Odisha News(ଭୁବନେଶ୍ୱର) : ବିଧାନସଭାରେ ବିଶୃଙ୍ଖଳା ନୁହେଁ, ଶୃଙ୍ଖଳିତ ଢଙ୍ଗରେ କିପରି ଲୋକଙ୍କ ପ୍ରତିନିଧି ଭାବରେ ବିଭିନ୍ନ ନୀତି ଅଥବା ପ୍ରସଙ୍ଗରେ ଆଲୋଚନା କରିବେ ସେଥିନେଇ ତାଲିମ ଦେବାକୁ ପ୍ରସ୍ତୁତ ହୋଇଛି ବିଧାନସଭା। ଏଥିଲାଗି ଆସନ୍ତା ୧୭ ଓ ୧୮ ଦୁଇଦିନ ସ୍ଥିର କରାଯାଇଛି। ଏହି ଦୁଇଦିନ ନବ ନିର୍ବାଚିତ ବିଧାୟକଙ୍କ ତାଲିମ୍ କର୍ମଶାଳା ଅନୁଷ୍ଠିତ ହେବ ।
Trending Photos
Odisha News(ଭୁବନେଶ୍ୱର) : ବିଧାନସଭାରେ ବିଶୃଙ୍ଖଳା ନୁହେଁ, ଶୃଙ୍ଖଳିତ ଢଙ୍ଗରେ କିପରି ଲୋକଙ୍କ ପ୍ରତିନିଧି ଭାବରେ ବିଭିନ୍ନ ନୀତି ଅଥବା ପ୍ରସଙ୍ଗରେ ଆଲୋଚନା କରିବେ ସେଥିନେଇ ତାଲିମ ଦେବାକୁ ପ୍ରସ୍ତୁତ ହୋଇଛି ବିଧାନସଭା। ଏଥିଲାଗି ଆସନ୍ତା ୧୭ ଓ ୧୮ ଦୁଇଦିନ ସ୍ଥିର କରାଯାଇଛି। ଏହି ଦୁଇଦିନ ନବ ନିର୍ବାଚିତ ବିଧାୟକଙ୍କ ତାଲିମ୍ କର୍ମଶାଳା ଅନୁଷ୍ଠିତ ହେବ । ନୂଆ କରି ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କୁ ଏହି ଦୁଇଦିନରେ ବିଧାନସଭା କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବ୍ୟାପକ ତାଲିମ ପ୍ରଦାନ କରାଯିବ । ଏଥିପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।
ALSO READ: Mercury Transit 2024: ଅଗଷ୍ଟ ୨୨ରେ ବୁଧଙ୍କ ଚଳନ, ଏହିସବୁ ରାଶିଙ୍କର ବଢିବ ଆୟ ସହ ମିଳିବ...
ALSO READ: Weather Report: ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ମିଳିଥିବା ସୂଚନା ଅନୁଯାୟୀ ଏହି ତାଲିମ କାର୍ଯ୍ୟକ୍ରମକୁ ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିବେ । ବିଧାନସଭାର କାର୍ଯ୍ୟପ୍ରଣାଳୀ, ବିଧାୟକମାନଙ୍କର ଭୂମିକା, ଗୃହରେ ଆଚ୍ଚରଣ ଓ ଉଚ୍ଚାରଣ ଆଦି ସମ୍ପର୍କରେ ଶ୍ରୀ ରିଜିଜୁ ନୂଆ ବିଧାୟକଙ୍କୁ ବ୍ୟାପକ ପରାମର୍ଶ ପ୍ରଦାନ କରିବେ । ସେହିପରି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଧାୟକଙ୍କୁ ବିଧାନସଭା କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଆଉ କିଛି କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଯୋଗଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଚଳିତଥର ବିଧାନସଭାକୁ ୮୪ ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି ।