Vigilance Raid: ଘର ନୁହେଁ ଟଙ୍କାର ଖଣି କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ, ଜବତ ହେଲାଣି ୩ କୋଟି ନଗଦ ! ଦେଖନ୍ତୁ ଭିଡି଼ଓ
Advertisement
Article Detail0/zeeodisha/odisha1750752

Vigilance Raid: ଘର ନୁହେଁ ଟଙ୍କାର ଖଣି କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ, ଜବତ ହେଲାଣି ୩ କୋଟି ନଗଦ ! ଦେଖନ୍ତୁ ଭିଡି଼ଓ

Vigilance Raid: ଯେତେ ଖୋଜିଲେ ଘରୁ ମିଳୁଛି ସେତେ ଟଙ୍କା । ଲାଗୁଛି ଘରେ ଟଙ୍କାର ଖଣି ଖୋଲିଛନ୍ତି ବାବୁ। ଏକଥା ଆମେ କହୁନୁ, ଭିଜିଲାନ୍ସ ରେଡ ସମୟରେ ବାବୁଙ୍କ ଘରୁ ଯେତେ ପରିମାଣର ଟଙ୍କା ମିଳିଛି (Vigilance Scanner)। ତାହା ଆପଣଙ୍କୁ ସ୍ତବ୍ଧ କରିଦେବ। ଭିଜିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Vigilance Raid: କୁବେର ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ(Nabarangpur Sub Collector) । ଯେତେ ଖୋଜିଲେ ଘରୁ ମିଳୁଛି ସେତେ ଟଙ୍କା । ଲାଗୁଛି ଘରେ ଟଙ୍କାର ଖଣି ଖୋଲିଛନ୍ତି ବାବୁ। ଏକଥା ଆମେ କହୁନୁ, ଭିଜିଲାନ୍ସ  ରେଡ ସମୟରେ ବାବୁଙ୍କ ଘରୁ ଯେତେ ପରିମାଣର ଟଙ୍କା ମିଳିଛି (Vigilance Scanner)। ତାହା ଆପଣଙ୍କୁ ସ୍ତବ୍ଧ କରିଦେବ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସର ଚଢ଼ାଉ ।   ଏ ଯାଏଁ ତିନି କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି।  ଭୁବନେଶ୍ବର କାନନବିହାର ପଡ଼ୋଶୀ ଘର ଛାତରୁ ମଧ୍ୟ ମିଳିଲା ୬ଟି ୫୦୦ ଟଙ୍କା ନୋଟ୍ ଥିବା ପେଟି।  ଅତିରିକ୍ତ ଉପଜିଲ୍ଲାପାଳଙ୍କ ନବରଙ୍ଗପୁର ସରକାରୀ ଘରୁ ଆଉ ୨ଟି ଟଙ୍କା ଭର୍ତ୍ତି ପେଟି ଜବତ କରିଛି ଭିଜିଲାନ୍ସ। ଗୋଟିଏ ପେଟିରେ ୫୬ ଲକ୍ଷ ଓ ଆଉ ଗୋଟିଏରୁ ୨୧ ଲକ୍ଷ ମିଳିଥିବା ସୂଚନା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର, ଭଦ୍ରକ ଓ ଭୁବନେଶ୍ବର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ। ତେବେ, ଏଥିରୁ ଆପଣ ଭଲ ଭାବରେ ଜାଣି ପାରୁଥିବେ ଯେ ବାବୁ ଜଣକ କେତେ କୋଟିପତି।

 

 

Also Read: Odisha Home Guard Service: ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା, ଜାଣନ୍ତୁ ଏହା କେବେଠୁ ହେବ ଲାଗୁ?

Also Read: Suhana Khan Property: କିଙ୍ଗ୍ ଖାନଙ୍କ ସୁକନ୍ୟା ହଠାତ୍ କିଣିଲେ କୋଟି କୋଟି ଟଙ୍କାର ସମ୍ପତ୍ତି

ସୂଚନା ଅନୁସାରେ, ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି। ଏଥିରେ ୨ ଜଣ ଅତିରିକ୍ତ ଏସପି, ୭ ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ କୌଣସି କାମ ପାଇଁ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

Also Read: Weather Update: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଆଜିଠୁ ଏହି ୪ ଜିଲ୍ଲାରେ ୫ ଦିନ ଯାଏଁ ପ୍ରବଳ ବର୍ଷିବ!

ସେହିପରି ଦିନକ ପୂର୍ବରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ । ସୂଚନା ଅନୁଯାୟୀ, ମାନେଶ୍ୱର ବ୍ଲକର ବଦୁଆପାଲି ଠାରେ ଏକ ରାସ୍ତା କାମକୁ ନେଇ କନିଷ୍ଠ ଯନ୍ତ୍ରୀ ଜଣକ ବଦୁଆପାଲିର ଗ୍ରାମସାଥି ଦୟାନିଧି ଭୋଇଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ । ଗ୍ରାମସାଥି  ଜଣକ ଟଙ୍କା ଦେବାକୁ ମନା କରିବାରୁ ରାସ୍ତା କାମ ହୋଇ ପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ ଅଧିକାରୀ । ପର ୧୦ ହଜାର ଟଙ୍କା ଦେବାକୁ ମଙ୍ଗି ଥିଲେ ଦୟାନିଧି ।  ଏନେଇ ସେ ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ, ପୂର୍ବ ଯୋଜନା ମୁତାବକ ଦୟାନିଧି ପ୍ରଣତିଙ୍କୁ ୧୦ ହଜାର ଟଙ୍କା ଦେବା ସମୟରେ ମାଡି଼ ବସିଲେ  ଭିଜିଲାନ୍ସ ଅଧିକାରୀ । ପରେ   କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରାଯିବା ସହ  ସମ୍ବଲପୁର ଭିଜିଲାନ୍ସ ଏନେଇ ଅଧିକ ତଦନ୍ତ ଜାରିରଖିଛି।

Also Read: Sourin Bhatt: ଗିରଫ ଭୟରେ କେଉଁଠି ଲୁଚିଛନ୍ତି କଣ୍ଠଶିଳ୍ପୀ? କଲିକତାରେ ସୌରିନ୍‌ଙ୍କୁ ପାଇଲାନି କମିସନରେଟ୍ ପୋଲିସ

Also Read: Mangal Gochar 2023: ସିଂହ ରାଶିକୁ ଚଳନ କରିବେ ମଙ୍ଗଳ , ସତର୍କ ରୁହନ୍ତୁ ଏହି ୫ଟି ରାଶିର ଲୋକେ!