Flight Service: ଆଜି ଆକାଶ ପଥରେ ଯୋଡି଼ ହେବ ମାଲକାନଗିରି, ବିମାନ ବନ୍ଦର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି
Advertisement
Article Detail0/zeeodisha/odisha2050478

Flight Service: ଆଜି ଆକାଶ ପଥରେ ଯୋଡି଼ ହେବ ମାଲକାନଗିରି, ବିମାନ ବନ୍ଦର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି

Flight Service in Malkangiri: ମାଲକାନଗିରିବାସୀଙ୍କ ଦିର୍ଘ ଦିନର ସ୍ବପ୍ନ ଆଜି ପୂରଣ ହେବାକୁ ଯାଉଛି ( Flight Service in Malkangiri)।  ଏଣିକି ମାଲକାନଗିରି ଆକାଶରେ ବି ଉଡି଼ବ ବିମାନ।  ଆଜି ବହୁ ପ୍ରତିକ୍ଷିତ ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ (Flight Service) କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik)। 

Flight Service: ଆଜି ଆକାଶ ପଥରେ ଯୋଡି଼ ହେବ ମାଲକାନଗିରି, ବିମାନ ବନ୍ଦର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି

Flight Service in Malkangiri: ମାଲକାନଗିରିବାସୀଙ୍କ ଦିର୍ଘ ଦିନର ସ୍ବପ୍ନ ଆଜି ପୂରଣ ହେବାକୁ ଯାଉଛି ( Flight Service in Malkangiri)।  ଏଣିକି ମାଲକାନଗିରି ଆକାଶରେ ବି ଉଡି଼ବ ବିମାନ।  ଆଜି ବହୁ ପ୍ରତିକ୍ଷିତ ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ (Flight Service) କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik)। ନବ ନିର୍ମିତ ଏହି ବିମାନ ବନ୍ଦରର କାର୍ଯ୍ୟ ଶେଷ ହୋଇଥିବା ବେଳେ ରବିବାର ଏହାର ଟ୍ରାଏଲ ରନ୍ ସଫଳତାର ସହ ଶେଷ ହୋଇଛି।  ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭିକେ ପାଣ୍ତିଆନ୍  ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

 

ALSO READ: Weather Update: କୁହୁଡି଼ ପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ଏକ ସ୍ବତନ୍ତ୍ର ହେଲିକ୍ୟାପ୍ଟରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି,  ମାଲକାନଗିରି ଜିଲ୍ଲାରେ ପହଞ୍ଚି ଏହି ବିମାନ ବନ୍ଦର ଓ ଆୟୋଜିତ ହେବାକୁ ଥିବା ଲୋକାର୍ପଣ ଉତ୍ସବର ପ୍ରସ୍ତତିର ସମୀକ୍ଷା କରିଥିଲେ। ଏଥିସହ ମାଲକାନଗିରି ଜିଲ୍ଲାପାଳ ବିଶାଲ୍ ସିଂ, ଏସପି ନୀତେଶ୍ ଓ୍ବାଧାନୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ମାଲକାନଗିରି ବିମାନ ବନ୍ଦରର ଚତୁଃପାଶ୍ବରେ ପୋଲିସ୍ ଛାଉଣୀ କରାଯାଇଛି। ମାଲକାନଗିରି ଜିଲ୍ଲାରେ ବିମାନ ସେବା ଆରମ୍ଭ ହେଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। 

ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ଏବଂ ପରବର୍ତ୍ତୀ ସମୟରେ ବଡ଼ ବିମାନ ଚଳାଚଳ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି। ୧୬୦୦ ମିଟର ରନଓ୍ବେ ଥିବା ମାଲକାନଗିରି ବିମାନ ବନ୍ଦରରେ ମଧ୍ୟମ ବର୍ଗର ବଡ ଉଡାଯାହାଜ ଅବତରଣ କରିପାରିବ ବୋଲି ପାଇଲଟ ମତ ଦେଇଛନ୍ତି । ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ଏୟାର ପୋର୍ଟରେ ୧୬୨୦ ମିଟର ରନୱେ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ସ୍ଥଳେ, ଏହାକୁ ୩ କିଲୋମିଟର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇପାରିବ। ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ବିମାନବନ୍ଦରର ନିର୍ମାଣ ହୋଇପାରିଛି । ବିମାନ ବନ୍ଦର ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବହନ କରିଛନ୍ତି ।