Odisha News: ୨୧ ରୁ ବିଧାନସଭା ଶୀତକାଳିନ ଅଧିବେଶନ
Advertisement
Article Detail0/zeeodisha/odisha1945075

Odisha News: ୨୧ ରୁ ବିଧାନସଭା ଶୀତକାଳିନ ଅଧିବେଶନ

Odisha News: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ୨୧ ତାରିଖରୁ ଆରମ୍ଭ ହେବ (Odisha assembly winter session from Nov 21) । ଡିସେମ୍ବର ୩୦ ତାରିଖରେ ଏହା ଶେଷ ହେବ ବୋଲି ବିଧାନସଭା ସଚିବାଳୟ (Odisha assembly) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ସ୍ଥିର କରାଯାଇଛି, ଯେଉଁଥିରେ ରହିଛି ୨୪ଟି ସରକାରୀ ଓ ୬ଟି ବେସରକାରୀ କାର୍ଯ୍ୟ ଦିବସ।
 

 

 

 

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ୨୧ ତାରିଖରୁ ଆରମ୍ଭ ହେବ (Odisha assembly winter session from Nov 21) । ଡିସେମ୍ବର ୩୦ ତାରିଖରେ ଏହା ଶେଷ ହେବ ବୋଲି ବିଧାନସଭା ସଚିବାଳୟ (Odisha assembly) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ସ୍ଥିର କରାଯାଇଛି, ଯେଉଁଥିରେ ରହିଛି ୨୪ଟି ସରକାରୀ ଓ ୬ଟି ବେସରକାରୀ କାର୍ଯ୍ୟ ଦିବସ। ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନ ଲାଗି ସୁଯୋଗ ସୃଷ୍ଟି କରିବ। ଯଦିଓ  ସରକାର ଭଙ୍ଗ ପୂର୍ବରୁ ବଜେଟ୍‍ ଅଧିବେଶନ ରହିଛି କିନ୍ତୁ ତାହା ସଂକ୍ଷିପ୍ତ ଏବଂ କାମଚଳା ହେବ।

Also Read: Today Horoscope: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

Also Read: Budhaditya Yog 2023: ଦୀପାବଳି ପୂର୍ବରୁ ବୁଦ୍ଧାଦିତ୍ୟ ଯୋଗ, ଚମକିବ ୫ ରାଶିଙ୍କ ଭାଗ୍ୟ
 
ବିଧାନସଭା ନିୟମ ଅନୁସାରେ ପ୍ରତିବର୍ଷ  ସାଧାରଣତଃ ୩ଟି ଅଧିବେଶନ ବୈଠକ ବସିଥାଏ। ଏହି ୩ଟି ଯାକ ଅଧିବେଶନ ସର୍ବନିମ୍ନ ୬୦ ଦିନ ବସିବାର ପ୍ରାବଧାନ ରହିଛି। ଏବର୍ଷ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳକୁ ସମ୍ମୁଖୀନ ହୋଇ ନ ପାରି ବବିଧାନସଭା ଅଧିବେଶନ ଗୁଡ଼ିକୁ ସଂକ୍ଷିପ୍ତ କରାଯାଇଛି।  ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ମୋସୁମୀ ଅଧିବେଶନ ଅକ୍ଟୋବର ୩ ରେ ଶେଷ ହୋଇଥିଲା। ଏଣୁ ସରକାର କୋଟା ପୂରଣ କରିବା ଲାଗି ୩୦ ଦିନର ଶୀତ କାଳୀନ ଅଧିବେଶନ ଡକାଇଥାଇପାରନ୍ତି।  ସାଧାରଣ ନିର୍ଦ୍ଧାରଣ ଅନୁସାରେ ଆସନ୍ତା ବର୍ଷ ମାର୍ଚ୍ଚ ବା ଏପ୍ରିଲ୍‍ ମସିହାରେ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ହୋଇପାରେ। ଏହିକ୍ରମରେ ଫେବୃୟାରୀ ବଜେଟ୍‍ ଅଧିବେଶନ ( Budget Session) ଏପ୍ରିଲ୍‍ ମାସରୁ ନୂତନ ସରକାର ଗଠନ ଯାଏ ପ୍ରାୟ ତିନି ମାସ ସମୟପାଇଁ କାମଚଳା ବଜେଟ୍‍ ଅଧିବେଶନ ଭାବେ କାର୍ଯ୍ୟ କରିବ।