Sundargarh News: ମ୍ୟାଚ୍ ଦେଖିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୩ ଯୁବକଙ୍କ ଜୀବନ
Advertisement
Article Detail0/zeeodisha/odisha1876665

Sundargarh News: ମ୍ୟାଚ୍ ଦେଖିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୩ ଯୁବକଙ୍କ ଜୀବନ

Odisha News:  ନିମିଷକ ମଧ୍ୟରେ ଲିଭିଗଲା ତିନି ଜୀବନ ଦୀପ। ବର୍ଷାରୁ ବର୍ତ୍ତିବା  ପାଇଁ ଗଛ ମୂଳରେ ଠିଆ ହୋଇ ଥିଲେ ତିନି ଯୁବକ (Lightning Death) । କିନ୍ତୁ ଜାଣି ନଥିଲେ ସେଠାରେ ଛକି ବସିଛି ମୃତ୍ୟୁ। ବଜ୍ରପାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି (3 Youths Killed As Lightning Strikes During Football Match) ।  

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ନିମିଷକ ମଧ୍ୟରେ ଲିଭିଗଲା ତିନି ଜୀବନ ଦୀପ। ବର୍ଷାରୁ ବର୍ତ୍ତିବା  ପାଇଁ ଗଛ ମୂଳରେ ଠିଆ ହୋଇ ଥିଲେ ତିନି ଯୁବକ (Lightning Death) । କିନ୍ତୁ ଜାଣି ନଥିଲେ ସେଠାରେ ଛକି ବସିଛି ମୃତ୍ୟୁ। ବଜ୍ରପାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି (3 Youths Killed As Lightning Strikes During Football Match) ।   ଏଭଳି ଦୁଖଃଦ ଘଟଣା ଘଟିଛି ସୁନ୍ଦରଗଡ଼ (Sundargarh) ଜିଲ୍ଲା ରାଉରକେଲା ନିକଟ ଗର୍ଜନ ପଞ୍ଚାୟତ ଅନ୍ତର୍ଗତ ବିରୁଆଲ ଗାଁରେ । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ବିଶ୍ଵକର୍ମା ପୂଜା ଦିନ ଏଭଳି ଘଟଣା ଘଟିଛି।  ମୃତକ ମାନେ ହେଲେ ବଣାଇ ଅଞ୍ଚଳର ସୁନିତ ଓରାମ , ଲାଠିକଟା ଅଞ୍ଚଳର ବିଶାଳ ବିଲୁଙ୍ଗ ଏବଂ ଶାନ୍ତି ପ୍ରସାଦ ଲାକ୍ରା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଏହାବି ପଢନ୍ତୁ : Jawan: ବକ୍ସ ଅଫିସରେ 'ଜଓ୍ବାନ୍'ର ନୂଆ ରେକର୍ଡ଼, ୧୧ ଦିନରେ ଆୟ କଲା ଏତେ କୋଟି

ଏହାବି ପଢନ୍ତୁ : Mo Bus: କାରକୁ ପିଟିଲା ମୋ ବସ୍ , ଘଟଣାସ୍ଥଳରେ ଜଣେ ମୃତ, ଏକାଧିକ ଆହତ

ସୂଚନା ଅନୁସାରେ, ଗତକାଲି ବିଶ୍ବକର୍ମା ପୂଜା ଥିଲା। ଏ-ନେଇ ଚଳଚଞ୍ଚଳ ହୋଇପଡିଥିଲା ପୂରା ରାଉରକେଲା ସହର। ବିଶ୍ବକର୍ମା ପୂଜାରେ ମ୍ୟାଚରେ ମଜା ନେବାପାଇଁ ଏକାଠି ହୋଇଥିଲେ ଶହ ଶହ ଲୋକେ। ବ୍ରାହ୍ମଣୀ ତରଙ୍ଗ ଥାନା ଗର୍ଜନ ପଞ୍ଚାୟତ ବିରୁଆଲ ଗାଁରେ ଚାଲୁଥିଲା ଫୁଟବଲ ମ୍ୟାଚ୍। ମ୍ୟାଚ୍ ଦେଖିବା ରୁଣ୍ତ ହୋଇଥିଲେ ଲୋକେ । ହେଲେ ହଠାତ୍ ଏହି ସମୟରେ ମାଡି଼ ଆସିଲା କଳାହାଣ୍ତିଆ ମେଘ। ବାଦଲ ଫଟା ବର୍ଷା ଯୋଗୁଁ ମ୍ୟାଚ୍ ଦେଖିବା ପାଇଁ ଆସିଥିବା ଲୋକେ ଏଣେତେଣ ଦୌଡିବାକୁ ଲାଗିଲେ। କିନ୍ତୁ  ବର୍ଷାରୁ ବଞ୍ଚିବାକୁ କିଛି ଲୋକ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ। ହଠାତ ବିଜୁଳି ସହ ବଜ୍ରପାତ ହେବାରୁ ଗଛ ମୂଳରେ ଠିଆ ହୋଇ ଥିବା ତିନି ଜଣ ଯୁବକ ମୃତ୍ୟୁ ଘଟିଥିଲା। ଏବଂ ଚାରି ଜଣ ଆହତ ହୋଇଥିଲେ। ମୃତକ ମାନେ ହେଲେ ବଣାଇ ଅଞ୍ଚଳର ସୁନିତ ଓରାମ , ଲାଠିକଟା ଅଞ୍ଚଳର ବିଶାଳ ବିଲୁଙ୍ଗ ଏବଂ ଶାନ୍ତି ପ୍ରସାଦ ଲାକ୍ରା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।