Mahendragiri: ମହେନ୍ଦ୍ରଗିରିରେ ରାତ୍ରି ଯାପନ କରିପାରିବେ ପର୍ଯ୍ୟଟକ
Advertisement
Article Detail0/zeeodisha/odisha2533927

Mahendragiri: ମହେନ୍ଦ୍ରଗିରିରେ ରାତ୍ରି ଯାପନ କରିପାରିବେ ପର୍ଯ୍ୟଟକ

Mahendragiri: ମହେନ୍ଦ୍ରଗିରିର ପୂର୍ବକୁ ଗଞ୍ଜାମ ଜିଲ୍ଲା ଥିବାବେଳେ ଦକ୍ଷିଣକୁ ଆନ୍ଧ୍ରପ୍ରଦେଶର ଉଦାନ ଅଞ୍ଚଳ ଏବଂ ବଙ୍ଗୋପସାଗର ରହିଛି। ପ୍ରତି ଦିନ ବହୁ ସଂଖ୍ଯାରେ ପର୍ଯ୍ୟଟକ ଏବଂ ଭକ୍ତ ଏଠାକୁ ଆସୁଥିଲେ ମଧ୍ଯ ଦୀର୍ଘ ବର୍ଷ ଧରି ଏହା ଅବହେଳିତ ହୋଇ ରହିଥିଲା। ଏପରିକି ସବୁ ଦିନିଆ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନଥିଲା । ଆନ୍ଧ୍ର ପଟରୁ ହେଉ କି ଗଞ୍ଜାମର ତୁମ୍ବା ପଟରୁ ଏଠି ଆସିବା ପାଇଁ କେବଳ ପାଦଚଲା ରାସ୍ତା ହିଁ ରହିଥିଲା। 

Mahendragiri: ମହେନ୍ଦ୍ରଗିରିରେ ରାତ୍ରି ଯାପନ କରିପାରିବେ ପର୍ଯ୍ୟଟକ
Mahendragiri: (ପ୍ରେମାନନ୍ଦ ପୁଜାରୀ)ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଏବେ ପର୍ଯ୍ୟଟକ ପାଇଁ ୨୪ ଘଣ୍ଟା ଖୋଲା। ଗଜପତି ଜିଲ୍ଲାର ଏହି ପୁରାଣ ଓ ଇତିହାସ ବର୍ଣ୍ଣିତ ଐତିହ୍ୟ ସ୍ଥଳି ପରିଦର୍ଶନ କରିବାକୁ ଦୈନଦିନ ହଜାର ହଜାର ସଂଖ୍ଯା ପର୍ଯ୍ୟଟକ ଆସନ୍ତି। ସମୁଦ୍ର ପତନ ଠାରୁ ପ୍ରାୟ ପାଞ୍ଚ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପର୍ଯ୍ୟଟନ ସ୍ଥଳିର ଅଙ୍ଗେ ନିଭା ଅନୁଭୁତି ନିଶ୍ଚିତ ନିଆରା। ନାନାଦି ଔଷଧୀୟ ବୃକ୍ଷଲତା, ଗୁଳ୍ମ ରେ ଭର୍ତ୍ତି ହୋଇଥିବା ଏହି ଗିରିଶୃଙ୍ଗ ରେ ଦିନକରେ ୬ଟି ଋତୁ ଅନୁଭବ ହୁଏ। ଏହା ସହିତ ବହୁ ବିରଳ ଜଙ୍ଗଲ ଜନ୍ତୁ ମଧ୍ଯ ଏଠାରେ ବିଚରଣ କରନ୍ତି। ମହେନ୍ଦ୍ରଗିରିର ପୂର୍ବକୁ ଗଞ୍ଜାମ ଜିଲ୍ଲା ଥିବାବେଳେ ଦକ୍ଷିଣକୁ ଆନ୍ଧ୍ରପ୍ରଦେଶର ଉଦାନ ଅଞ୍ଚଳ ଏବଂ ବଙ୍ଗୋପସାଗର ରହିଛି। ପ୍ରତି ଦିନ ବହୁ ସଂଖ୍ଯାରେ ପର୍ଯ୍ୟଟକ ଏବଂ ଭକ୍ତ ଏଠାକୁ ଆସୁଥିଲେ ମଧ୍ଯ ଦୀର୍ଘ ବର୍ଷ ଧରି ଏହା ଅବହେଳିତ ହୋଇ ରହିଥିଲା। ଏପରିକି ସବୁ ଦିନିଆ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନଥିଲା । ଆନ୍ଧ୍ର ପଟରୁ ହେଉ କି ଗଞ୍ଜାମର ତୁମ୍ବା ପଟରୁ ଏଠି ଆସିବା ପାଇଁ କେବଳ ପାଦଚଲା ରାସ୍ତା ହିଁ ରହିଥିଲା। 
 
