Gajapati District Administration: ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ
Advertisement
Article Detail0/zeeodisha/odisha2102831

Gajapati District Administration: ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ

jute bag distribution by gajapati dist admin: ପରିବେଶ ସୁରକ୍ଷା ଦିଗରେ ଗଜପତି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। 

Gajapati District Administration: ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ

jute bag distribution is launched by gajapati dist admin: (ପ୍ରେମାନନ୍ଦ ପୂଜାରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୧ ନମ୍ବର ୱାର୍ଡ ସ୍ଥିତ ଓମ୍ ଶାନ୍ତି କୋଲୋନୀ ଠାରେ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀ ପରିବାର ଲୋକଙ୍କୁ ୨ ଗୋଟି ଲେଖାଏଁ ୨୦ କେଜି ଏବଂ ୧୦ କେଜି ଝୋଟ ବ୍ୟାଗ ପ୍ରଦାନ କରାଯାଇଛି। ଏହାର ଉଦ୍ଧେଶ୍ୟ ଆମ ସାହି, ଆମ ସହର, ଆମ ଜିଲ୍ଲା ତଥା ଆମ ରାଜ୍ୟକୁ ସ୍ୱଚ୍ଛ ରଖିବା। 

ସବୁଜ ଓଡ଼ିଶା ଗଠନ ପାଇଁ ଦୈନିକ ଜୀବନରେ ପ୍ଲାଷ୍ଟିକ ବ୍ଯବହାର ହ୍ରାସ କରିବା ଏବଂ ପରିବେଶର ସୁରକ୍ଷା କରିବା ହେଉଛି ଏହାର ମୂଳ ଉଦ୍ଧେଶ୍ୟ। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ,  ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ (ରାଜସ୍ୱ), ରାଜେନ୍ଦ୍ର ମିଞ୍ଜ, ଗଜପତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଗୁଣନିଧି ନାୟକ, ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରମୁଖ ମଞ୍ଚସୀନ ରହିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଆରସିଏସ ହରିହର ସେଠ୍ ସମେତ ପୌରପରିଷଦର କର୍ମଚାରୀ ତଥା ହିତାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।