Soumya Ranjan Patnaik: ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ
Advertisement

Soumya Ranjan Patnaik: ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ

ଶ୍ରୀ ପଟ୍ଟନାୟକ ବିଗତ କିଛି ଦିନ ହେଲା ଦଳର ଉପସଭାପତି ପଦରୁ ବହିଷ୍କୃତ ହୋଇଥିଲେ। ଶ୍ରୀ ପଟ୍ଟନାୟକ ହେଉଛନ୍ତି ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ। ତାଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ନାଁରେ ଋଣ ଉଠାଣ ମାମଲାକୁ ନେଇ କ୍ରାଇମବ୍ରାଇର ଅର୍ଥନୈତିକ ଶାଖା ପକ୍ଷରୁ ଚଢାଉ ଜାରି ରହିଛି। 

Soumya Ranjan Patnaik: ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଆଜି ବିଜେଡ଼ିରୁ ବହିଷ୍କାର କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ବିଷୟରେ ଆଦେଶ ଜାରି କରିଛନ୍ତି। ଏହି ଦୁଇ ସଦସ୍ୟଙ୍କୁ ବିଧାନସଭା ଆରମ୍ଭର ଅବ୍ୟବହିତ ପୂର୍ବରୁ ବହିଷ୍କାର କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା କାଲି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। 

ଶ୍ରୀ ପଟ୍ଟନାୟକଙ୍କ ନାଁରେ ବ୍ୟାଙ୍କ ଜାଲିଆତି ମାମଲା ଏକ ସଙ୍ଗୀନ ଅଭିଯୋଗ ଭାବେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ସେହିପରି ପ୍ରାୟ ୩ ଶହ କର୍ମଚାରୀ କ୍ରାଇମବ୍ରାଞ୍ଚରେ ମାମଲା ଦାଖଲ କରିଥିବା ନଜରକୁ ଆସିଛି। ଏହି ବ୍ୟାଙ୍କ ଜାଲିଆତି ମାମଲାକୁ ଆଧାର କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। 

ଶ୍ରୀ ପଟ୍ଟନାୟକ ବିଗତ କିଛି ଦିନ ହେଲା ଦଳର ଉପସଭାପତି ପଦରୁ ବହିଷ୍କୃତ ହୋଇଥିଲେ। ଶ୍ରୀ ପଟ୍ଟନାୟକ ହେଉଛନ୍ତି ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ। ତାଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ନାଁରେ ଋଣ ଉଠାଣ ମାମଲାକୁ ନେଇ କ୍ରାଇମବ୍ରାଇର ଅର୍ଥନୈତିକ ଶାଖା ପକ୍ଷରୁ ଚଢାଉ ଜାରି ରହିଛି। 

ସେହିପରି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନିଗମାନନ୍ଦ ଆସୋସିଏଟର ମ୍ୟାନେଜିଂ ପାର୍ଟନର ଥିବା ସମୟରେ କୃଷକଙ୍କୁ ସରକାରୀ ସବସିଡ଼ି ଦେବାରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ୨୦୧୭ ରୁ ୨୦୧୯-୨୦ ପର୍ଯ୍ୟନ୍ତ ପ୍ରାୟ ୩ କୋଟି ଟଙ୍କା ହେରଫେର କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମାମଲା ରାଜ୍ୟ ଭିଜିଲାନ୍ସ ଦ୍ୱାରା ତଦନ୍ତ ହୋଇଥିବା ବେଳେ ଲୋକାୟୁକ୍ତଙ୍କ ବିଚାର ପାଇଁ ପଡ଼ି ରହିଛିଷ। 

ଏହି ଦୁଇ ବିଧାୟକଙ୍କ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ି ଦଳରୁ ବହିଷ୍କାର କରିଥିଲା।