ମନ୍ଦିରରୁ ଚୋରି ପରେ ଆଜି ହେବ ମାଆ ତାରାତାରିଣୀଙ୍କ ମହାସ୍ନାନ
Advertisement
Article Detail0/zeeodisha/odisha2505537

ମନ୍ଦିରରୁ ଚୋରି ପରେ ଆଜି ହେବ ମାଆ ତାରାତାରିଣୀଙ୍କ ମହାସ୍ନାନ

Maa taratarini: ସୂଚନାଅନୁସାରେ ଗତ ୬ତାରିଖରେ ମା’ ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋର ମାନେ ଚୋରି କରିଥିଲେ। ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବ। 

ମନ୍ଦିରରୁ ଚୋରି ପରେ ଆଜି ହେବ ମାଆ ତାରାତାରିଣୀଙ୍କ ମହାସ୍ନାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ। ଚୋରମାନେ ମା'ଙ୍କୁ ସ୍ପର୍ଶ କରିଥିବା ଯୋଗୁ ୧୦୮ଗରା ଜଳରେ ମା’ ଙ୍କର ମହାସ୍ନାନ କରାଯିବ। ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମା' ଭଉଣୀମାନେ। 

୧୦୮ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତ ମାନେ ମା’ଙ୍କ ମନ୍ଦିର ଉପରକୁ ଯିବେ। ମନ୍ଦିର ଉପରେ ମା’ଙ୍କୁ ପ୍ରଥମେ ମହାସ୍ନାନ କରାଯି। ଏହା ସହ ବିଭିନ୍ନ ରୀତିନୀତିରେ ମା’ ଙ୍କର ପୂଜାର୍ଚ୍ଚନା କରାଯିବ। ସୂଚନା ଅନୁସାରେ ଗତ ୬ତାରିଖରେ ମା’ ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋର ମାନେ ଚୋରି କରିଥିଲେ। ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବ।