Ashwini Vaishnaw: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ବିନୀ ବୈଷ୍ଣବ
Advertisement

Ashwini Vaishnaw: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ବିନୀ ବୈଷ୍ଣବ

Ashwini Vaishnaw: ଗୁରୁବାର ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଅଟେ। ରେଳମନ୍ତ୍ରୀ ବିଜେପି ବିଧାୟକ ଓ ବରିଷ୍ଠ ନେତାଙ୍କ ଗହଣରେ ବିଧାନସଭାରେ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିବେ।

Ashwini Vaishnaw: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ବିନୀ ବୈଷ୍ଣବ

Ashwini Vaishnaw: ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏନେଇ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ବିନୀ । ଗୁରୁବାର ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଅଟେ। ରେଳମନ୍ତ୍ରୀ ବିଜେପି ବିଧାୟକ ଓ ବରିଷ୍ଠ ନେତାଙ୍କ ଗହଣରେ ବିଧାନସଭାରେ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିବେ।

ଖବର ଅନୁଯାୟୀ, ବୁଧବାର ଓଡ଼ିଶାରେ ଖାଲି ପଡ଼ିଥିବା ତୃତୀୟ ରାଜ୍ୟସଭା ଆସନ ପାଇଁ ବିଜେପି ପକ୍ଷରୁ ଅଶ୍ବିନୀ ବୈଷ୍ଣବଙ୍କ ନାଁ ଘୋଷଣା କରାଯାଇଥିଲା । ବିଜେପି ଅଶ୍ବିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇଥିଲା ବିଜେଡ଼ି । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ସମର୍ଥନ ଦେଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଶାସକ ବିଜେଡ଼ିର ସମର୍ଥନ ପରେ ଅଶ୍ବିନୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଛି । ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

୨୦୨୧ରେ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରାଳୟର ମଙ୍ଗ ଧରିବା ପରେ ରେଳ କ୍ଷେତ୍ରରେ ଅନେକ ଫାଇଦା ପାଇଛି ରାଜ୍ୟ । ବଜେଟରେ ରାଜ୍ୟକୁ ରେଳ ଅନୁଦାନ ୧୦ ହଜାର କୋଟି ପାର୍ କରିଛି।  ଉପା ସରକାର ଅମଳରେ ରେଳ ବଜେଟରୁ ରାଜ୍ୟକୁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିବା ବେଳେ ଚଳିତ ବଜେଟରେ ଏହା ୧୦ ହଜାର ୫୩୬ କୋଟିରେ ପହଞ୍ଚିଛି।

ସେହିପରି ୨୦୦୯ରୁ ୧୪ ମଧ୍ୟରେ ବର୍ଷକୁ ୫୩ କିଲୋମିଟର ନୂଆ ରେଳ ଲାଇନ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷ ଏହା ୪୭୩ କିଲୋମିଟରକୁ ବଢ଼ିଛି । ଅନ୍ୟପଟେ ଦୀର୍ଘ ବର୍ଷ ଧରି ସଂପୂର୍ଣ୍ଣ ହୋଇପାରୁ ନଥିବା ଅନୁଗୁଳ-ସୁକିନ୍ଦା ଓ ହରିଦାସପୁର-ପାରାଦୀପ ରେଳ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏହା ବ୍ୟତୀତ ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ଦ୍ରୁତ ଗତିରେ କାମ ଚାଲିଛି । ଖୋଦ ମୁଖ୍ୟମନ୍ତ୍ରୀ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି, ସେଥିରେ ରାଜ୍ୟରେ ରେଳପଥ ଓ ଟେଲିକମ୍ ବିକାଶ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଦେଉଥିବା ସ୍ପଷ୍ଟ କରିଛନ୍ତି। 

Also Read- Khandagiri Mela 2024: ଦିନକ ପରେ ଖଣ୍ତଗିରି ମେଳା, ଅଶ୍ଲୀଳତା ପ୍ରଦର୍ଶନ କଲେ ବନ୍ଦ ହେବ ଯାତ୍ରା!