟମ ରହିଛି। ଏନେଇ ଅନେକ ରୋଡ଼ ରୋମିଓ ଓ ବାଇକ ଲଭର ଏଭଳି ବିକଟାଳ ଶବ୍ଦ କରି ଗାଡି ଚଲାଉଛନ୍ତି।

ଯାହାକୁ ଦେଖିଲା ମାତ୍ରେ ପୋଲିସ ଗୋଡାଇ ଗୋଡାଇ ଧରୁଛି। ଥାନାକୁ ଆଣିବା ପରେ ଗାଡ଼ିର ମଡିଫାଏଡ ସାଇଲେନ୍ସର ପାଇପ ଲାଗିଥିଲେ ତାକୁ କାଢି ଦିଆଯାଉଛି। କାରଣ ୮୦ ଡେସିମିଲରୁ ଅଧିକ ଶବ୍ଦରେ ବିକଟାଳ ଶବ୍ଦ କରି ଗାଡି ଚଲାଇବା ନିୟମ ବିରୋଧ ରହିଛି। ଏନେଇ ଅନେକ ଯୁବପିଢି ଏପରି ସାଇଲେନ୍ସର ପାଇପ ଲଗାଇ ଗାଡି ଚଲାଇ ରାସ୍ତାରେ ଚକ୍କର କାଟୁଛନ୍ତି। ଏନେଇ ଯେହେତୁ ଆଗକୁ ପୁଜା ଆସୁଛି ସେସବୁ ଗାଡି ରାସ୍ତାରେ ଭିଡ଼ରେ ବିଶୃଙ୍ଖଳା ସୃଷ୍ଟି କରୁଛି। ଏନେଇ ସେସବୁ ଗାଡ଼ିକୁ ଧରିବାକୁ ପୋଲିସ ବିଭିନ‌ ଟ୍ରାଫିକ ଛକରେ ମାଳ ମାଳ ଟ୍ରାଫିକ ପୋଲିସ ପଇତରା ମାରୁଛନ୍ତି।