ତେବେ ଗଜପତି ଜିଲ୍ଲାର କଇଁପୁର ଠାରୁ ଗୋଟିଏ ଅଙ୍କାବଙ୍କା ସରୁଆ ପିଚୁ ରାସ୍ତାଟିଏ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣ କରାଯାଇ ଥିଲେ ମଧ୍ୟ ତାହା କେବଳ ବୁରୁଖତ ପ୍ରର୍ଯ୍ୟନ୍ତ, ତେଣୁ ପର୍ଯ୍ୟଟକ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାତ୍ରିରେ ରହିବା ସପ୍ନ ଥିଲା ପର୍ଯ୍ୟଟକ ପାଇଁ। କୁହାଯାଏ ଯେ ଏବେ ମଧ୍ଯ ଭଗବାନ ପର୍ଶୁରାମ ଏଠାରେ ଅଛନ୍ତି। ଏଠାରେ ସୂର୍ଯ୍ୟୋଦୟ ଅତି ସୁନ୍ଦର ଓ ମନୋଲୋଭା ତେଣୁ ଏହା ଦେଖିବାକୁ ଲକ୍ଷଲକ୍ଷ ପର୍ଯ୍ୟଟକ ଆସନ୍ତି। ପର୍ଶୁରାମଙ୍କ କ୍ଷେତ୍ର ହୋଇଥିବା ବେଳେ ବନବାସ ସମୟରେ ରାମ ସୀତା ଙ୍କ କିଛି ଦିନ ପାଇଁ ବାସସ୍ଥାନ ଏବଂ ପଞ୍ଚୁପାଣ୍ଡବ ଧ୍ଯାନ କ୍ଷେତ୍ର ବୋଲି ମଧ୍ଯ ମାନ୍ଯତା ଅଛି। କେଉଁ ମାନ୍ଧାତା କାଳରୁ ଏଠାରେ ତିଆରି କରଯାଇଥିବା ପଞ୍ଚୁପାଣ୍ଡବ ନାମରେ ନାମିତ ପାଞ୍ଚଟି ଶିବ ମନ୍ଦିର ରହିଛି । ସର୍ବୋଚ୍ଚ ଶିଖରରେ ଥିବା ଭିମ ମନ୍ଦିର ମାତ୍ର ୧୭ଟି ବିଶାଳକାୟ ପଥରରେ ନିର୍ମିତ । ଏସବୁ ଦେଖିବାକୁ ଶିବରାତ୍ରି ଏବଂ କାର୍ତ୍ତିକ, ମାଘ, ବୈଶାଖ, ଓ ଶ୍ରାବଣ ମାସରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ। ଏସବୁ କୁ ଦେଖି ଏବଂ ଜିଲ୍ଲାବାସୀଙ୍କ ବହୁଦିନର ଦାବୀକୁ ଗ୍ରହଣ କରି ରାଜ୍ଯ ସରକାର ଏହାର ବିକାଶ ପାଇଁ ଯୋଜନା ତିଆରି କରି ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଆନୁକୁଲ୍ୟରେ ପାଖାପାଖି ୬ କୋଟି ଟଙ୍କା ବ୍ଯୟ କରିଛନ୍ତି।
 
 ରାସ୍ତା, ରହଣି ବ୍ଯବସ୍ଥା, ସୌନ୍ଦର୍ଯ୍ୟ କରଣ, ଆଲୋକ ବ୍ଯବସ୍ଥା ଆଦି ବହୁମୁଖୀ ବିକାଶ କରାଯାଇଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମୀଳନୀରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦ ଆଜିଠାରୁ ଏଠାରେ ନବନିର୍ମିତ କୁଟିର ପର୍ଯ୍ୟଟକ ପାଇଁ ଖୋଲାଯାଇଛି ବୋଲି କହିଛନ୍ତି । ଫଳରେ ଯାତ୍ରୀ ମାନେ ଆରାମରେ ଏଠାରେ ରାତ୍ରିଯାପନ କରି ଭୋରରୁ ସୂର୍ଯ୍ୟୋଦୟ ଦେଖିବାର ମଜା ନେଇପାରିବେ । ଏଠାରେ ୧୦ଟି କୁଟିର, ୨ଟି କନଫ୍ରେନସ୍ ହଲ, ଗୋଟିଏ ରେଷ୍ଟୁରାଣ୍ଟ ନିର୍ମାଣ କରାଯାଇଥିବା ସୂଚନା ଦେଇଛନ୍ତି। ଏସବୁ ଓଡ଼ିଶା ଟୁରିଜିମ୍ ବିଭାଗର ୱେବ୍ ସାଇଟ୍ ରେ ଉପଲବ୍ଧ । ମାତ୍ର ୪୩୩୩ ଟଙ୍କାରେ ଅନଲାଇନ୍ ରେ ବୁକିଂ କରିହେବ, ଏଥିରୁ ୭ଟି କଟେଜ୍ ଦିଆଯିବା ବେଳେ ବାକି ୩ଟି ରିଜର୍ଭ ରଖାଯିବା ସୁଚନା ମିଳିଛି। ତେବେ କେଉଁ ଯୋଜନାରୁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ତାହା କହିପାରି ନାହାଁନ୍ତି। ଏସବୁ ବିକାଶ ଯୋଗୁଁ ମହେନ୍ଦ୍ରଗିରି କୁ ଅଧିକ ପର୍ଯ୍ୟଟକ ଆସିବେ ଏବଂ ଏହାଦ୍ବାରା ସ୍ଥାନୀୟ ଲୋକେ ମଧ୍ଯ ଲାଭାନ୍ୱିତ ହେବେ, ଏହା ବହୁତ ସ୍ବାଗତ ଯୋଗ୍ୟ ବୋଲି ବୁଦ୍ଧିଯିବି ମାନେ କହିଥିବା ବେଳେ କେତେକ ଅଧିକ ଲୋକଙ୍କ ଗହଳି ଚହଳି ଯୋଗୁଁ ମହେନ୍ଦ୍ରଗିରି ର ଜୈବ ବିବିଧତା କୁ ପ୍ରଭାବିତ କରିବ ବୋଲି ଆଶଙ୍କା କରିଛନ୍ତି ।