Monsoon: ତାତିରୁ ମିଳିବ ଆଶ୍ବସ୍ତି, ଏହି ଦିନ ଓଡ଼ିଶା ଛୁଇଁବ ମୌସୁମୀ
Advertisement
Article Detail0/zeeodisha/odisha1738518

Monsoon: ତାତିରୁ ମିଳିବ ଆଶ୍ବସ୍ତି, ଏହି ଦିନ ଓଡ଼ିଶା ଛୁଇଁବ ମୌସୁମୀ

Monsoon:  ଅସହ୍ୟ ଖରା ସାଙ୍ଗକୁ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ଖୁବଶୀଘ୍ର ଟାଣ ଖରାରୁ ଆଶ୍ବସ୍ଥି ପାଇବେ ରାଜ୍ୟବାସୀ ।  

ସୌ(ସୋସିଆଲ ମିଡିଆ)

Monsoon 2023: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ (Heat Wave) । ଅସହ୍ୟ ଗୁଳୁଗୁଳି ଓ ଟାଣ ଖରାରେ କଲବଲ ହେଉଛନ୍ତି ଲୋକେ । ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ଖୁବଶୀଘ୍ର ଟାଣ ଖରାରୁ ଆଶ୍ବସ୍ଥି ପାଇବେ ରାଜ୍ୟବାସୀ ।  ଆସନ୍ତା ୨୨ ତାରିଖରେ ମୌସୁମୀ (Monsoon 2023) ଓଡି଼ଶା ଛୁଇଁବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନାଥାଉ କି, ମୌସୁମୀ (Monsoon) ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ସ୍ପଳ୍ପରୁ ମଧ୍ଯମ ଧରଣର ବର୍ଷା ହେବ । ୧୮ ତାରିଖରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଫଳରେ ଉପକୂଳରେ ତାତି  ଓ ଗୁଳୁଗୁଳି କମିଲେ ମଧ୍ଯ ପଶ୍ଚିମ ଓଡ଼ିଶାରେ ତାତି କମିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।  ସେପଟେ ୧୮ରୁ ୨୧ ଭିତରେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ । ତେବେ ଆଗାମୀ ୨୧ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ ତାତି କମିବା ସମ୍ଭାବନା କମ୍ ଥିବା ଆକଳନ କରାଯାଇଛି । ୨୨ ତାରିଖରେ ମୌସୁମୀ ରାଜ୍ୟରେ ପହଁଞ୍ଚବ । ଏହାର ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ମୌସୁମୀ ବର୍ଷା ହେଲେ ମଧ୍ଯ ବର୍ଷାର ପରିମାଣ କମ୍ ରହିବ । ମୌସୁମୀ ଫଳରେ ତାତିରୁ ସାମନ୍ୟ ଆଶ୍ବସ୍ତି ପାଇବେ ଲୋକେ । ସେପଟେ ଜୁନ୍ ମାସ ପରେ ମୌସୁମୀ (Monsoon) ଯୋଗୁଁ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

Also Read-Rath Yatra 2023: ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରାଜପ୍ରସାଦ ବିଜେ ନୀତି

ପ୍ରକାଶ ଥାଉ କି, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ (Cyclone Biporjoy )ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଗୁଜୁରାଟର (Gujarat) ଜଖଉ ପୋର୍ଟ (Jakhau port) ଆଖପାଖରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ତଫଲ (Cyclone Biporjoy landfall) କରିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆକଳନ କରାଯାଇଛି । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୨୫ରୁ ୧୩୫ କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ତଳିଆ ଅଞ୍ଚଳରେ ୬ ମିଟର ଉଚ୍ଚରେ ଜୁଆର ଉଠିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ସୌରାଷ୍ଟ୍ର ଓ କଚ୍ଛର ତଳିଆ ଅଞ୍ଚଳର ପ୍ରାୟ ୭୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ବାତ୍ୟା ନ ଆସୁଣୁ ଏହାର ପ୍ରଭାବରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ରେସକ୍ୟୁ ଅପରେସନ ଲାଗି ୧୮ ପ୍ଲାର୍ଟୁନ୍ ଏନଡ଼ିଆରଏଫ (NDRF) ଟିମ୍ ସହ ବିଏସଏଫ ଓ ବାୟୁସେନା ହେଲିକ୍ୟାପ୍ଟର ମୁତୟନ କରାଯାଇଛି । ବାତ୍ୟା ‘ବିପର୍ଯ୍ୟୟ’ (Biporjoy ) ଲାଗି ଗୁଜୁରାଟର ଉପକୂଳ ଗିର, ସୋମନାଥ, ଅମରେଲ, କଚ୍ଛ ଆଦି ଜିଲ୍ଲାରେ ଦୁଇଦିନ ଲାଗି ଛୁଟି ଘୋଷଣା କରାଯାଇଛି । ସେପଟେ ପବନ ଓ ବର୍ଷା ଲାଗି ପଶ୍ଚିମ ରେଳପଥରେ ଗୁଜୁରାଟରୁ ମୁମ୍ବାଇ ଚଳାଚଳ କରୁଥିବା ୬୯ଟି ଟ୍ରେନ୍ କୁ ବାତିଲ କରାଯାଇଛି ।