Joranda Magha Mela 2024: ଆଜିଠାରୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ
Advertisement
Article Detail0/zeeodisha/odisha2122200

Joranda Magha Mela 2024: ଆଜିଠାରୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

Joranda Magha Mela: ଗୁରୁବାରଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଏନେଇ ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀରେ ଏହି ମେଳା ଅନୁଷ୍ଠିତ ହୋଇଥାଏ ।

Joranda Magha Mela 2024: ଆଜିଠାରୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

Joranda Magha Mela 2024: ଗୁରୁବାରଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଏନେଇ ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀରେ ଏହି ମେଳା ଅନୁଷ୍ଠିତ ହୋଇଥାଏ ।

ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଏହି ପର୍ବ ପାଳନ କରାଯାଏ । ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନି ଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି। ଏହି ଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହି ଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ତେବେ ଏହି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆଜିଠାରୁ ଆରମ୍ଭ ହୋଇ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମହିମା ଧର୍ମର ପରମ୍ପରା ମୁତାବକ, ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ସାରା ବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜାଳିବ ବିଶାଳକାୟ ଝ।ଡବତୀ ।

ଯୋରନ୍ଦା ମାଘ ମେଳା ପଛର ‘କିମ୍ବଦନ୍ତୀ’

ସତ୍ୟମହିମା ଧର୍ମର ପ୍ରଚାର ପାଇଁ ଏହାର ପ୍ରତିଷ୍ଠାତା ମହିମାପ୍ରଭୁ ଯୋଗେଶ୍ୱର ପାଦରେ ସାରା ଓଡ଼ିଶା ଭ୍ରମଣ କରି ଶେଷରେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମରେ ପହଁଞ୍ଚିଥିଲେ । ସେଠାରେ ଥିବା ଶିଷ୍ୟଙ୍କ ମଧ୍ୟରୁ ୮୪ ଜଣଙ୍କୁ କୌପୀନ ଓ ୯୧ ଜଣଙ୍କୁ ବକ୍‌କଳ ପ୍ରଦାନ କରି ମହିମା ସନ୍ନ୍ୟାସୀ ନାମରେ ଅଭିହିତ କରିଥିଲେ । ଶ୍ରୀ ଦିଲ୍ଲୀଶ୍ୱରାବ୍ଦ ୧୨୮୩ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଯୋଗେଶ୍ୱର ମହିମାପ୍ରଭୁ ପଦ୍ମାସନରେ ଉପବିଷ୍ଟ ହୋଇ ଦେହତ୍ୟାଗ କରିଥିଲେ I ତାଙ୍କର ଶରୀରକୁ ଯୋରନ୍ଦାଠାରେ ଭୂସମାଧି ଦିଆଗଲା ଓ ଢେଙ୍କାନାଳ ନରେଶ ଅଲେଖ ମହିମା ମହାମନ୍ତ୍ର ଉଚ୍ଚାରଣ କରି ଏହି କାର୍ଯ୍ୟ ସମାପନ କରିଥିଲେ ।

ସେହି ସମାଧି ମନ୍ଦିର ବା ‘ସ୍ମୃତି ମନ୍ଦିର’ ମହିମାଗାଦି ନାମରେ ପ୍ରସିଦ୍ଧ । ମହିମା ପ୍ରଭୁଙ୍କର ଦେହତ୍ୟାଗ ପରଠାରୁ ପ୍ରତିବର୍ଷ ମହିମାଗାଦି ପ୍ରାଙ୍ଗଣରେ ଏହି ମହିମା ମେଳା ମହୋତ୍ସବ ପାଳିତ ହୋଇଆସୁଛି ।

ଏହା ବି ପଢନ୍ତୁ- Odisha News: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଜନାଥ ସିଂ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର