Odisha Padma Awardees: ପଦ୍ମ ସମ୍ମାନରେ ସମ୍ମାନିତ ଓଡି଼ଶାର କୃତୀ ସନ୍ତାନ ମାନଙ୍କୁ ଦିଆଯିବ ମାସକୁ ୨୫ ହଜାର ଟଙ୍କା
Advertisement
Article Detail0/zeeodisha/odisha2154638

Odisha Padma Awardees: ପଦ୍ମ ସମ୍ମାନରେ ସମ୍ମାନିତ ଓଡି଼ଶାର କୃତୀ ସନ୍ତାନ ମାନଙ୍କୁ ଦିଆଯିବ ମାସକୁ ୨୫ ହଜାର ଟଙ୍କା

Odisha govt to pay honorarium to Padma awardees: ବୁଧବାର ଦିନ ଓଡି଼ଶା ସରକାର ଭାରତ ସରକାରଙ୍କଠାରୁ ପଦ୍ମ ପୁରସ୍କାର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ୨୫,୦୦୦ ଟଙ୍କା ମାସକୁ ସମ୍ମାନ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏପ୍ରିଲରୁ ସମାଜରେ ସେମାନଙ୍କର ଅବଦାନର ସ୍ୱୀକୃତିର ଚିହ୍ନ ଭାବରେ ଏହି ଦେୟ ପ୍ରଦାନ କରାଯିବ।

 

Odisha Government to pay honorarium to Padma awardees

ଭୁବନେଶ୍ୱର: ବୁଧବାର ଦିନ ଓଡି଼ଶା ସରକାର ଭାରତ ସରକାରଙ୍କଠାରୁ ପଦ୍ମ ପୁରସ୍କାର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ୨୫,୦୦୦ ଟଙ୍କା ମାସକୁ ସମ୍ମାନ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇ କୁହାଯାଇଛି, 'ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି ।

ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଅପ୍ରେଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।'

ପୂର୍ବରୁ ଓଡି଼ଶାର ଅନେକ ଲୋକ ପଦ୍ମ ପୁରସ୍କାର ପାଇସାରିଥିବା ବେଳେ ୨୦୨୪ ମସିହାରେ ଚାରି ଜଣ ବ୍ୟକ୍ତି ପଦ୍ମଶ୍ରୀ ଗ୍ରହଣ କରିଥିଲେ। ସେମାନେ ହେଉଛନ୍ତି ଗୋପୀନାଥ ସ୍ୱାଇଁ, ଭାଗବତ ପ୍ରଧାନ, ବିନୋଦ ମହାରାଣା ଓ ବିନୋଦ କୁମାର ପାସାୟାତ।