Odisha News: ଓଡି଼ଶାର ମାଟି ପରେ ଏବେ ଜଳ ଉପରେ ଆଖି ପକାଇଲାଣି ଆନ୍ଧ୍ର!
Advertisement
Article Detail0/zeeodisha/odisha1907450

Odisha News: ଓଡି଼ଶାର ମାଟି ପରେ ଏବେ ଜଳ ଉପରେ ଆଖି ପକାଇଲାଣି ଆନ୍ଧ୍ର!

Odisha News:ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରବେଶ ( Odisha Andhra Pradesh Border Dispute) କରିବା ସହିତ ଲୋକଙ୍କୁ ଆକର୍ଷିତ କରିବାର ପ୍ରୟାସ କିଛି ନୂଆ କଥା ନୁହେଁ। କିନ୍ତୁ ଓଡ଼ିଶା ମାଟିରେ ବନ୍ଧ ବାନ୍ଧି ଆନ୍ଧ୍ର ଲୋକଙ୍କୁ ଚାଷ ପାଇଁ ଜଳ ଯୋଗାଣ ନେଇ ଯେଉଁ ମସୁଧା ଚଳାଇଛି ତାହାକୁ ନେଇ ଓଡ଼ିଶା ସୀମାନ୍ତ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

(କୋରାପୁଟ,ନିରୋଜ ଶତପଥି )  Odisha News:ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରବେଶ ( Odisha Andhra Pradesh Border Dispute) କରିବା ସହିତ ଲୋକଙ୍କୁ ଆକର୍ଷିତ କରିବାର ପ୍ରୟାସ କିଛି ନୂଆ କଥା ନୁହେଁ। କିନ୍ତୁ ଓଡ଼ିଶା ମାଟିରେ ବନ୍ଧ ବାନ୍ଧି ଆନ୍ଧ୍ର ଲୋକଙ୍କୁ ଚାଷ ପାଇଁ ଜଳ ଯୋଗାଣ ନେଇ ଯେଉଁ ମସୁଧା ଚଳାଇଛି ତାହାକୁ ନେଇ ଓଡ଼ିଶା ସୀମାନ୍ତ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଆନ୍ଧ୍ର ର ଏତାଦୃଶ କାର୍ଯ୍ୟକଳାପ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ। ଭୌଗଳିକ ଦୃଷ୍ଟି କୋଣରୁ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକର କୋଟିଆ, ରାଲେଗଡ଼ା, ସୁଙ୍କି, ଆମ୍ଫାବେଲି, ଗୋଲୁରୁ, ପେଟରୁ, ସମ୍ବାଇ ଆଦି ପଞ୍ଚାୟତ ଆନ୍ଧ୍ର ସୀମାକୁ ଲାଗି ରହିଛି। ଏହାର ଫାଇଦା ନେଇ ଆନ୍ଧ୍ର ଏହି ସୀମାନ୍ତ ଅଂଚଳରେ ଅନୁପ୍ରବେଶ କରି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଦୀର୍ଘ ବର୍ଷ ଧରି ପ୍ରୟାସ ଜାରି ରଖିଛି।

ଏବେ କିନ୍ତୁ ଓଡ଼ିଶା ସୀମାନ୍ତ ଲୋକଙ୍କ ବଦଳରେ ଆନ୍ଧ୍ର ସୀମାନ୍ତ ଲୋକଙ୍କୁ ଚାଷ କାର୍ଯ୍ୟ ରେ ଆବଶ୍ୟକ ଜଳ ଯୋଗାଣ ପାଇଁ ଓଡ଼ିଶା ମାଟିରେ ଜଳ ସଂରକ୍ଷଣ ବନ୍ଧ ବାନ୍ଧିବା ପାଇଁ ଅଣ୍ଟା ଭିଡ଼ିଛି। ଏ ନେଇ ଗତ ମାସ ୨୬ ତାରିଖରେ ଓଡ଼ିଶା ଭିତରେ ପ୍ରବେଶ କରି ଯୋଜନା ପ୍ରସ୍ତୁତ କରିଥିବା ଜଣା ପଡିଛି। ଏପରି ଘଟଣା ଦେଖିବାକୁ ମିଳିଛି ଶୁଙ୍କି ପଞ୍ଚାୟତ ର ମୁଙ୍ଗାରଗୁମ୍ମି ଅଞ୍ଚଳରେ। ଏଠାରେ ପ୍ରବାହିତ ହେଉଥିବା ଏକ ପାହାଡି ନାଳ ଉପରେ ବନ୍ଧ ବାନ୍ଧି ଜଳ ସଂରକ୍ଷନ କରାଯାଇ ଆନ୍ଧ୍ର ସୀମାନ୍ତ ଲୋକଙ୍କୁ ଚାଷ ପାଇଁ ଜଳ ଯୋଗାଣ ବ୍ୟବସ୍ଥା କରିବା ନେଇ ଉଦ୍ୟମ ଆରମ୍ଭ ହୋଇଛି। 

ସୁଙ୍କି ପଞ୍ଚାୟତର ମୁଙ୍ଗାରଗୁମ୍ମି ଗାଁ ଆନ୍ଧ୍ର ସୀମାନ୍ତରେ ରହିଥିବାବେଳେ, ଏହି ପାହାଡି ନାଳ ଉପରେ ଇଟାୱାଳସା, କୋପ ମାଉଡ଼ି, ଗନ୍ଧୱାଳସା, ୱାଲେଗାନ, ସାଙ୍ଗାମଗୁଡ଼ା ଆଦି ଗାଁର ଲୋକେ ନିର୍ଭର କରି ଥାଆନ୍ତି। ଏଠାରେ ଆନ୍ଧ୍ର ବନ୍ଧ ବାନ୍ଧିଲେ ଓଡ଼ିଶାର ଲୋକେ ପ୍ରଭାବିତ ହେବେ । ତେବେ ଆନ୍ଧ୍ର ଓଡ଼ିଶା ଭିତରେ ପ୍ରବେଶ କରି ବନ୍ଧ ବାନ୍ଧିବା ନେଇ ମାପଚୁପ କରିଥିବାବେଳେ, ସ୍ଥାନୀୟ ପ୍ରଶାସନ ଏହାର ସୁରାକ କିପରି ପାଇଲା ନାହିଁ? ସ୍ଥାନୀୟ ଲୋକେ ଏହା ଜାଣିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ, ଏହାକୁ ବିରୋଧ କରିବା ପାଇଁ ପ୍ରାଥମିକ ସ୍ତରରେ ପ୍ରଭାବିତ ହେବାକୁ ଥିବା ସିମେଣ୍ଟ ଗାଁର କିଛି ଲୋକଙ୍କୁ ନେଇ ରବିବାର ଏକ ବୈଠକ କରିଥିବା ସୂଚନା ମିଳିଛି। ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।