Holi 2024: ଆସନ୍ତାକାଲି ରଙ୍ଗର ପର୍ବ ହୋଲି, ପରସ୍ପରକୁ ରଙ୍ଗ ଲଗାଇ ଉତ୍ସବ ମନାଇବେ ଲୋକେ
Advertisement

Holi 2024: ଆସନ୍ତାକାଲି ରଙ୍ଗର ପର୍ବ ହୋଲି, ପରସ୍ପରକୁ ରଙ୍ଗ ଲଗାଇ ଉତ୍ସବ ମନାଇବେ ଲୋକେ

Holi 2024: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏନେଇ ଉତ୍ସବ ମୁଖର ହୋଇ ଉଠିଛି ପୂର ପଲ୍ଲୀ। କାହିଁକିନା ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁରୁ ଗାଁ ଆଉ ସାହିରୁ ସାହି ବୁଲି ଅବିରରେ ହୋଲି ଖେଳି ଭୋଗ ଖାଇଥାଆନ୍ତି ଦୋଳ ଗୋବିନ୍ଦ। ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି।  ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ହୋଇଥିବା ବେଳେ ଆସନ୍ତାକାଲି ହୋଲି ବା ରଙ୍ଗ ଖେଳ। 

ସୌଜନ୍ୟ-ସୋସିଆଲ ମିଡି଼ଆ

Holi 2024: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏନେଇ ଉତ୍ସବ ମୁଖର ହୋଇ ଉଠିଛି ପୂର ପଲ୍ଲୀ। କାହିଁକିନା ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁରୁ ଗାଁ ଆଉ ସାହିରୁ ସାହି ବୁଲି ଅବିରରେ ହୋଲି ଖେଳି ଭୋଗ ଖାଇଥାଆନ୍ତି ଦୋଳ ଗୋବିନ୍ଦ। ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି।  ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ହୋଇଥିବା ବେଳେ ଆସନ୍ତାକାଲି ହୋଲି ବା ରଙ୍ଗ ଖେଳ।  ଭାଇଚାରର ପର୍ବ ଭାବରେ ମଧ୍ୟ ଏହା ଜଣାଶୁଣା।  ହୋଲିକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ ।

ALSO READ: Puri News: ଆଜି ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବେ।  ସ୍ନେହ ଓ ପ୍ରେମ ଭାବରେ ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ୍ କରିବେ।  ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ।  ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ କୁହନ୍ତି ଖରାପ ଭାବିବନି ଆଜି ହୋଲି। କିଏ କାହାକୁ ମିଠା ଖୁଆଇବ ତ ଆଇ କିଏ କାହାକୁ ଆନନ୍ଦରେ ଅବିର ଲଗାଇ ହୋଲି ପର୍ବ ପାଳନ କରିବ।  ଏଥିପାଇଁ ଆସନ୍ତାକାଲି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯିବ ହୋଲି ଖେଳ। ସାଙ୍ଗ ସାଥୀ, ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ରଙ୍ଗ ଲଗାଇ  କହିବେ ହାପି ହୋଲି।  

ଜମିବ ଭୋଜି ଭାତର ଆୟୋଜନ ସହ ମାଇକ୍ ଓ ଡିଜେ ସାଉଣ୍ତ। ସଙ୍ଗୀତର ତାଳେ ତାଳେ ଜମିବ ନାଚ, ଗୀତର ଆସର । ଏଥର ହୋଲିରେ ହର୍ବାଲ୍ ରଙ୍ଗକୁ ଗୁରୁତ୍ବ ଦେଉଛନ୍ତି ଲୋକେ। ଅବୀର, ରଙ୍ଗ, ପିଚକାରୀ ସହ ବିଭିନ୍ନ ରକରମର ମୁଖାର ଚାହିଦା ରହିଛି। ଦୋଳପୂର୍ଣ୍ଣିମା ଅବସରରେ ଆଜି ବି କିଛି ସ୍ଥାନରେ ରଙ୍ଗ ଖେଳ ଆରମ୍ଭ ହୋଇଛି। ସେପଟେ, ହୋଲି ଖେଳିବା ନେଇ ରାଜଧାନୀବାସୀ ପୂରା ପ୍ରସ୍ତୁତ ହୋଇ ଗଲେଣୀ। ରଙ୍ଗ କିଣାକିଣି ମଧ୍ୟ ଆରମ୍ଭ କରିସାରିଲେଣୀ। ଏପରିକି କେତେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଆଗୁଆ ହୋଲି ସେଲିବ୍ରେସନ୍ କରାଯାଇଛି। ଆଉ ଆସନ୍ତାକାଲି ଜମିବ ରଙ୍ଗ ଖେଳ ।