Matric Evaluation 2024: ୧୫ରୁ ମାଟ୍ରିକ୍ ଖାତାଦେଖା
Advertisement

Matric Evaluation 2024: ୧୫ରୁ ମାଟ୍ରିକ୍ ଖାତାଦେଖା

Matric Evaluation 2024: ମାଧ୍ୟମିକ ଶିକ୍ଷା ପରିଷଦ ବୋଡ଼ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଶେଷ ହୋଇଛି। ସୋମବାର ଶେଷ ପରୀକ୍ଷା ସାମାଜିକ ବିଜ୍ଞାନରେ କପି ଧରି ୯ ଜଣଙ୍କୁ ଏମପି ବି କରାଯାଇଛି। ଫେବୃଆରୀ ୨୦ରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ମୋଟ୍ ୧୨୯ ଜଣ ପରୀକ୍ଷାର୍ଥୀ ଏମପି ହୋଇଥିବା ସୂଚନା ମିଳିଛି। 

Matric Evaluation 2024: ୧୫ରୁ ମାଟ୍ରିକ୍ ଖାତାଦେଖା

Matric Evaluation 2024: ମାଧ୍ୟମିକ ଶିକ୍ଷା ପରିଷଦ ବୋଡ଼ ଦ୍ବାରା  ପରିଚାଳିତ  ମାଟ୍ରିକ୍ ପରୀକ୍ଷା ଶେଷ ହୋଇଛି। ସୋମବାର ଶେଷ ପରୀକ୍ଷା ସାମାଜିକ ବିଜ୍ଞାନରେ କପି ଧରି ୯ ଜଣଙ୍କୁ ଏମପି ବି କରାଯାଇଛି। ଫେବୃଆରୀ ୨୦ରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ମୋଟ୍ ୧୨୯ ଜଣ ପରୀକ୍ଷାର୍ଥୀ ଏମପି ହୋଇଥିବା ସୂଚନା ମିଳିଛି। ପରୀକ୍ଷା ଶେଷ ପରେ ରାଜ୍ୟର ୩୧୩ଟି ନୋଡାଲ ସେଣ୍ଟର ରୁ ଉତ୍ତରଖାତା ସଂଗ୍ରହ ପାଇଁ  ବୋର୍ଡ଼ ପକ୍ଷରୁ ଗଠିତ ଟିମକୁ ପଠାଯାଇଛି।

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ପୂର୍ବରୁ ସାହିତ୍ୟ, ଇଂରାଜୀ, ଗଣିତ ଖାତା ସଂଗ୍ରହ କରାଯାଇଥିବା ବେଳେ ଆଜିଠୁ ନୋଡାଲ ସେଣ୍ଟରକୁ ସଂସ୍କୃତ /ହିନ୍ଦୀ , ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ  ଉତ୍ତର ଖାତା ସଂଗ୍ରହ କରାଯିବ।  ଆସନ୍ତା ୬ ତାରିଖ ସୁଧା ରାଜ୍ୟର ସମସ୍ତ ନୋଡାଲ୍ ସେଣ୍ଟରରୁ ଖାତା ବୋର୍ଡ଼ କାର୍ଯ୍ୟାଳୟରେ ପହଞ୍ଚାଯିବ। ୧୫ ତାରିଖରୁ ଖାତା ଦେଖା ଆରମ୍ଭ ହେବାକୁ ସ୍ଥିର ହୋଇଥିବା ବେଳେ ଉତ୍ତର ଖାତା ଗୁଡିକ ପ୍ରାୟ ଆସନ୍ତା ୧୩ ତାରିଖ ସୁଧା ୫୪ଟି ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ପହଞ୍ଚାଇ ଦିଆଯିବ। ତେଣୁ, ଆସନ୍ତା ୧୪ ତାରିଖରେ ମୂଲ୍ୟାୟନକାରୀମାନେ କେନ୍ଦ୍ରରେ ପହଞ୍ଚିବା ଲାଗି ନିର୍ଦ୍ଦେଶ ରହିଛି। ଖାତା ଦେଖା ଆରମ୍ଭ ହେବାର ୧୫ ଦିନ ମଧ୍ୟରେ ମୂଲ୍ୟାୟନ କାର୍ଯ୍ୟ ସାରିବାକୁ ଲକ୍ଷ ରହିଥିବା ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ,ମଧ୍ୟମା ଏବଂ ଏସଓଏସସି ଖାତା ଦେଖା ୧୭ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି।