Bhubaneswar: ଭୁବନେଶ୍ବର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ତିଗୋ, ଜାଣନ୍ତୁ କାରଣ
Advertisement

Bhubaneswar: ଭୁବନେଶ୍ବର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ତିଗୋ, ଜାଣନ୍ତୁ କାରଣ

Bhubaneswar: ଇଣ୍ତିଗୋ 6E 2065 ବିମାନଟି ଭୁବନେଶ୍ବରରୁ ନୂଆଦିଲ୍ଲୀ  ଅଭିମୁଖେ ଯାଉଥିଲା । ବିମାନ ଉଡ଼ାଣର ଅଳ୍ପ ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପରେ ପାଇଲଟ ବିମାନକୁ ବିମାନ ବନ୍ଦରରୁ ଫେରାଇ ଆଣିଥିଲେ ।

ସୌ(ସୋସିଆଲ ମିଡିଆ)

Bhubaneswar: ମଝି ଆକାଶରୁ ଫେରିଲା ବିମାନ । ସୋମବାର ଦିନ ଭୁବନେଶ୍ବର- ନୂଆଦିଲ୍ଲୀ ଇଣ୍ତିଗୋ (Indigo) ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଏହି ଇଣ୍ତିଗୋ 6E 2065 ବିମାନଟି ଭୁବନେଶ୍ବରରୁ ନୂଆଦିଲ୍ଲୀ (Bhubaneswar to Delhi flight) ଅଭିମୁଖେ ଯାଉଥିଲା । ବିମାନ ଉଡ଼ାଣର ଅଳ୍ପ ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପରେ ପାଇଲଟ ବିମାନକୁ ବିମାନ ବନ୍ଦରରୁ ଫେରାଇ ଆଣିଥିଲେ ।

ସୂଚନା ଅନୁଯାୟୀ, ସୋମବାର ଦିନ ସକାଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ (Bhubaneswar Biju Patnaik Airport) ଦିଲ୍ଲୀ ଅଭିମୁଖେ ଇଣ୍ତିଗୋ 6E 2065 ବିମାନଟି ଉଡ଼ାଣ ଭରିଥିଲା । ତେବେ ଉଡ଼ାଣର ମାତ୍ର ୨୫ ମିନିଟ୍ ପରେ ବିମାନର ବାମ ପାର୍ଶ୍ବ ଇଂଞ୍ଜିନରେ ସମସ୍ୟା ଥିବା ଜଣାପଡ଼ିଥିଲା । ତେବେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବା ପରେ ପାଇଲଟ ବିମାନକୁ ବିମାନବନ୍ଦରକୁ ଫେରାଇ ଆଣିବା ନେଇ ଏଟିସିର (ATC) ସହ ଯୋଗାଯୋଗ କରିଥିଲେ । ଏଟିସିର (Air Traffic Control) ଅନୁମତି ପରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ବର୍ତ୍ତମାନ ଏହି ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ରହିଛି ।  

ତେବେ ପୁଣି ଉଡ଼ାଇବା ନେଇ DGCAକୁ ଅନୁମତି ମଗାଯାଇଛି । DGCA ପକ୍ଷରୁ ଅନୁମତି ମିଳିବା ପରେ ବିମାନଟି ପୁଣି ଉଡ଼ାଣ ଭରିବା ନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Also Read-Puri Jagannath Temple: ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Also Read-Weather Update: ଆଉ ଏକ ଲଘୁଚାପ ସମ୍ଭାବନା! ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି