LAccMI Bus: କଳାହାଣ୍ତିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଆଜିଠୁ ଜିଲ୍ଲାରେ ଗଡିବ 'ଲକ୍ଷ୍ମୀ ବସ୍'
Advertisement
Article Detail0/zeeodisha/odisha1939023

LAccMI Bus: କଳାହାଣ୍ତିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଆଜିଠୁ ଜିଲ୍ଲାରେ ଗଡିବ 'ଲକ୍ଷ୍ମୀ ବସ୍'

LAccMI Bus: ଆଜି ନଭେମ୍ବର ୧ରେ ଅର୍ଥାତ୍ କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ (Kalahandi Foundation Day ) । ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ବସ ଟର୍ମିନାଲ ଓ ମେଡିକାଲ କଲେଜ ସହ 'ଲକ୍ଷ୍ମୀ ବସ'  ଉପହାର ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ତି ଗସ୍ତ କରିବେ।

LAccMI Bus: କଳାହାଣ୍ତିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଆଜିଠୁ ଜିଲ୍ଲାରେ ଗଡିବ 'ଲକ୍ଷ୍ମୀ ବସ୍'

LAccMI Bus: ଆଜି ନଭେମ୍ବର ୧ରେ ଅର୍ଥାତ୍ କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ (Kalahandi Foundation Day ) । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) କଳହାଣ୍ତିବାସୀଙ୍କୁ ଏକ ଭେଟି ଦେବାକୁ ଯାଉଛନ୍ତି।  ଜିଲ୍ଲା ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ବସ ଟର୍ମିନାଲ ଓ ମେଡିକାଲ କଲେଜ ସହ 'ଲକ୍ଷ୍ମୀ ବସ'  ଉପହାର ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ତି ଗସ୍ତ କରିବେ। ଆଜି ଦିନ ୧୦ଟା ୫ରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ୧୦ଟା ୧୫ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଯାତ୍ରା କରି ଦିନ ୧୧ଟାରେ କଳାହାଣ୍ଡି ଉତକେଲା ଏୟାରପୋର୍ଟରେ ପହଞ୍ଚିବେ । ପରେ ସେଠାରୁ  ହେଲିକପ୍ଟରରେ ଯାଇ ପୂର୍ବାହ୍ନ ୧୧ଟା୩୦ରେ ଭବାନୀପାଟଣା ମେଡିକାଲ କଲେଜ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ୧୧ଟା ୩୫ରେ ଶହେ ସିଟ ବିଶିଷ୍ଟ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । 

Also Read: Weather Update: ଜାଡରେ ଥରୁଛି ସାରା ଓଡିଶା! ଦାରିଙ୍ଗିବାଡିରେ ୧୫ ଡିଗ୍ରୀକୁ ଖସିଲା ପାରଦ

ପରେ ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୫୫ମିନିଟରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ 'ଲକ୍ଷ୍ମୀ ବସ' (LAccMI Bus Service)ସେବାର ଶୁଭାରମ୍ଭ କରିବେ । ଆଜିଠାରୁ କଳାହାଣ୍ତି ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଗଡିବ  'ଲକ୍ଷ୍ମୀ ବସ୍'।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ବସ୍ ଚଳାଚଳ ନେଇ ସମସ୍ତ ପ୍ରସ୍ତୁତି ଶେଷ  ହୋଇଥିବା ବେଳେ ଜିଲ୍ଲାରେ ୬୩ଟି ବସ୍ ପହଞ୍ଚି ସାରିଛି। ଏବଂ ବସ୍ ରହଣୀ ନେଇ ଜିଲ୍ଲାରେ ୩୨୬ଟି ବସ ଷ୍ଟପେଜ୍‌ ନିର୍ମାଣ ହୋଇଛି । ସେପଟେ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଧର୍ମଗଡ ଉପଖଣ୍ଡରେ ଉତ୍ସାହ ବି ଦେଖିବାକୁ ମିଳିଛି। ଉପଖଣ୍ଡ ଦେଇ ଯାଇଥିବା ଚାରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇ ଲକ୍ଷ୍ମୀ ବସ୍ ଚଳାଚଳ କରିବ। ଏହାସହ ଭବାନୀପାଟଣାରେ ନୂଆ ବସ ଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ତେବେ, ଏହା ପୂର୍ବରୁ ଅର୍ଥାତ୍ ଚଳିତ ମାସ  ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ‘ଲକ୍ଷ୍ମୀ ବସ୍’(LAccMI Bus services to start in Malkangiri ) ସେବା ଆରମ୍ଭ ହୋଇଥିଲା। ଯାହାକୁ ବଣ୍ଡାଘାଟିରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik)। ‘ଲକ୍ଷ୍ମୀ’ବସ (LAccMI Bus) ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିଛି। 

ଦ୍ବିତୀୟ ପର୍ଯ୍ୟାୟରେ, ଅର୍ଥାତ୍ ଅକ୍ଟୋବର ୨୦ ତାରିଖରେ ଗଜପତି ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଥିଲା। ଗ୍ରାମାଞ୍ଚଳବାସୀଙ୍କୁ ଉତ୍ତମ ଯାତାୟାତ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର 'ଲକ୍ଷ୍ମୀ' ବସ୍ (LAccMI Yojana) ଯୋଜନା ଆରମ୍ଭ କରିଛନ୍ତି। ଗାଁର ଚାଷୀ, ଛାତ୍ରଛାତ୍ରୀ, ମା' ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ରାଜ୍ୟ ଅର୍ଥନୀତି ଆହୁରି ମଜଭୁତ ହେବା ସହ ଗାଁ ଗାଁରେ ସମୃଦ୍ଧି ଆସିବ ବୋଲି ଆଶା କରାଯାଉଛି। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ।  ଆଗାମୀ ଦିନରେ ନବରଙ୍ଗପୁର, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ବସ୍ ସେବା ଆରମ୍ଭ ହେବ ।