Odisha News: ଆସୁଛି ବର୍ଷା ଋତୁ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଜଗତସିଂହପୁର ପ୍ରଶାସନ
Advertisement
Article Detail0/zeeodisha/odisha2314691

Odisha News: ଆସୁଛି ବର୍ଷା ଋତୁ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଜଗତସିଂହପୁର ପ୍ରଶାସନ

Odisha News: ପ୍ରାକୃତିକ ବିପର୍ଯ୍ୟୟର ଜିଲ୍ଲା ଜଗତସିଂହପୁର । ବନ୍ୟା ବାତ୍ୟା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରିଛି ଏହି ଜିଲ୍ଲା । ଆଗକୁ ଆସୁଛି ବନ୍ୟା ଓ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ଋତୁ । ଏହାକୁ ସଠିକ ଭାବେ ପରିଚାଳନା କରିବା ପାଇଁ ଜଗତସିଂହପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ଦେଖାଇଛି ଉପ୍ତରତା । 

Odisha News: ଆସୁଛି ବର୍ଷା ଋତୁ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଜଗତସିଂହପୁର ପ୍ରଶାସନ

Odisha News: ପ୍ରାକୃତିକ ବିପର୍ଯ୍ୟୟର ଜିଲ୍ଲା ଜଗତସିଂହପୁର । ବନ୍ୟା ବାତ୍ୟା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରିଛି ଏହି ଜିଲ୍ଲା । ଆଗକୁ ଆସୁଛି ବନ୍ୟା ଓ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ଋତୁ । ଏହାକୁ ସଠିକ ଭାବେ ପରିଚାଳନା କରିବା ପାଇଁ ଜଗତସିଂହପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ଦେଖାଇଛି ଉପ୍ତରତା । SRC ଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଜିଲ୍ଲାରେ ଛ ମାସ ପାଇଁ ଅସ୍ଥାୟୀ ଭାବେ ୫୦ ଜଣ ଲଞ୍ଚ ବୋଟ ଡ୍ରାଇଭର ଓ ଖଲାସୀ ନିଯୁକ୍ତି ଦିଆଯିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଟେକନିକାଲ ଟେଷ୍ଟ ଓ ସୁଇମିଂ ଟେଷ୍ଟ କରାଯାଇ ନିଯୁକ୍ତି ଦିଆଯିବ । ହେଲେ ଏହି କର୍ମଚାରୀ ମାନେ ଜୁଲାଇ ମାସ ଠାରୁ ଡିସେମ୍ବର ମାସ ମଧ୍ୟରେ ୬ ମାସ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଜୀବନ କୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ଦେଉଥିବା ବେଳେ ବର୍ଷ ର ଅନ୍ୟ ୬ ମାସ ସରକାର ଛଟେଇ କରୁଛନ୍ତି । ଯାହାକୁ ନେଇ ଡ୍ରାଇଭର ଓ ଖଲାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ପ୍ରତିବର୍ଷ ଏହି ସମୁଦ୍ର ଉପକୂଳଵର୍ତ୍ତୀ ଜିଲ୍ଲାରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ । ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା କରିବାରେ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ମଧ୍ୟ ପୁରସ୍କୃତ ହୋଇଛି । ହେଲେ ଜିଲାର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ବୋଟ ଓ ଲଞ୍ଚ ରକ୍ଷଣା ବେକ୍ଷଣ ଅଭାବରୁ ଖତ ଖାଉଥିବା ବେଳେ ଏଥି ପ୍ରତି କାହାର ଦୃଷ୍ଟି ପଡୁନଥିବାର ଅଭିଯୋଗ ହେଉଛି । ସେହିପରି ଅସ୍ଥାୟୀ ବୋଟ ଚାଳକ ନିଯୁକ୍ତିରେ ନୂଆ ଯୁବକ ମାନଙ୍କୁ ସୁଯୋଗ ଦିଆ ଯାଉ ନଥିବାରୁ ଏହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସହ ଲଞ୍ଚ ଓ ବୋଟ ଗୁଡ଼ିକ କିପରି ସୁରକ୍ଷିତ ରହିବ ସେଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନଜର ରଖିବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି ।

ବନ୍ୟା,ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ପରିସ୍ଥିତି ରେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟର ଜୀବନ ରକ୍ଷା କରୁଥିବା ଏହି ଲଞ୍ଚ ଓ ବୋଟ ଡ୍ରାଇଭର ମାନଙ୍କ ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ନୂଆ କୁଶଳୀ ଯୁବକ ମାନଙ୍କୁ ସୁଯୋଗ ଦେବା ଓ ଖତ ଖାଉଥିବା ସରକାରୀ ବୋଟ ଗୁଡିକର ରକ୍ଷଣା ବେକ୍ଷଣ ପ୍ରତି ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।