Air Pollution News: ରାଷ୍ଟ୍ର ପରେ ରାଜ୍ୟ ରାଜଧାନୀ ଲାଗି ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ, ଦାୟୀ କିଏ?
Advertisement
Article Detail0/zeeodisha/odisha1957510

Air Pollution News: ରାଷ୍ଟ୍ର ପରେ ରାଜ୍ୟ ରାଜଧାନୀ ଲାଗି ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ, ଦାୟୀ କିଏ?

Air Pollution Latest Update: ଦୀପାବଳି ଅବସରରେ ଫୁଟା ଯାଇଥିବା ବାଣର ପ୍ରଦୂଷଣ ଏତେ ଅଧିକ ଥିଲା ଯେ ମଙ୍ଗଳବାର ସକାଳେ ରାଜଧାନୀର ଆକାଶରେ ଏକ କୃତ୍ରିମ ମେଘ ସୃଷ୍ଟି ହୋଇଥିଲା।

 

Air Pollution News: ରାଷ୍ଟ୍ର ପରେ ରାଜ୍ୟ ରାଜଧାନୀ ଲାଗି ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ, ଦାୟୀ କିଏ?

Air Pollution Latest News: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଲାଗି ଚିନ୍ତା ବଢାଇଦେଇଛି ବାୟୁ ପ୍ରଦୂଷଣ। ସ୍ଥିତି ଏପରି ହୋଇଛି ଗତ ରବିବାର ରାତିରୁ ବାୟୁ ପ୍ରଦୂଷଣ ସର୍ବାଧିକ ହୋଇ ସୋମବାର ପର୍ଯ୍ୟନ୍ତ ଜାରି ରହିଛି। ଖବର ଅନୁଯାୟୀ ଦୀପାବଳି ଅବସରରେ ଫୁଟା ଯାଇଥିବା ବାଣର ପ୍ରଦୂଷଣ ଏତେ ଅଧିକ ଥିଲା ଯେ ମଙ୍ଗଳବାର ସକାଳେ ଭୁବନେଶ୍ୱର ସହରର ଆକାଶରେ ଏକ କୃତ୍ରିମ ମେଘ ସୃଷ୍ଟି ହୋଇଥିଲା।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ପରିବେଶବିତ୍ କହିଛନ୍ତି ଯେ, ଲୋକେ ସବୁକିଛି ଜାଣିବା ପରେ ମଧ୍ୟ ପରିବେଶ ତଥା ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତି କରୁଛନ୍ତି। ଦିଲ୍ଲୀ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୀପାବଳୀ ସମୟରେ ବାଣ ବିସ୍ଫୋରଣ ପରେ ବାୟୁ ଗୁଣବତ୍ତା ଗୁରୁତର ଭାବେ ଖରାପ ହୋଇଯାଇଛି। ପ୍ରଦୂଷଣ ହେଉଛି ଧିର ଧିରେ ବ୍ୟାପୁଥିବା ଏକ ପ୍ରକାର ବିଷ। ଲୋକେ ଏନେଇ ସଚେତନ ରହିବା ଆବଶ୍ୟକ। ଦିଲ୍ଲୀ ମହାନଗରୀର କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୯୦୦ ଅତିକ୍ରମ କରିଛି। ଯାହା ଜରୁରୀକାଳୀନ ସ୍ୱାସ୍ଥ୍ୟ ଜନିତ ପରିସ୍ଥିତି ସୃଷ୍ଟି କରିଛି। ଏନେଇ କର୍ତ୍ତୃପକ୍ଷ ସ୍ପଷ୍ଟ ଭାବରେ ଦାୟୀ। ଯଦି କୌଣସି ନିୟମ କିମ୍ବା କୋର୍ଟ ଆଦେଶକୁ ଅବମାନନା କରାଯାଉଛି, ତାହେଲେ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଯାହା ଦ୍ୱାରା ଲୋକେ ଆଇନ ପ୍ରତି ଭୟ କରିବେ କହିଛନ୍ତି ପରିବେଶବିତ୍।

