ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପ-ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2453291

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପ-ମୁଖ୍ୟମନ୍ତ୍ରୀ

Deputy cm said: ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ। ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି।

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଛନ୍ତି। ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ। ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି। ପୃଷ୍ଟିକର ଛତୁଆ କେମିତି ତିଆରି ହେବ। ସେନେଇ ବିଭାଗ ଆଲୋଚନା କରୁଛି । ଖୁବଶୀଘ୍ର ଏଦିଗରେ କିପରି ପଦକ୍ଷେପ ନିଆଯିବ। ସେନେଇ ମଧ୍ୟ ଆଲୋଚନା ଚାଲିଛି। ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି ପ୍ରଭାତୀ କହିଛନ୍ତି। 

ଅଧିକ ପଢନ୍ତୁ...

କର୍ମଚାରୀ ମାନେ କାମ କରୁଥିଲେ, ହଠାତ୍‌ ଜିଲ୍ଲାପାଳଙ୍କ ଅଫିସରେ ଲାଗିଗଲା ନିଆଁ

https://zeenews.india.com/hindi/zeeodisha/state-news/fire-broke-out-at-the-khordha-collectors-office/2453046