New cabinet: ଆଜି ମନ୍ତ୍ରିମଣ୍ଡଳରେ ହେବ ବିଭାଗ ବଣ୍ଟନ, କେବଳ କେଭିଙ୍କର ରହିଛି ମନ୍ତ୍ରୀ ଭାବେ ପୂର୍ବ ଅଭିଜ୍ଞତା
Advertisement
Article Detail0/zeeodisha/odisha2291114

New cabinet: ଆଜି ମନ୍ତ୍ରିମଣ୍ଡଳରେ ହେବ ବିଭାଗ ବଣ୍ଟନ, କେବଳ କେଭିଙ୍କର ରହିଛି ମନ୍ତ୍ରୀ ଭାବେ ପୂର୍ବ ଅଭିଜ୍ଞତା

New cabinet: ମନ୍ତ୍ରିମଣ୍ଡଳରେ କେବଳ ବିଜେପିର ମୂଳ ସଦସ୍ୟଙ୍କୁ ସୁଯୋଗ ମିଳିଛି। ମନ୍ତ୍ରିମଣ୍ଡଳରେ ମନ୍ତ୍ରି ସଂଖ୍ୟା ରହିଛି ୧୬। ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମଥର ପାଇଁ ୨ ଉପମୁଖ୍ୟମନ୍ତ୍ରୀଙ୍କୁ ଏଥର ନିଯୁକ୍ତ କରାଯାଇଛି। ୮ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୫ ଜଣ ରାଷ୍ଟ୍ରମନ୍ତ୍ରୀ  ଏହି ମନ୍ତ୍ରିମଣ୍ଡଳର ସଦସ୍ୟ ରହିଛନ୍ତି। ନିର୍ବାଚନ ସମୟରେ ଅନ୍ୟ ଦଳରୁ ବିଜେପିକୁ ଆସି ନିର୍ବାଚିତ ହୋଇଥିବା କୌଣସି ବିଧାୟକଙ୍କୁ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳି ନାହିଁ।

New cabinet: ଆଜି ମନ୍ତ୍ରିମଣ୍ଡଳରେ ହେବ ବିଭାଗ ବଣ୍ଟନ, କେବଳ କେଭିଙ୍କର ରହିଛି ମନ୍ତ୍ରୀ ଭାବେ ପୂର୍ବ ଅଭିଜ୍ଞତା

New cabinet: ନୂଆ ମନ୍ତ୍ରିମଣ୍ଡଳରେ ଆଜି ହେବ ବିଭାଗ ବଣ୍ଟନ। କାହାକୁ କେଉଁ ବିଭାଗ ମିଳିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖରେ କେଉଁ ବିଭାଗ ରହିବ ତାହା ଆଜି ରାଜଭବନ ପକ୍ଷରୁ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯିବ। ଆଉ କିଛି ଘଣ୍ଟା ଭିତରେ ଏହା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ଏଥର ମନ୍ତ୍ରିମଣ୍ଡଳରେ କେବଳ ବିଜେପିର ମୂଳ ସଦସ୍ୟଙ୍କୁ ସୁଯୋଗ ମିଳିଛି। ମନ୍ତ୍ରିମଣ୍ଡଳରେ ମନ୍ତ୍ରି ସଂଖ୍ୟା ରହିଛି ୧୬। ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମଥର ପାଇଁ ୨ ଉପମୁଖ୍ୟମନ୍ତ୍ରୀଙ୍କୁ ଏଥର ନିଯୁକ୍ତ କରାଯାଇଛି। ୮ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୫ ଜଣ ରାଷ୍ଟ୍ରମନ୍ତ୍ରୀ  ଏହି ମନ୍ତ୍ରିମଣ୍ଡଳର ସଦସ୍ୟ ରହିଛନ୍ତି। ନିର୍ବାଚନ ସମୟରେ ଅନ୍ୟ ଦଳରୁ ବିଜେପିକୁ ଆସି ନିର୍ବାଚିତ ହୋଇଥିବା କୌଣସି ବିଧାୟକଙ୍କୁ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳି ନାହିଁ।

ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିଉଙ୍କୁ ଦର୍ଶନ କରିଛନ୍ତି।   ସରକାରଙ୍କ ପ୍ରଥମ କାର୍ଯ୍ୟ ସ୍ୱରୂପ   ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ମୁଖ୍ୟ ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ  ଶ୍ରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାରକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଉନ୍ମୁକ୍ତ କରାଯାଇଛି। ଦୀର୍ଘ ଦିନ ହେଲା ଶ୍ରଦ୍ଧାଳୁ ଯେଉଁ ପ୍ରକାରେ ମନ୍ଦିରରେ ପ୍ରବେଶ ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେଥିରୁ ତାଙ୍କୁ ମୁକ୍ତି ମିଳିଛି। ଏବେ ପ୍ରତି ଦ୍ୱାରରେ ପ୍ରଶାସନ ପକ୍ଷରୁ ଯୋତା ଷ୍ଟାଣ୍ଡ, ପଦ ପ୍ରକ୍ଷାଳନ ପାଇଁ ପାଣି ବ୍ୟବସ୍ଥା କରାଯାଇଛି। ପରିକ୍ରମା ପ୍ରକଳ୍ପରେ ଥିବା ଶୌଚାଗାରକୁ ମଧ୍ୟ ଉନ୍ମୁକ୍ତ କରାଯାଇଛି। ଆବଶ୍ୟକତାକୁ ଦେଖି ଏହି ପଦକ୍ଷେପ ନିଆଯାଇଥିବା  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।

ଦ୍ୱାର ଖୋଲିବା ପାଇଁ ବ୍ୟବସ୍ଥା କରାଯିବା ପରେ ମନ୍ତ୍ରି ମଣ୍ଡଳର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବଡ଼ ଦାଣ୍ଡରେ ବୁଲିଥିଲେ। ଲୋକଙ୍କ ସହ କଥା ହେବା ସହ ମିଡିଆପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ଆଗାମୀ ଦିନରେ ଶୃଙ୍କଳିତ ଦର୍ଶନ ସହ ନୀତିକାନ୍ତିରେ ଯେମିତି କୌଣସି ଅସୁବିଧା ନ ହେବ ସେଥିଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଏହି ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଗତକାଲି ଶପଥ ପାଠ ପରେ ବସିଥିଲା। ହେଲେ ଏଯାଏ ଦାୟିତ୍ୱ ବଣ୍ଟନ କରାଯାଇ ନାହିଁ। ଏହି ନବଗଠିତ ମନ୍ତ୍ରିମଣ୍ଡଳରେ କେବଳ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ବାଦ୍‍ ଦେଲେ ଅନ୍ୟ କାହାର ମନ୍ତ୍ରୀ ଭାବେ ଅଭିଜ୍ଞତା ନାହିଁ। ଅପରପକ୍ଷେ ପୂର୍ବ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସାଧାରଣ ପ୍ରଶାସନ, ଅଭିଯୋଗ ଶୁଣାଣି ସହ ଗୃହ, ଜଳସମ୍ପଦ ବିଭାଗ ବି ରହିଥିଲା। ଏହିକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହି ଗୁରତ୍ୱପୂର୍ଣ୍ଣ ବିଭାଗ ରହିବ ନା ତାହା ଉପମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ ତାହାକୁ ଅପେକ୍ଷା କରାଯାଇଛି।