ଭୁବନେଶ୍ୱର ସହରର କେତେକ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ ୩୦୦ ଠାରୁ ୪୦୦ ମଧ୍ୟରେ ରହିଥିବାର ରେକର୍ଡ କରାଯାଇଥିଲା। ଏହା ବିଶେଷ ଧରଣର ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। କାରଣ ନଭେମ୍ବର ମାସରେ ପବନ ପ୍ରବାହ ନଥାଏ। ଯାହା ଦ୍ୱାରା ପ୍ରଦୂଷିତ କଣିକା ବାୟୁରେ ଅଧିକ ସମୟ ଭାସିଯାଏ। ଏହି ପ୍ରଦୂଷିତ ବାୟୁକୁ ଆମେ ନିଶ୍ୱାସ ପ୍ରଶ୍ୱାସରେ ଗ୍ରହଣ କରିଥାଉ। ଯାହା ଆମକୁ ଅଧିକ ସମୟ ଧରି ଅସୁସ୍ଥ କରିଥାଏ। ବାୟୁ ଗୁଣବତ୍ତା ସୂଚକାଙ୍କ ଯେତେ ଅଧିକ ହେବ, ପ୍ରଦୂଷଣ ସହିତ ସ୍ୱାସ୍ଥ୍ୟ ଜନିତ ଚିନ୍ତା ସେତେ ଅଧିକ ହେବ। ଉଦାହରଣ ସ୍ୱରୂପ ୫୦ କିମ୍ବା ଏହା ଠାରୁ କମ ବାୟୁ ଗୁଣବତ୍ତା ସୂଚାକଙ୍କ ମୂଲ୍ୟ ଭଲ ବାୟୁ ଗୁଣକୁ ପ୍ରତିପାଦିତ କରିଥାଏ। ସେହିପରି ୩୦ ଠାରୁ ଅଧିକ ବାୟୁ ଗୁଣବତ୍ତା ମୂଲ୍ୟ ବିପଜ୍ଜନକ ବାୟୁ ଗୁଣକୁ ଦର୍ଶାଇଥାଏ।

ବାୟୁ ଗୁଣବତ୍ତା ସୂଚକାଙ୍କ ମାନକ କ'ଣ?

  • ବାୟୁ ଗୁଣବତ୍ତା ସୂଚକାଙ୍କ ମାନକ ଅନୁଯାୟୀ ବାୟୁ ଗୁଣବତ୍ତା ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି।
  • ୦-୫୦ ବାୟୁ ଗୁଣବତ୍ତା ସୂଚକାଙ୍କ ଭଲ ଭାବରେ ବିବେଚନା କରାଯାଏ। ଏହି ବର୍ଗର ବାୟୁର ଗୁଣ ଭଲ ଏବଂ ବାୟୁରେ ପ୍ରଦୂଷକ ସ୍ତର କମ୍ ରହିଥାଏ।
  • ୫୧-୧୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ମାନକ ସନ୍ତୋଷଜନକ ବିବେଚନା କରାଯାଏ। ଏହି ବର୍ଗର ବାୟୁର ଗୁଣ ହାରାହାରି ଏବଂ ବାୟୁରେ ପ୍ରଦୂଷକ ସ୍ତର ମଧ୍ୟମ ରହିଥାଏ।
  • ୧୦୧-୨୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ହାରାହାରି ବିବେଚନା କରାଯାଏ। ଏହି ବର୍ଗର ବାୟୁର ଗୁଣ ଖରାପ ଏବଂ ବାୟୁରେ ପ୍ରଦୂଷକ ସ୍ତର ଅଧିକ ରହିଥାଏ।
  • ୨୦୧-୩୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ଖରାପ ବୋଲି ଧରାଯାଏ। ଏହି ବର୍ଗର ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ବୋଲି କୁହାଯାଏ। ବାୟୁରେ ପ୍ରଦୂଷକ ସ୍ତର ବହୁତ ଅଧିକ ରହିଥାଏ।
  • ୩୦୧-୪୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ବୋଲି ଧରାଯାଏ। ଏହି ବର୍ଗରେ ବାୟୁ ଗୁଣବତ୍ତା ବିପଜ୍ଜନକ ଏବଂ ବାୟୁରେ ପ୍ରଦୂଷକ ସ୍ତର ବିପଜ୍ଜନକ ସ୍ତରରେ ରହିଥାଏ।
  • ୪୦୧-୫୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ବିପଜ୍ଜନକ ଭାବରେ ବିବେଚନା କରାଯାଏ। ଏହି ବର୍ଗରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ବିପଜ୍ଜନକ ଏବଂ ବାୟୁରେ ପ୍ରଦୂଷକ ସ୍ତର ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ରହିଥାଏ।

ଆପଣଙ୍କୁ କହିରଖୁଛୁ ଯେ ଦୀପାବଳି ଅବସରରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ଦ୍ୱୈତ ନଗରୀରେ ସହରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ୧୨୫ ଡେସିବଲ ଠାରୁ ଅଧିକ ଶବ୍ଦ ଉତ୍ପନ କରୁଥିବା ବାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ସବୁଜ ବାଣ ବ୍ୟବହାର କରିବାକୁ କମିଶନରେଟ ପୋଲିସ ଲୋକଙ୍କୁ ନିବେଦନ କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନାଁ ଲୋକ କମିଶନରେଟ ପୋଲିସ୍ ଆଦେଶକୁ ଗୁରୁତର ସହ ନେଇଥିଲେ କିମ୍ବା ପୋଲିସ ବାଣ ଫୁଟାଇବାକୁ ଜାରି ହୋଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଥିଲା।