BJD Foundation Day: ଆଜି ବିଜେଡି଼ର ୨୭ତମ ପ୍ରତିଷ୍ଠା ଦିବସ, ଶପଥ ନେବେ ଦଳୀୟ କର୍ମୀ
Advertisement

BJD Foundation Day: ଆଜି ବିଜେଡି଼ର ୨୭ତମ ପ୍ରତିଷ୍ଠା ଦିବସ, ଶପଥ ନେବେ ଦଳୀୟ କର୍ମୀ

BJD Foundation Day: ଆଜି ବିଜେଡ଼ିର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସାରା ରାଜ୍ୟରେ ମଇଦାନ କମ୍ପାଇବାକୁ ପୂରା ପ୍ରସ୍ତୁତ ଶାସକ ବିଜେଡ଼ି । ଜନ୍ମଦିନରୁ ବିଜେଡ଼ି ପ୍ରତି ନିର୍ବାଚନ ମଣ୍ତଳୀରୁ ଆରମ୍ଭ କରିବ ୨୦୨୪ ନେଇ ବିଜୟ ଅଭିଯାନ । ଏନେଇ ଏଥର ରାଜ୍ୟସ୍ତରୀୟ ସମାରୋହ ନୁହେଁ, ବରଂ ପ୍ରତି ନିର୍ବାଚନ ମଣ୍ତଳୀରେ ବିଜେଡ଼ି ପ୍ରତିଷ୍ଠା ଦିବସ ସମାରୋହର ଆୟୋଜନ କରିଛି ।

ସୌ(ସୋସିଆଲ ମିଡିଆ)

BJD Foundation Day: ୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ । ରାଜ୍ୟର ପ୍ରତି ନିର୍ବାଚନ ମଣ୍ତଳୀ- ବ୍ଲକ୍ ଓ ପୌରାଞ୍ଚଳରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଗଣଦୌଡ଼, ସଭା, ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଆଜି ବିଜେଡ଼ିର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସାରା ରାଜ୍ୟରେ ମଇଦାନ କମ୍ପାଇବାକୁ ପୂରା ପ୍ରସ୍ତୁତ ଶାସକ ବିଜେଡ଼ି । ଜନ୍ମଦିନରୁ ବିଜେଡ଼ି ପ୍ରତି ନିର୍ବାଚନ ମଣ୍ତଳୀରୁ ଆରମ୍ଭ କରିବ ୨୦୨୪ ନେଇ ବିଜୟ ଅଭିଯାନ । ଏନେଇ ଏଥର ରାଜ୍ୟସ୍ତରୀୟ ସମାରୋହ ନୁହେଁ, ବରଂ ପ୍ରତି ନିର୍ବାଚନ ମଣ୍ତଳୀରେ ବିଜେଡ଼ି ପ୍ରତିଷ୍ଠା ଦିବସ ସମାରୋହର ଆୟୋଜନ କରିଛି । ଫଳରେ ଲୋକଙ୍କ ପାଖରେ ପହଁଞ୍ଚି ନବୀନଙ୍କ ବିକାଶର ବାର୍ତ୍ତା ଦେବେ ବିଜେଡ଼ି ନେତା ଓ କର୍ମୀ । ଜାନୁଆରୀ ୨୩ରୁ ମାର୍ଚ୍ଚ ୫ ଯାଏଁ ପ୍ରତି ଘର ବୁଲି ବୁଲି ଜନ ସମ୍ପର୍କ ଯୋଡ଼ିବା ସହ ଦଳର ପ୍ରଚାର କରିବେ କର୍ମୀ । ସେପଟେ ପ୍ରତିଷ୍ଠା ଦିବସରେ ସଶକ୍ତ, ସମୃଦ୍ଧ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବ ବିଜୁ ଜନତା ଦଳ । ଏନେଇ ପ୍ରତି ନିର୍ବାଚନମଣ୍ତଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ନେତା, ପଦାଧିକାରୀ, କର୍ମକର୍ତ୍ତା ଶପଥ ପାଠ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଏହି ପ୍ରତିଷ୍ଠା ଦିବସ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ନେଇ ଲକ୍ଷ୍ୟ ରଖିଛି ବିଜେଡ଼ି ।  

କେଉଁଠି କଣ ରହିଛି କାର୍ଯ୍ୟକ୍ରମ

ସୂଚନା ଅନୁୟାୟୀ, ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ। ଏହାପରେ ଶଙ୍ଖଭବନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ପରେ ଫରେଷ୍ଟ ପାର୍କସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ବିଜେଡି଼ କର୍ମୀମାନେ ଶପଥ ପାଠରେ ସାମିଲ ହେବେ। 

Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ପ୍ରକାଶ ଥାଉ କି, ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ଏହି ଦଳ ଦୀର୍ଘ ବର୍ଷ ହେବ ରାଜ୍ୟର ଶାସନ କରିଆସୁଛି । ଲଗାତାର ଭାବେ ରାଜ୍ୟରେ ବିଭିନ୍ନ ସାଧାରଣ ନିର୍ବାଚନ ସମେତ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ହାସଲ କରି ଚାଲିଛି ଶାସକ ବିଜେଡ଼ି ।