BSKY Nabin Card: ଆଜିଠୁ ମିଳିବ BSKY - ନବୀନ କାର୍ଡ଼, ଏହି ୨ ଜିଲ୍ଲାରେ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2142950

BSKY Nabin Card: ଆଜିଠୁ ମିଳିବ BSKY - ନବୀନ କାର୍ଡ଼, ଏହି ୨ ଜିଲ୍ଲାରେ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

BSKY Nabin Card: ବୁଧବାର ଗ୍ରାମାଞ୍ଚଳ ହିତାଧିକାରୀଙ୍କୁ ମିଳିବ ବିଏସକେୱାଇ- ନବୀନ କାର୍ଡ଼ ( BSKY Nabin Card) । ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଶୁଭାରମ୍ଭ କରିବେ । ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରଠାରେ ହିତାଧିକାରୀଙ୍କୁ ଏହି କାର୍ଡ଼ ବଣ୍ଟାଯିବ । 

BSKY Nabin Card: ଆଜିଠୁ ମିଳିବ BSKY - ନବୀନ କାର୍ଡ଼, ଏହି ୨ ଜିଲ୍ଲାରେ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

BSKY Nabin Card: ଚିକିତ୍ସା କ୍ଷେତ୍ରରେ ଗ୍ରାମାଞ୍ଚଳବାସୀଙ୍କ ଲାଗି ବଡ଼ ଆଶ୍ବସ୍ତି । ବୁଧବାର ଗ୍ରାମାଞ୍ଚଳ ହିତାଧିକାରୀଙ୍କୁ ମିଳିବ ବିଏସକେୱାଇ- ନବୀନ କାର୍ଡ଼ ( BSKY Nabin Card) । ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଶୁଭାରମ୍ଭ କରିବେ । ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରଠାରେ ହିତାଧିକାରୀଙ୍କୁ ଏହି କାର୍ଡ଼ ବଣ୍ଟାଯିବ । ରାଜ୍ୟର ପ୍ରତି ବ୍ଲକ ସ୍ତରରେ ୧୦୦ ଲେଖାଏଁ କାର୍ଡ଼ ବଣ୍ଟାଯିବା ଲାଗି ବ୍ୟବସ୍ଥା ହୋଇଛି ।

ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏନେଇ ୪ ଲକ୍ଷ ୮୧ ହଜାର ୪୮୧ ହିତାଧୀକାରୀଙ୍କୁ ଆବେଦନ କରିଥିବା ବେଳେ ସେମାନଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଡିଆରଡ଼ିଏ ଅଧିକାରୀ ଚୟନ ହୋଇଥିବା ହିତାଧିକାରୀଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ କାର୍ଡ଼ ପ୍ରଦାନ କରିବେ । ରାଜ୍ୟରେ ବିଏସକେୱାଇ ଯୋଜନା ତୃତୀୟ ପର୍ଯ୍ୟାୟ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଗ୍ରାମଞ୍ଚଳବାସୀଙ୍କୁ ନୂଆ ବିଏସକେୱାଇ- ନବୀନ କାର୍ଡ଼ ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା । ଏହି ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲରେ କ୍ୟାସଲେସ୍ ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ଏଥିରୁ ବାଦ ଦିଆଯାଇଛି । ଗ୍ରାମାଞ୍ଚଳ ଯେଉଁମାନେ ବର୍ତ୍ତମାନ ବିଏସକେୱା ଯୋଜନା ଅଧୀନରେ ଅର୍ନ୍ତଭୁକ୍ତ ନାହାନ୍ତି, ସେମାନଙ୍କୁ ନୂଆ ଯୋଜନାରେ ସାମିଲ କରାଯାଇଛି ।

Also Read- Lokanath Temple: ଆଜି ଶ୍ରୀଲୋକନାଥ ପୀଠରେ ଅନୁଷ୍ଠିତ ହେବ ପଙ୍କୋଦ୍ଧାର ନୀତି, ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିବେ ଭକ୍ତ

ଏଥିରେ କର୍କଟ, ହୃଦରୋଗ, କିଡ଼ନୀ, ଲିଭର, ବ୍ରୋନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର୍, ସ୍ନାୟୁ, ପାଡ଼ାଜଳା ଇତ୍ୟାଦି ଗୁରୁତର ରୋଗକୁ ଅନ୍ତର୍ଭୁକ୍ତ କରାଯାଇଛି । କାର୍ଡ଼ଧାରୀ ଉଭୟ ରାଜ୍ୟ ଭିତରେ ଓ ବାହାରେ ପଞ୍ଜୀକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗର ଚିକିତ୍ସା ପାଇବେ । ଅର୍ଥ ଅଭାବରୁ କାହାର ଯେପରି ମୃତ୍ୟୁ ନ ହେଉ । ସେନେଇ ସମସ୍ତଙ୍କ ପାଇଁ ସୁପର ସ୍ପେସିଆଲିଟି ଚିକିତ୍ସା ଯୋଗାଇ ଦିଆଯିବା ଲାଗି ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଥିଲେ ।