Odisha News: ଆସନ୍ତାକାଲି ପବିତ୍ର ରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ
Advertisement

Odisha News: ଆସନ୍ତାକାଲି ପବିତ୍ର ରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Odisha News: ବୀର ବାଦ୍ୟରେ କମ୍ପୁଛି ଆଖଡାଘର। ପାହୁଲ ଓ ଠାଣିରେ ମଜ୍ଜିଲେଣି ସାହି ଭେଣ୍ଡିଆ। ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହେବ ପୁରୀ ସହର। ଆସନ୍ତାକାଲି ରାମନବମୀ ଠାରୁ ସାହିଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର । ବୀରବାଦ୍ୟର ଶବ୍ଦରେ ପ୍ରକମ୍ପିତ ହେବ ଶ୍ରୀକ୍ଷେତ୍ର । 

Odisha News: ଆସନ୍ତାକାଲି ପବିତ୍ର ରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Odisha News: ବୀର ବାଦ୍ୟରେ କମ୍ପୁଛି ଆଖଡାଘର। ପାହୁଲ ଓ ଠାଣିରେ ମଜ୍ଜିଲେଣି ସାହି ଭେଣ୍ଡିଆ। ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହେବ ପୁରୀ ସହର। ଆସନ୍ତାକାଲି ରାମନବମୀ ଠାରୁ ସାହିଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର । ବୀରବାଦ୍ୟର ଶବ୍ଦରେ ପ୍ରକମ୍ପିତ ହେବ ଶ୍ରୀକ୍ଷେତ୍ର । ଆଉ ଉଜ୍ଜଳ ଆଲୋକମାଳାରେ ଝଲସିବ ୭ ସାହି ଓ ୪୨ କନ୍ଦି । କେବଳ ସେତିକି ନୁହେଁ ମଲିଫୁଲ ମାଳର ବାସ୍ନାରେ ମହକିବ ପୁରୁଷୋତ୍ତମ କ୍ଷେତ୍ର । ଆସନ୍ତା ରାମନବମୀ ଦିନ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ଠାରୁ ଆରମ୍ଭ ହେବ ପାରମ୍ପରିକ ସାହିଯାତ । ଗୋଟିଏ ସାହିର ଯାତ ତାର ପାରମ୍ପରିକ ବାଦୀ ତଥା ବନ୍ଧୁ ସାହିକୁ ଯାଇଥାଏ। 

ALSO READ: Road Accident: ଯାତ୍ରୀବାହୀ ବସ୍ - ହାଇୱା ମୁହାଁମୁହିଁ ଧକ୍କା, ଜଣେ ମୃତ, ୧୦ ଆହତ

ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା, ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରିବ। ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ନୀତି ସମାପନ କରିଥାଏ । ସେଥିପାଇଁ ଏବେ ଯାଗା ଆଖେଡା ଗୁଡିକରେ ଚାଲିଛି ଅଭ୍ୟାସ । ମୁରବି ଓ ଭେଣ୍ଡିଆ ମାନଙ୍କ ଉପସ୍ଥିତିରେ ଜାରିରହିଛି ନୃତ୍ୟାଭ୍ୟାସ । ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ଵା ବାଦିସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହେବେ । 

ଶ୍ରୀରାମନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବାପରେ ଆଜ୍ଞାମାଳ ପାଇ ଶ୍ରୀ ରାମ ଓ ଶ୍ରୀ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥବଲ୍ଳବ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ ହୋଇଥାଏ । ସେପଟେ ସାହିଯାତକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସାତ ସାହି ଆଖେଡା ମୂରବିଙ୍କ ସହ ଆଲୋଚନା ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି ସମାପନ ପାଇଁ ସେବାୟତଙ୍କ ସମନ୍ୱୟ ଲୋଡିଛି ପ୍ରଶାସନ।