Advertisement
Photo Details/zeeodisha/odisha2453382
photoDetails0hindi

Ollywood News: ସିନେମା 'ଖୋକା ଭାଇ ତମ ପାଇଁ' ସୁଟିଂ ସେଟରେ ଚାଲିଥିଲା ଏମିତି କିଛି

Ollywood News: ଅକ୍ଟୋବର ୧୨ରେ ରିଲିଜ୍ ହେବ ନୂଆ ଓଡ଼ିଆ ସିନେମା 'ଖୋକା ଭାଇ ତମ ପାଇଁ' । ସିନେମା ସୁଟିଂ ସମୟର କିଛି ଝଲକ ଆସନ୍ତୁ ଦେଖିବା ।

1/5

ଅଭିନେତା ସ୍ୱରାଜ ବାରିକଙ୍କ ନୂଆ ଫିଲ୍ମ 'ଖୋକା ଭାଇ ତମ ପାଇଁ' । ଏହି ସିନେମାଟି ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ଆଧାର କରି ନିର୍ମିତ ହୋଇଛି ।

2/5

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ରହିଛନ୍ତି ଆଗଧାଡିର ନିର୍ଦ୍ଦେଶକ ଗିରିଶ ମହାନ୍ତି । ସିନେମାର କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି । 

3/5

'ଖୋକା ଭାଇ ତମ ପାଇଁ' ଚଳଚିତ୍ରରେ ସ୍ୱରାଜ ଏବଂ ମନୀଷାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ପାଇବେ ଆପଣ । ଏହା ବ୍ୟତୀତ ଅଭିନେତ୍ରୀ ଉପାସନା ମହାନ୍ତି, ଶ୍ଵେତା ଆଚାର୍ଯ୍ୟଙ୍କ ଭଳି ବହୁତ ପ୍ରତିକ୍ଷୀତ କଳାକାର ନଜର ଆସିବେ ।

4/5

ଅଭିନେତା ସ୍ୱରାଜ ନିଜ ଫ୍ୟାନ୍ସମାନଙ୍କୁ ସବୁବେଳେ ମନୋରଞ୍ଜନର ନୂଆ ସ୍ୱାଦ ଭେଟିଦେଇଥାନ୍ତି ଦର୍ଶକଙ୍କୁ । ଏହି ସିନେମାଟି ମଧ୍ୟ ଲୋକପ୍ରିୟତା ହାସଲ କରିବ ବୋଲି ଅଭିନେତା ସ୍ୱରାଜ ଏବଂ ନିର୍ଦ୍ଦେଶକ ଗିରିଶ ମହାନ୍ତିଙ୍କ ସମେତ ପୂରା ଟିମ୍ ଆଶା ରଖିଛି ।

5/5

ପୂଜା ବଜାରରେ ଅର୍ଦ୍ଧେନ୍ଦୁଙ୍କ 'ଭିଲେନ୍' ଏବଂ ଅନୁଭବଙ୍କ 'କର୍ମ' ସହିତ ସ୍ୱରାଜଙ୍କ 'ଖୋକା ଭାଇ ତମ ପାଇଁ' କଡା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି ।