BSKY-Naveen Card: ଏଣିକି ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ମାଗଣା ଚିକିତ୍ସା କାର୍ଡ଼
Advertisement
Article Detail0/zeeodisha/odisha2034197

BSKY-Naveen Card: ଏଣିକି ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ମାଗଣା ଚିକିତ୍ସା କାର୍ଡ଼

ସରକାରୀ ଚାକିରିଆ ଓ ଆୟକରଦାତାଙ୍କୁ ବାଦ୍‍ ଦେଇ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଅଧିବାସୀ ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଏଣିକି ଜଟିଳ ରୋଗର ଚିକିତ୍ସା ଘରୋଇ ଚିକିତ୍ସାଳୟଗୁଡ଼ିକରେ ମାଗଣାରେ କରାଇଯାଇପାରିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କରି ମୁଖ୍ୟମନ୍ତ୍ରୀ ଏନେ

ସୌ(ସୋସିଆଲ ମିଡିଆ)

BSKY-Naveen Card: ସରକାରୀ ଚାକିରିଆ ଓ ଆୟକରଦାତାଙ୍କୁ ବାଦ୍‍ ଦେଇ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଅଧିବାସୀ ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଏଣିକି ଜଟିଳ ରୋଗର ଚିକିତ୍ସା ଘରୋଇ ଚିକିତ୍ସାଳୟଗୁଡ଼ିକରେ ମାଗଣାରେ କରାଇଯାଇପାରିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ କରି ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହି ବର୍ଗରେ ହିତାଧିକାରୀଙ୍କୁ ନୂତନ ଚିକିତ୍ସା କାର୍ଡ ପ୍ରଦାନ କରାଯିବ। ଯାହାର ନାଁ ରହିଛି, ‘ବିଏସକେଓ୍ୱାଇ-ନବୀନ କାର୍ଡ଼’।   ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ଦ୍ୱାରା ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଅର୍ଥାତ୍ ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାୟଳ ପକ୍ଷରୁ କୁହାଯାଇଛି। ଯୋଜନାକୁ ସମ୍ପ୍ରସାରଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ ମୋର ବିଶ୍ବାସ, ‘ବିଏସକେଓ୍ୱାଇ-ନବୀନ କାର୍ଡ଼’ (BSKY-Naveen Card) ଫଳରେ ରାଜ୍ୟର ଆର୍ଥିକ ଦୁରାବସ୍ଥା କାରଣରୁ କୌଣସି ପରିବାର ଜଟିଳ ରୋଗର ଚିକିତ୍ସା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବେନାହିଁ ।  ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ।’

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାଠାରୁ ଲୋକଙ୍କୁ ଅଧିକ ଚିକିତ୍ସା ସୁବିଧା ଯୋଗାଇବା ଲକ୍ଷ୍ୟରେ ବିଗତ ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା କରାଯାଉଛି। ଏହାଦ୍ୱାରା ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହା ସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Also Read-Corona: ରାଜ୍ୟରେ ଉପରମୁହାଁ କରୋନା, ଗତ ୨୪ ଘଣ୍ଟାରେ ୫ ସଂକ୍ରମିତ ଚିହ୍ନଟ

ଏଥିପାଇଁ ପଞ୍ଜୀକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ପଷ୍ଟ କରାଯାଇଛି। ଅର୍ଥାତ୍‍ ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି।