Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଘର ଓ ଅଫିସରେ ରେଡ୍
Advertisement
Article Detail0/zeeodisha/odisha2085544

Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଘର ଓ ଅଫିସରେ ରେଡ୍

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ  ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ( Sanjaya Kumar Mohanty, Jr.Engineer, CADA Division, Malkangiri) ହୋଇଛି ଚଢାଉ । 

Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଘର ଓ ଅଫିସରେ ରେଡ୍

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ  ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ( Sanjaya Kumar Mohanty, Jr.Engineer, CADA Division, Malkangiri) ହୋଇଛି ଚଢାଉ । ଚଢାଉ ସମୟରେ ତାଙ୍କ ଘରୁ ପ୍ରାୟ ଏକ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏହା ସହ ଗୋଟିଏ କାର୍ ଓ ବାଇକ ବି ଜବତ  କରିଛି ଭିଜିଲାନ୍ସ ଟିମ୍ (Vigilance Raid)। ଏବେବି ଚଢାଉ ଜାରି ରହିଛି। 

ସୂଚନା ଅନୁସାରେ, ଆୟ ବର୍ହିଭୂତ ସମ୍ପତି ଠୁଳର ଅଭିଯୋଗ ପାଇବା ପରେ ଆଜି ଭିଜିଲାନ୍ସ ଟିମ୍ ହଠାତ୍ ସଞ୍ଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା। ଚଢାଉ ସମୟରେ ତାଙ୍କ ଭଡା ଘରୁ  ୧ ଲକ୍ଷ ୧୫ ହଜାର ନଗଦ ଟଙ୍କା ଭିଜିଲାନ୍ସ ଜବତ କରିଛି । ତେବେ, ଏହି ଚଢାଉରେ ଜଣେ ଅତିରିକ୍ତ ଏସପିଙ୍କ ସହ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର ଓ ୮ ଜଣ ଏସଆଇ ସାମିଲ ଅଛନ୍ତି। ତେବେ, ଆମେ ଏଠି ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ମାଲକାନଗିରି ଭଡା ଘର ସମେତ ଭୁବନେଶ୍ବର, ବାଲେଶ୍ବର ଓ ଜଳେଶ୍ବରରେ ବି ରେଡ୍ ଜାରି ରହିଛି ।