Odisha News: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ, ଟଙ୍କା ନଥିବାରୁ ଚାଲି ଚାଲି ଆସିଲେ ୧୫୦ କି.ମି.
Advertisement
Article Detail0/zeeodisha/odisha1874110

Odisha News: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ, ଟଙ୍କା ନଥିବାରୁ ଚାଲି ଚାଲି ଆସିଲେ ୧୫୦ କି.ମି.

Odisha News: କମୁନି ଦାଦନ ଦୁଃଖ । ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ (Migrant workers) ବିକଳ ଚିତ୍ର। ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଓଲଟା । କାମ ଧନ୍ଦା ନ ପାଇଁ ହତାଶ ହେବା ପରେ ପରିବାର ମୁହଁରେ ଦାନା ମୁଠାଏ ଦେବା ପାଇଁ ରାଜ୍ୟ ବାହାରୁ ଦାଦନ ଖଟିବାକୁ ଚାଲିଯାଇଥାଆନ୍ତି ଅନେକ ଦାଦନ ଶ୍ରମିକ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News: କମୁନି ଦାଦନ ଦୁଃଖ । ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ (Migrant workers) ବିକଳ ଚିତ୍ର। ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଓଲଟା । କାମ ଧନ୍ଦା ନ ପାଇଁ ହତାଶ ହେବା ପରେ ପରିବାର ମୁହଁରେ ଦାନା ମୁଠାଏ ଦେବା ପାଇଁ ରାଜ୍ୟ ବାହାରୁ ଦାଦନ ଖଟିବାକୁ ଚାଲିଯାଇଥାଆନ୍ତି ଅନେକ ଦାଦନ ଶ୍ରମିକ । ସେଠାରେ ସେମାନଙ୍କୁ ଅନେକ ସମସ୍ୟା ଓ ଅତ୍ୟାଚାରର ଶିକାର ହୋଇଥାଆନ୍ତି । ତେବେ ପୁଣିଥରେ ଦାଦନ ଶ୍ରମିକଙ୍କୁ ନେଇ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି । ଟଙ୍କା ଅଭାବରୁ କୌଣସି ଉପାୟ ନ ପାଇଁ ଭୋକ ଉପାୟରେ ୧୫୦ କି.ମି. ଚାଲି ଚାଲି ଘରକୁ ଆସିଛନ୍ତି ନବରଙ୍ଗପୁରର ୫ ଜଣ ଶ୍ରମିକ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରି ଗାଁ ବ୍ଲକର ୫ ଜଣ ଶ୍ରମିକ ଗତ ତିନି ମାସ ତଳେ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ । ସେଠାରେ ପାରିଶ୍ରମିକ ମାଗିବା ପରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା । କିଛି ଉପାୟ ନ ପାଇଁ ୫ ଜଣ ଶ୍ରମିକ ଗତ ମଙ୍ଗଳବାର ଦିନ ରାତିରେ ଲୁଚି କରି ସେଠାରୁ ଚାଲିଆସିଥିଲେ । ପାଖରେ ଟଙ୍କା ନଥିବାରୁ ଶ୍ରମିକମାନେ ସୁଦୂର ବିଶାଖାପାଟଣାରୁ (Visakhapatnam) ଚାଲି ଚାଲି ଆସି କୋରାପୁଟର ସାଲୁର (koraput salur ghati) ଘାଟିରେ ପହଁଞ୍ଚିଥିଲେ । ସେଠାରେ କିଛି ଡ୍ରାଇଭରମାନେ ଏହା ଦେଖିବା ପରେ ତାଙ୍କୁ ସହାୟତା କରିଥିବା ଦେଖିବାକୁ ମିଳିଛି । ନିକଟରେ ତିନି ଜଣ ଶ୍ରମିକ ନିର୍ଯାତନା ସହିନପାରି ବେଙ୍ଗାଲୁରୁରୁ କଳାହାଣ୍ତି ଜିଲ୍ଲା ନିଜ ଜାମଚୁଆ ଗାଁକୁ ଚାଲିଆସିଲେ । 

ଗତ ଅଗଷ୍ଟ ମାସରେ ଲାଞ୍ଜିଗଡ଼ ବ୍ଲକ ଦୋରାସାର୍ଲି ଗ୍ରାମର ତିଳୋତ୍ତମା ସାହୁ (୨୧) ବାପାଙ୍କ ମୃତ୍ୟୁ ପରେ ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତିଳୋତ୍ତମା ତାମିଲନାଡୁର ଏକ କମ୍ପାନୀରେ କପଡ଼ା ପେକିଂ କାମ କରୁଥିଲେ। ଜ୍ବର ହେବା ପରେ ତାଙ୍କୁ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ସରକାର (government of odisha) ଏଥିପ୍ରତି ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି ।