୪ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଯନ୍ତ୍ରୀ
Advertisement
Article Detail0/zeeodisha/odisha2108934

୪ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଯନ୍ତ୍ରୀ

Crime News:ଏକାଧିକ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯନ୍ତ୍ରୀ । ଗତ ୯ ତାରିଖ ଦିନ ୨ ଯୁବତୀଙ୍କ ଅଭିଯୋଗକୁ କେନ୍ଦ୍ର କରି ପୋଲିସ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

୪ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଯନ୍ତ୍ରୀ

ବାରିପଦା: ଏକାଧିକ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯନ୍ତ୍ରୀ । ଗତ ୯ ତାରିଖ ଦିନ ୨ ଯୁବତୀଙ୍କ ଅଭିଯୋଗକୁ କେନ୍ଦ୍ର କରି ପୋଲିସ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ମୁତାବକ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ଯୁବତୀଙ୍କୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇବା ପରେ ଧିରେ ଧିରେ ସମ୍ପର୍କ ବଢାଇବାରେ ଲାଗୁଥିଲେ ଯନ୍ତ୍ରୀ ଜଣକ । ଯୁବତୀଙ୍କ ମନ ଜିଣିବା ପରେ ମିଥ୍ୟା ପ୍ରେମ ନିବେଦନ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ ବୋଲି ଅଭିଯୋଗ ହୋଇଛି । ସୂଚନା ମୁତାବକ ଏପର୍ଯ୍ୟନ୍ତ ପ୍ରାୟ ୪ଜଣ ଯୁବତୀଙ୍କ ସହ ସେ ଏପରି କରି ଠକି ସାରିଛନ୍ତି । କେବଳ ସେତିକି ନୁହେଁ ସେମାନଙ୍କ ନିକଟରୁ ଅର୍ଥ ହଡପ କରିଥିବାର ମଧ୍ୟ ଅଭିଯୋଗ ରହିଛି । ତେବେ ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Also Read- ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶିବରାଜ ସିଂ ଚୌହାନ

Also Read- Reliance: ମୁକେଶ ଅମ୍ୱାନୀଙ୍କୁ ଆଉ ଏକ ସଫଳତା, ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