Archana Nag: ହନିଟ୍ରାପ କୁଇନଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ
Advertisement
Article Detail0/zeeodisha/odisha1807025

Archana Nag: ହନିଟ୍ରାପ କୁଇନଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

Lady blackmailer: ଖଣ୍ତଗିରି ଥାନାରେ ରୁଜୁ ମାମାଲାରେ ଭୁବନେଶ୍ବରସ୍ଥିତ ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ଅର୍ଚ୍ଚନା ହାଇକୋର୍ଟର ଦାରସ୍ଥ ହୋଇଥିଲେ। ଏହି ମାମଲାରେ ନିଜକୁ ପୀଡିତା ଦର୍ଶାଇ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ତଗିରି ଥାନାରେ ଏତଲା ଦେଇଥିଲେ । ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗକୁ ଆଧାରର କରି ଖଣ୍ତଗିରି ଥାନାରେ ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଓ ଖଗେଶ୍ବର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । 

ସୌ(ସୋସିଆଲ ମିଡିଆ)

Archana Nag: ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (Lady blackmailer Archana Nag) ଜାମିନ । ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛି । ଖଣ୍ତଗିରି ଥାନାରେ ହୋଇଥିବା ମାମଲାରେ ହନିଟ୍ରାପ କୁଇନଙ୍କୁ ଜାମିନ ଦିଆଯାଇଛି । ତାଙ୍କ ନାଁରେ ଦାୟର ହୋଇଥିବା ମୋଟ ୩ଟି ମାମଲାରୁ ୨ଟିରେ ଜାମିନି ମିଳିଛି । କିନ୍ତୁ ଇଡ଼ି ମାମଲାରେ ଜାମିନ ମିଳି ନ ଥିବାରୁ ଏବେ ବି ଜେଲରେ ରହିବେ ଅର୍ଚ୍ଚନା । ସୂଚନା ଯୋଗ୍ୟ, ଖଣ୍ତଗିରି ଥାନାରେ ରୁଜୁ ମାମାଲାରେ ଭୁବନେଶ୍ବରସ୍ଥିତ ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ଅର୍ଚ୍ଚନା ହାଇକୋର୍ଟର ଦାରସ୍ଥ ହୋଇଥିଲେ। ଏହି ମାମଲାରେ ନିଜକୁ ପୀଡିତା ଦର୍ଶାଇ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ତଗିରି ଥାନାରେ ଏତଲା ଦେଇଥିଲେ । ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗକୁ ଆଧାରର କରି ଖଣ୍ତଗିରି ଥାନାରେ ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଓ ଖଗେଶ୍ବର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ତଦନ୍ତ କରି ଏହି ମାମଲାରେ ଚାର୍ଜସିଟ୍ ମଧ୍ଯ ଦାଖଲ କରିସାରିଛି ।

ଏହି ମାମଲାରେ ଜଗବନ୍ଧୁଙ୍କୁ ହାଇକୋର୍ଟରୁ (High court) ଗତ ମାର୍ଚ୍ଚ ମାସ ୧୫ ତାରିଖରେ ସର୍ତ୍ତମୂଳକ ଜାମିନ ମିଳିଥିଲା । ତେବେ ଏହା ପୂର୍ବରୁ ଗତ ଏପ୍ରିଲ୍ ମାସ ୧୧ ତାରିଖରେ ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ଦିଆଯାଇଥିଲା । ସେତେବେଳେ ଅର୍ଚ୍ଚନାଙ୍କୁ ଗୋଟିଏ କେସରେ ସର୍ତ୍ତମୂଳକ ଜାମିନ ମଞ୍ଜୁର ଦେଇଥିଲେ ହାଇକୋର୍ଟ(Odisha high court) ।  (Odia Film Maker Akshay Parija )ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ତେବେ ଅର୍ଚ୍ଚନାଙ୍କୁ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଗତବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ ତାରିଖରେ ତାଙ୍କ ଜାମିନକୁ ନାମଞ୍ଜୁର କରିଥିଲେ ଏସଡିଜେଏମ୍ କୋର୍ଟ । ଏହାପରେ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ସତ୍ୟବିହାର ବାସଭବନରୁ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ। ହେଲେ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ଜାମିନ ମିଳିଥିଲା । ହେଲେ ଏଯାଏଁ ଜେଲରୁ ବାହାରି ପାରିନାହାନ୍ତି ଜଗବନ୍ଧୁ (Jagabandhu) । ତାଙ୍କ ବିରୋଧରେ ଥିବା ୩ଟି ମାମଲାରୁ ମାତ୍ର ଗୋଟିଏରେ ତାଙ୍କୁ ଗୋଟିଏ ସର୍ତ୍ତମୂଳକ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନା (Nayapalli police station) ଓ ଇଡିରେ (ED) ମଧ୍ୟ ମାମଲା ରହିଛି ।

Also Read: Weather Update: ଗଭୀର ଅବପାତରେ ପ୍ରଭାବରେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାରୁ ରେଡ଼ ୱାର୍ଣ୍ଣିଂ

ସୂଚନା ଥାଉ କି, ଚଳିତ ବର୍ଷ ଜେଲ ଭିତରେ ଦଣ୍ତ ଭୋଗୁଥିବା ଲେଡ଼ି ବ୍ଲାକମେଲର ସାବିତ୍ରୀ ବତ୍ର ପାଳିଥିଲେ । ଝାରପଡ଼ା ଜେଲରେ (Jharsuguda jail) ରହି ସ୍ବାମୀ ଜଗବନ୍ଧୁଙ୍କ ଲାଗି ଉପବାସ କରିଥିଲେ ହନିଟ୍ରାପ କୁଇନ୍ । ଖାଲି ଅର୍ଚ୍ଚନା ନାଗ (Archana Nag) ନୁହେଁ ୨୩ ଜଣ ମହିଳା ଅନ୍ତେବାସୀ ମଧ୍ଯ ଏହି ବତ୍ର ପାଳନ କରିଥିଲେ । ଜେଲ ପକ୍ଷରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସାବିତ୍ରୀ ବତ୍ର ପାଳନ ଲାଗି ସମସ୍ତ ସଧବା ମହିଳା ଅନ୍ତବାସୀଙ୍କୁ ନୂଆ ଶାଢୀ, ଭୋଗ, ସଙ୍ଖା ଓ ସିନ୍ଦୁର ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

Also Read: MLA property: ଗରିବ ବିଧାୟକ ତାଲିକାରେ ଓଡ଼ିଶାର ଏହି ନେତା, ରାଜ୍ୟର ବଜେଟ ଠାରୁ ଅଧିକ ବିଧାୟକଙ୍କ ସମ୍ପତ୍ତି, ପଢନ୍ତୁ ପୂରା ରିପୋର୍ଟ