ଝିଅ ବାହାଘର ପାଇଁ ୨୫ ହଜାର ଦେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ପୂରା ଖବର
Advertisement
Article Detail0/zeeodisha/odisha2105704

ଝିଅ ବାହାଘର ପାଇଁ ୨୫ ହଜାର ଦେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ପୂରା ଖବର

କେନ୍ଦୁପତ୍ର ତୋଳାଳୀଙ୍କ ନିମନ୍ତେ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ୨ ଶହ କୋଟିର ପ୍ୟାକେଜ ଆଜି ଘୋଷଣା କରାଯାଇଛି । କେନ୍ଦୁପତ୍ରର ଦର ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୧ଟଙ୍କା ୪୦ ପଇସା ଥିଲା ତାହା ବର୍ତ୍ତମାନ ୨୦ ପଇସା ବୃଦ୍ଧି କରାଯାଇଛି ।

ଝିଅ ବାହାଘର ପାଇଁ ୨୫ ହଜାର ଦେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ପୂରା ଖବର

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀଙ୍କ ନିମନ୍ତେ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ୨ ଶହ କୋଟିର ପ୍ୟାକେଜ ଆଜି ଘୋଷଣା କରାଯାଇଛି । କେନ୍ଦୁପତ୍ରର ଦର ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୧ଟଙ୍କା ୪୦ ପଇସା ଥିଲା ତାହା ବର୍ତ୍ତମାନ ୨୦ ପଇସା ବୃଦ୍ଧି କରାଯାଇଛି ।

କେବଳ ସେତିକି ନୁହେଁ, ଝିଅ ବାହାଘର ପାଇଁ ପୂର୍ବରୁ ଥିବା ସହାୟତା ରାଶିରେ ପରିବର୍ତ୍ତନ କରାଯାଇ ୨୫ ହଜାରକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସିଜିନାଲ ବୋନସ ବୃଦ୍ଧି ହୋଇ ୨୫ରୁ ୫୦ ପ୍ରତିଶତରେ ପହଞ୍ଚିଛି । ଆଜି ରେଢାଖୋଲରେ ହୋଇଥିବା ରାଜ୍ୟ କେନ୍ଦୁପତ୍ର କର୍ମଚାରୀଙ୍କ ସମାବେଶରେ ଏହି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଭିଡିଓ କନଫରେନ୍ସ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି ।

ପୂର୍ବ ବର୍ଷ କେନ୍ଦୁପତ୍ର ତୋଳାଳୀଙ୍କ ନିମନ୍ତେ ଜୋତା ପାଇଁ ୧୬୦ ଏବଂ ପାଣି ପାଇଁ ୨ଶହ ଟଙ୍କା ଯୋଗାଇଦେଇଥିଲେ ମଧ୍ୟ ଅନେକ ଶ୍ରମିକ ସେଥିରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । କିଛି ଶ୍ରମିକ ବିନା ପରିଚୟପତ୍ରରେ କାର୍ଯ୍ୟ କରୁଥିବା ମଧ୍ୟ ଅଭିଯୋଗ ଆଣିଥିଲେ । କାର୍ଯ୍ୟକ୍ଷେତ୍ରରେ କୌଣସି କାରଣରୁ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ଯାଏ ସହାୟତା ମିଳିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା । ତେବେ ଅନ୍ୟପଟେ ଏନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ, କେନ୍ଦ୍ରୁପତ୍ର ତୋଳାଳୀଙ୍କୁ ବିଶ୍ୱାସଘାତକତା କରୁଛନ୍ତି ରାଜ୍ୟ ସରକାର ।

Also Read- ଉଦଯାପିତ ହେଲା ୭୦ ତମ ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ

Also Read- କଳାହାଣ୍ଡିରେ ଦୁର୍ଘଟଣା, ପିକଅପ୍ ଭ୍ୟାନ୍ ଓଲଟି ୫ ମୃତ, ୨୫ ଗୁରୁତର