Train Service: ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲା ଭୁବନେଶ୍ବର- ବଲାଙ୍ଗୀର ଏକ୍ସପ୍ରେସ୍, ଜାଣନ୍ତୁ ଟ୍ରେନ ଟାଇମ୍
Advertisement
Article Detail0/zeeodisha/odisha2153874

Train Service: ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲା ଭୁବନେଶ୍ବର- ବଲାଙ୍ଗୀର ଏକ୍ସପ୍ରେସ୍, ଜାଣନ୍ତୁ ଟ୍ରେନ ଟାଇମ୍

Train Service: ପଶ୍ଚିମ ଓଡି଼ଶାବାସୀଙ୍କ ପାଇଁ ଏଣିକି ଯାତ୍ରା ହେବ ଆହୁରି ସହଜ । ଭୁବନେଶ୍ବର- ବଲାଙ୍ଗୀର ଏକ୍ସପ୍ରେସ୍  ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ(Bhubaneswar Balangir Express Extended Up To Sonepur) କରାଯାଇଛି । ମଙ୍ଗଳବାର ଦିନ ସୋନପୁର ଷ୍ଟେସନ ଠାରେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ  ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। 

ସୌଜନ୍ୟ-ସୋସିଆଲ ମିଡିଆ

Train Service: ପଶ୍ଚିମ ଓଡି଼ଶାବାସୀଙ୍କ ପାଇଁ ଏଣିକି ଯାତ୍ରା ହେବ ଆହୁରି ସହଜ । ଭୁବନେଶ୍ବର- ବଲାଙ୍ଗୀର ଏକ୍ସପ୍ରେସ୍  ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ(Bhubaneswar Balangir Express Extended Up To Sonepur) କରାଯାଇଛି । ମଙ୍ଗଳବାର ଦିନ ସୋନପୁର ଷ୍ଟେସନ ଠାରେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ  ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।  ଏହି ଟ୍ରେନ୍ ଟି ବଲାଙ୍ଗୀରରେ ପହଞ୍ଚିବା ପରେ  ଅପରାହ୍ନ ୧ଟା ୪୫ ମିନିଟ୍ ସମୟରେ ସୋନପୁର ଅଭିମୁଖେ ଯାତ୍ରା କରି ଅପରାହ୍ନ ୩ଟା ୧୫ରେ ସୋନପୁର ପହଞ୍ଚିବ।  ଏବଂ ଫେରିବା ପରେ ଏହା ସୋନପୁରରୁ ଅପରାହ୍ନ ୧ଟାରେ  ଛାଡି଼ ଅପରାହ୍ନ ୨ଟା ୨୫ରେ ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବ।  ଏହା ପରେ ବଲାଙ୍ଗୀରରୁ ଯାତ୍ରା ଆରମ୍ଭ କରି, ରାତି ୯ଟା ୪୫ ମିନିଟ୍ ରେ ଭୁବନେଶ୍ବରରେ ପହଞ୍ଚିବ।  ଏହି ଟ୍ରେନ୍ ଆସନ୍ତା ୧୪ ତାରିଖରୁ ସୋନପୁର ଠାରୁ ଏବଂ ୧୫ ତାରିଖରୁ ଭୁବନେଶ୍ବର ପଟୁ ନିୟମିତ ଚଳାଚଳ କରିବ।  ବଲାଙ୍ଗୀର ଓ ସୋନପୁର ମଧ୍ୟରେ ଏହା ବିଛୁପାଲି, ଝରତଭରା ଓ ନରସିଂହଗଡ଼ ଷ୍ଟେସନରେ ରହଣୀ କରିବ।  

ALSO READ: Metro: ଭୁବନେଶ୍ବର ମେଟ୍ରେକୁ ନେଇ ଆସିଲା ବଡ଼ ଅପଡେଟ୍, ବିମାନ ବନ୍ଦରରୁ ଆଚାର୍ଯ୍ୟ ବିହାର ଯାଏଁ ରହିବ ଏତିକିଟି ଷ୍ଟେସନ୍

ସେହିପରି, ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୫୦୦୦ କୋଟି ଟଙ୍କା ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଇଣ୍ଟରଲକିଂ ସିଷ୍ଟମ, ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ, ଉତ୍ସର୍ଗୀକୃତ ମାଲ ପରିବହନ କରିଡ଼ର, ଗତି ଶକ୍ତି, ରେଳ କୋଚ୍ ରେସ୍ତୁରାଁ ସାମିଲ୍ ରହିଛି। ଏହା ସହିତ ବନ୍ଦେ ଭାରତ ଏକ୍ସପ୍ରେସ ସହ ଅନ୍ୟାନ୍ୟ ଟ୍ରେନ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। 

ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟତ ହୋଇଛି। ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଆସୁଥିବା ଯାତ୍ରୀଙ୍କ ସୁସ୍ଥତା ଏବଂ କଲ୍ୟାଣ ପାଇଁ ଏଠାରେ ସୁଲଭ ମୂଲ୍ୟରେ ଜେନେରିକ ଔଷଧ ଯୋଗାଇ ଦିଆଯିବ। ସେହିପରି ପୁରୀ-ବିଶାଖାପାଟନମ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ବିଶାଖାପାଟନମ ଠାରୁ ଶୁଭାରମ୍ଭ ହୋଇଛି । ଏହି ଟ୍ରେନ ରାଜ୍ୟର ଦକ୍ଷିଣାଞ୍ଚଳର ଲୋକଙ୍କ ଚାହିଦା ପୂରଣ କରିବ। ପୁରୀ-ବିଶାଖାପାଟନମ୍ ବନ୍ଦେ ଭାରତ ଟ୍ରେନ, ପୁରୀ-ବିଶାଖାପାଟନମ୍ ମଧ୍ୟରେ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍ ଏବଂ ବିଜୟୟନଗରମ୍ ଠାରେ ରହିବ। 

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧିନସ୍ଥ ୧୧ ରେଳ ଷ୍ଟେସନ ଠାରେ ୧୪ "ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" ଉତ୍ସର୍ଗୀକୃତ ହୋଇଛି। ଏହି ଷ୍ଟେସନ ହେଉଛି ପୁରୀ, ଭୁବନେଶ୍ୱର, କଟକ, ଭଦ୍ରକ, ଖୋର୍ଦ୍ଧା ରୋଡ଼, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ପାଲାସା, ଅନଗୁଳ ଏବଂ ଢେଙ୍କାନାଳ। ଏହି ରେଳ ଷ୍ଟେସନ ଠାରେ ଥିବା "ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବ। ଏହା ସହିତ ସ୍ଥାନୀୟ/ସ୍ୱଦେଶୀ ଉତ୍ପାଦ ପାଇଁ ବଜାର ଯୋଗାଇବ। ସମାଜର ନିମ୍ନ ବର୍ଗଙ୍କ ପାଇଁ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବ।